PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

‘ଲାଲ୍‌ ସିଂହ ଚଢ଼ା’ର ବୟକଟ୍ ଦେଖି ‘ମହାଭାରତ’ ନିର୍ମାଣ କରିବାକୁ ଡ଼ରିଲେ ଆମିର ଖାନ୍‌ ?

ମୁମ୍ୱାଇ : କିଛି ବର୍ଷ ପୂର୍ବେ ଆମିର ଖାନଙ୍କୁ ନେଇ ଖବର ଆସିଥିଲା କି, ସେ ମହାଭାରତ ଉପରେ ଫିଲ୍ମ କରିବାକୁ ଚାହୁଁଛନ୍ତି ଏବଂ ଏ ନେଇ ସେ ବହୁ ଦିନରୁ ବିଚାର କରୁଛନ୍ତି। ଆମିର ଅନେକ ସାକ୍ଷାତ୍‌କାରରେ କହିଥିଲେ କି, ସେ କୃଷ୍ଣଙ୍କ ବ୍ୟତୀତ କର୍ଣ୍ଣଙ୍କ ଠାରେ ଖୁବ୍‌ ପ୍ରଭାବିତ। ପରଦାରେ ସେ କେଉଁ ଚରତ୍ର କରିବାକୁ ଚାହୁଁଛନ୍ତି , ଏହା ଉପରେ ସେ କୃଷ୍ଣ ଓ କର୍ଣ୍ଣ ମଧ୍ୟରେ କନ୍ଫ୍ୟୁଜ୍‌ ଅଛନ୍ତି। ହେଲେ ଏହି ଫିଲ୍ମର ଡେଭଲପମେଣ୍ଟକୁ ନେଇ ବହୁ ଦିନରୁ କୌଣସି ଖବର ନାହିଁ। ଆମିରଙ୍କର ଲାଲ୍ ସିଂହ ଚଢ଼ା  ଆଗାମୀ ଶୁକ୍ରବାର ସିନେମା ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି। ଏହି ସମୟରେ ଆମିର ମହାଭାରତ ବିଷୟରେ ମଧ୍ୟ କହିଛନ୍ତି ।

ଆମିର ମହାଭାରତ ପାଇଁ ୨୦୧୮ରେ ରାକେଶ ଶର୍ମାଙ୍କର ବାୟୋପିକ୍‌ ଛାଡ଼ି ଦେଇଥିଲେ। ରିପୋର୍ଟ ଥିଲା କି, ମହାଭାରତର ବଜେଟ୍‌ ପାଖାପାଖି ୧୦୦୦କୋଟି ହେବ। ନିଜର ଏହି ଡ୍ରିମ୍‌ ପ୍ରୋଜେକ୍ଟ ନେଇ ଆମିର Galatta Plus ସହ କଥା ହୋଇ କହିଛନ୍ତି ,ଯେବେ ଆପଣ ମହାଭାରତ ଉପରେ ଫିଲ୍ମ ତିଆରି କରୁଛନ୍ତି ତ , ଆପଣ କେବଳ ଫିଲ୍ମ ତିଆରି କରୁନାହାନ୍ତି ,ଆପଣ ଯଜ୍ଞ କରୁଛନ୍ତି । ଏହା କେବଳ ଏକ ଫିଲ୍ମ ନୁହେଁ , ଏହା ଆହୁରି ବହୁତ କିଛି। ଏହି କାରଣ କି ମୁଁ ଏବେ ଏଥିପାଇଁ ପ୍ରସ୍ତୁତ ନୁହେଁ । ମୁଁ ଏହାକୁ କରିବାକୁ ଡ଼ରୁଛି। ମହାଭାରତ ଆପଣଙ୍କୁ କେବେ ନିରାଶ କରିବନି , ହେଲେ ଆପଣ ମହାଭାରତକୁ ନିରାଶ କରିପାରନ୍ତି।

ଆମିର ଏହା ପୂର୍ବରୁ ନ୍ୟୁଜ୍‌ ଏଜେନ୍ସି ପିଟିଆଇକୁ କହିଥିଲେ , ଏହା ମୋର ଏକ ଭଲ ଓ ବହୁତ ବଡ଼ ପ୍ରୋଜେକ୍ଟ। ଯଦି ମୁଁ ଆଜି ନିଷ୍ପତ୍ତି ନେଉଛି କି , ମୁଁ ଏହାକୁ ତିଆରି କରୁଛି ତ ମୋତେ ଏହାକୁ ୨୦ ବର୍ଷ  ଦେବାକୁ ହେବ , ଏଥିପାଇଁ ମୋତେ ଡ଼ର ଲାଗୁଛି। ଯଦି ମୁଁ ହଁ କହିଦେବି ଏବଂ ଏହାକୁ ତିଆରି କରିବା ନିଷ୍ପତ୍ତି ନେଇଯିବି ତ ୫ବର୍ଷ କେବଳ ରିସର୍ଚ୍ଚରେ ଓ ଆଉ ବାକି ସମୟ ଏହାକୁ ପୂରା କରିବାରେ ଲାଗିଯିବ।  

ଉଲ୍ଲେଖନୀୟ ଯେ, ଆମିର ଏହି ସମୟରେ ଲାଲ୍‌ ସିଂହ ଚଢ଼ାର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଫିଲ୍ମ ବିପକ୍ଷରେ ବାରମ୍ୱାର ବୟକଟ୍‌ ଟ୍ରେଣ୍ଡ ଚାଲିଛି ।