ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭୋପାଲର ଆପ୍ କାର୍ଯ୍ୟାଳୟରେ ପଡ଼ିଲା ତାଲା, ୪ ମାସର ଦେଇ ନ ଥିଲେ ଭଡ଼ା

Published By : Anindita Ratha | March 1, 2025 12:51 PM

ନୂଆଦିଲ୍ଲୀ,୦୧/୩:ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ଏକ ବଡ଼ ପରାଜୟର ସାମ୍ନା କରିଛି। ଯାହାର ପ୍ରଭାବ ଅନ୍ୟ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳୁଛି। ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଥିବା ଆପ ପାର୍ଟି କାର୍ଯ୍ୟାଳୟରେ ତାଲା ପକାଇ ଦିଆଯାଇଛି। ଏହି ମାମଲାଟି ଭଡା ସହିତ ଜଡିତ ବୋଲି କୁହାଯାଉଛି।

ତେବେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ସୁଭାଷ ନଗରରେ ଅବସ୍ଥିତ ଏହି ଆମ ଆଦମୀ ପାର୍ଟିର ରାଜ୍ୟ କାର୍ଯ୍ୟାଳୟ । ଯେଉଁଠାରେ ଅନେକ ଦିନ ଧରି ଆପର ରାଜନୀତି ଚାଲିଥିଲା। ଏବେ ଘରମାଲିକ ଭଡା ନ ଦେବାରୁ ଅଫିସ ଗେଟରେ ତାଲା ପକାଇ ଦେଇଥିବା ସୂଚନା ମିଳିଛି। କୁହାଯାଉଛି ଯେ ଆପ ପାର୍ଟି ଗତ ୪ ମାସ ଧରି ଅଫିସ ଭଡା ଦେଇନାହିଁ। ଏନେଇ ଘର ମାଲିକ  ବିବେକ ଗଙ୍ଗଲାନି କହିଛନ୍ତି ଯେ,ଦଳୀୟ କାର୍ଯ୍ୟାଳୟରେ ଚାଲିଥିବା କାର୍ଯ୍ୟକଳାପ ଉପରେ ଆପତ୍ତି ରହିଛି। ଦଳୀୟ କାର୍ଯ୍ୟାଳୟରେ ମଦ ପ୍ୟାକେଟ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ଉପରେ ଘରମାଲିକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଘର ଖାଲି କରିବା ପାଇଁ କହିବାରୁ ଆମ ଆଦମୀ ପାର୍ଟିର ଲୋକମାନେ ତାଙ୍କୁ ଧମକ ମଧ୍ୟ ଦେଇଥିବା ସେ କହିଛନ୍ତି । 

ମଧ୍ୟପ୍ରଦେଶର ସିଙ୍ଗରୌଲିର ମେୟର ରାଣୀ ଅଗ୍ରୱାଲ ଆମ ଆଦମୀ ପାର୍ଟିର ରାଜ୍ୟ ଅଧ୍ୟକ୍ଷ। ସେ  AAP ଟିକେଟରେ ମେୟର ନିର୍ବାଚନରେ ବିଜୟୀ ହୋଇ ଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ସେ କହିଛନ୍ତି ଯେ,କିଛି ଭୁଲ ବୁଝାମଣା ଯୋଗୁଁ ଏହା ଘଟୁଛି। ମୁଁ ୫ ତାରିଖରେ ସେଠାରେ ଏକ ବୈଠକ କରିବି ଏବଂ ଗଣମାଧ୍ୟମ ସହ ମଧ୍ୟ କଥା ହେବି। ଯଦିଓ ଦଳର ଅନ୍ୟ ପଦାଧିକାରୀମାନେ ମଧ୍ୟ ବର୍ତ୍ତମାନ କୌଣସି ସୂଚନା ଦେବାକୁ ମନା କରିଦେଇଛନ୍ତି। ନିକଟରେ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ଅନେକ ବଡ଼ ନେତାଙ୍କୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଛି।






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.