PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆରୋନ୍‌ ଫିଞ୍ଚ, ଏବେ ବି ତାଙ୍କ ବିଶ୍ବ ରେକର୍ଡ ରହିଛି ଅତୁଟ

ମେଲବର୍ଣ୍ଣ ୦୭/ ୦୨: ଅଷ୍ଟ୍ରେଲିଆର ଭେଟେରାନ୍‌ କ୍ରିକେଟର୍‌ ତଥା ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟ୍ ଅଧିନାୟକ ଆରୋନ୍‌ ଫିଞ୍ଚ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଫିଞ୍ଚ ଅଷ୍ଟ୍ରେଲିଆର ଜଣେ ବିସ୍ଫୋରକ ଓପନର୍‌ ଥିଲେ । ବିଶେଷ କରି ଟି-୨୦ ଫର୍ମାଟ୍‌ରେ ବିଶ୍ବର ଜଣେ ଦକ୍ଷ ବ୍ୟାଟର୍‌ ଥିଲେ ଆରୋନ୍‌ ଫିଞ୍ଚ । କିନ୍ତୁ ଗତ ବର୍ଷ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ନକଆଉଟ୍‌ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇନପାରିବା କାରଣରୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏଥି ସହିତ ତାଙ୍କ ଅଧିନାୟକତ୍ବ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

Aaron Finch To Captain Australia For Pakistan T20Is In Dubai | Cricket News
Social Media

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଆରୋନ୍‌ ଫିଞ୍ଚ କହିଛନ୍ତି, ‘୨୦୨୪ ଟି-ଟ୍ବେଣ୍ଟି ବିଶ୍ବକପ୍‌ରେ ମୁଁ ଖେଳିପାରିବି ନାହିଁ ବୋଲି ଅନୁଭବ କରୁଛି । ତେଣୁ ଅବ୍ୟାହତି ନେବାର ଏହା ହେଉଛି ସଠିକ୍‌ ସମୟ । ଏବେ ଠାରୁ ଦଳ ସମୟ ନେଇ ଆଗାମୀ ଇଭେଣ୍ଟ ପାଇଁ ପ୍ରସ୍ତୁତ ହେଉ’।

Aaron Finch : Biography, Career, Marriage, Rankings, Statistics, Awards &  Achievements
Social Media

ଗତ ବର୍ଷ ସେପ୍ଟେମ୍ବର ମାସରେ ସେ ଦିନିକିଆ ଫର୍ମାଟରୁ ଅବସର ନେଇଥିଲେ । ଏହାର ୬ ମାସ ପରେ ସେ ଟି-୨୦ରୁ ମଧ୍ୟ ରିଟାୟର୍ଡ ନେଇଛନ୍ତି । ଫିଞ୍ଚ କହିଛନ୍ତି, ‘ଗତ ୧୨ ବର୍ଷ ଧରି ଅଷ୍ଟ୍ରେଲିଆ ପକ୍ଷରୁ ପ୍ରତିନିଧିତ୍ବ କରିବା ଏବଂ ମହାନ ଖେଳାଳିଙ୍କ ସହ ଓ ବିପକ୍ଷରେ ଖେଳିବାର ସମ୍ମାନର ବିଷୟ । ମୋତେ ସମର୍ଥନ କରିଥିବା ମୋର ପରିବାର ବିଶେଷ କରି ମୋ ପତ୍ନୀ, ସାଥୀ ଖେଳାଳି, କ୍ରିକେଟ୍‌ ଅଷ୍ଟ୍ରେଲିଆକୁ ବିଶେଷ ଭାବେ କୃତଜ୍ଞତା ଜ୍ଞାପନ କରୁଛି । ଅନ୍ତର୍ଜାତୀୟ କ୍ୟାରିୟର ମଧ୍ୟରେ ମୋତେ ସର୍ବଦା ଭଲ ପାଉଥିବା ପ୍ରଶଂସକଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି’।

I'm picking Finch every day of the week' | cricket.com.au
Social Media

ଟେଷ୍ଟରେ ଆରୋନ୍ ଫିଞ୍ଚଙ୍କ ଦବଦବା ନଥିଲା ସତ କିନ୍ତୁ ଦିନିକିଆ ଏବଂ ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟରେ ସେ ଅନେକ ସ୍ମରଣୀୟ ଇନିଂସ ଖେଳିଛନ୍ତି । ଫିଞ୍ଚଙ୍କ ନାଁ’ ରେ ଟି-୨୦ ଫର୍ମାଟରେ ସର୍ବାଧିକ ରନ୍‌ ରେକର୍ଡ ରହିଛି । ଜିମ୍ବାଓ୍ବେ ବିପକ୍ଷରେ ଗତ ୨୦୧୮ ମସିହାରେ ସେ ମାତ୍ର ୭୬ ବଲ ଖେଳି ୧୭୨ ରନର ଇନିଂସ ଖେଳିଥିଲେ । ଯାହା କି ଏବେ ବି ଏକ ରେକର୍ଡ ହୋଇ ରହିଛି ।

Australia captain Aaron Finch announces ODI retirement – ThePrint – ANIFeed
Social Media

ଆରୋନ୍‌ ଫିଞ୍ଚ ମୋଟ ୧୦୩ଟି ଟ୍ବେଣ୍ଟି ଟ୍ବେଣ୍ଟି ଖେଳି ୨ଟି ଶତକ ଏବଂ ୧୯ଟି ଅର୍ଦ୍ଧଶତକ ସହାୟତାରେ ୩୧୨୦ ରନ କରିଛନ୍ତି । ସେହିଭଳି ଦିନିକିଆରେ ୧୪୬ଟି ମ୍ୟାଚ୍‌ ଖେଳି ୧୭ଟି ଶତକ ଓ ୩୦ଟି ଅର୍ଦ୍ଧଶତକ ସହ ୫୪୦୬ ରନ । ଟେଷ୍ଟରେ ଅଧିକ ସୁଯୋଗ ପାଇନାହାନ୍ତି ଫିଞ୍ଚ । ମୋଟ ୫ଟି ଟେଷ୍ଟ ଖେଳି ୨ଟି ଅର୍ଦ୍ଧଶତକ ସହ ମାତ୍ର ୨୭୮ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି ଫିଞ୍ଚ । ମଙ୍ଗଳବାର ସେ କ୍ରିକେଟକୁ ଅଲବିଦା କହିଛନ୍ତି ।

ସମ୍ବନ୍ଧିତ ଖବର