ବିଗ୍ ବସ୍ ୧୬ ପରେ ଏବେ ଆଉ ଏକ ଶୋ’ରେ କମାଲ ଦେଖାଇବେ ଅବ୍ଦୁ, ଖୁବଶୀଘ୍ର ଆରମ୍ଭ ହେବ ଶୁଟିଂ

navbharattimes
ନୂଆଦିଲ୍ଲୀ ୨୫/୦୧: ବିଗ୍ ବସ୍ ୧୬ ର ପ୍ରତିଯୋଗୀ ଅବ୍ଦୁ ରୋଜିକ୍ ହୁଏତ ଶୋ’ରୁ ବାହରିଯାଇଛନ୍ତି, କିନ୍ତୁ ତାଙ୍କର କ୍ରେଜ୍ ଦର୍ଶକଙ୍କ ମଧ୍ୟରେ ରହିଛି। ବର୍ତ୍ତମାନ ଅବ୍ଦୁଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଭାରତୀୟଙ୍କ ହୃଦୟ ଜିତିବା ପରେ ଅବ୍ଦୁ ବର୍ତ୍ତମାନ ଅନ୍ତର୍ଜାତୀୟ ପ୍ରୋଜେକ୍ଟ ପାଇଁ ସାଇନ୍ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଅବ୍ଦୁ ଏବେ ‘ବିଗ୍ ବ୍ରଦର୍ ୟୁକେ’ରେ ଅଭିନୟ କରିବାକୁ ଯାଉଛନ୍ତି।

ଇ-ଟାଇମ୍ସର ରିପୋର୍ଟ ଅନୁଯାୟୀ, ଅବ୍ଦୁ ରୋଜିକଙ୍କୁ ‘ବିଗ୍ ବ୍ରଦର୍ ୟୁକେ’ ଶୋ’ର ଅଫର ପାଇଛନ୍ତି ଏବଂ ସେ ଏଥିରେ ଜଏନ୍ କରିବାକୁ ମଧ୍ୟ ରାଜି ହୋଇଛନ୍ତି। ସେ ଜୁନ୍ କିମ୍ବା ଜୁଲାଇ ସୁଦ୍ଧା ଶୋ’କୁ ଯିବେ। ଖବର ଅନୁଯାୟୀ, ‘ବିଗ୍ ବ୍ରଦର୍ ୟୁକେ’ ପାଞ୍ଚ ବର୍ଷ ପରେ ପୁଣି ଏକ ନୂଆ ସିଜନ୍ ସହିତ ଫେରୁଛି।

ଅବ୍ଦୁ ତାଙ୍କର ବୃତ୍ତିଗତ କାରଣରୁ ବିଗ୍ ବସ୍ ୧୬ ରୁ ବାହାରିଥିଲେ। ଶୋ’ରେ ଯୋଗଦେବା ପୂର୍ବରୁ ସେ ତାଙ୍କର କୌଣସି ପ୍ରୋଜେକ୍ଟ ପାଇଁ ସାଇନ୍ କରିଥିଲେ। ତେଣୁ ସେ ଶୋ’କୁ ମଝିରୁ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ଶୋ ଛାଡିବା ପରେ ଅବଦୁଙ୍କର ଏକ ଗୀତ ରିଲିଜ୍ ହୋଇଥିଲା।