ଭୁବନେଶ୍ଵର, ୨୫/୧୦ : ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥାରେ ହେଉନି ଉନ୍ନତି। ସେ ଏବେ ମିନିମାଲ ଭେଣ୍ଟିଲଟର ସପୋର୍ଟରେ ଅଛନ୍ତି। ତାଙ୍କର ଭାଇଟାଲ୍ ସ୍ଥିର ଅଛି। ତାଙ୍କର ସ୍ନାୟୁଜନିତ ସମସ୍ୟାରେ କୌଣସି ଉନ୍ନତି ହୋଇନାହିଁ। ସେ GCS-E2VtM1 ସହିତ କୋମାଟୋଜ୍ ଅବସ୍ଥାରେ ଅଛନ୍ତି। ୨୩ ଅକ୍ଟୋବରରେ ହୋଇଥିବା ତାଙ୍କର ମସ୍ତିଷ୍କ ଏମ୍‌ଆର୍‌ଆଇରେ କୌଣସି ରେଡିଓଲୋଜିକାଲ୍ ସୁଧାର ହୋଇନାହିଁ। ଏନେଇ ଭୁବନେଶ୍ଵର ଏମ୍ସ ପକ୍ଷରୁ ସ୍ଵାସ୍ଥ୍ୟ ବୁଲେଟିନ୍ ଜାରି କରାଯାଇଛି।

ଲୋକପ୍ରିୟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜମୁଦାର ଏକାଧିକ ରୋଗଗ୍ରସ୍ତ ହୋଇ ଅଗଷ୍ଟ ୨୭ ତାରିଖରେ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ସେଠାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେପ୍ଟେମ୍ବର ୪ ତାରିଖରେ ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ମେଡିକାଲ ଯାଞ୍ଚ ପରେ ସେ ଅସମୋଟିକ୍ ଡେମିଲେସନ ସିଣ୍ଡ୍ରୋମ ନାମକ ଏକ ସ୍ନାୟୁ ଜନିତ ରୋଗ, ନିମୋନିଆ ସହିତ ଫୁସଫୁସରେ ସଂକ୍ରମଣ, ରକ୍ତରେ ସଂକ୍ରମଣ ଓ ପୁରୁଣା କିଡନୀ ରୋଗ ସହ ଭିଟାମିନ 'ଡି' ଓ ଫଲିକ ଏସିଡ ଭଳି ପୋଷକ ତତ୍ତ୍ୱର ଅଭାବ ରହିଥିବା ଜଣାପଡ଼ିଥିଲା। ଗତ ୨୫ ସେପ୍ଟେମ୍ବରରେ ତାଙ୍କୁ ମେଡିକାଲ ଆଇସିୟୁରୁ ମେଡିସିନ ୱାର୍ଡକୁ ଅଣାଯାଇଥିଲା। ୧୧ ତାରିଖରେ ପୁଣି ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବା ଯୋଗୁଁ ତାଙ୍କୁ ପୁଣି ଥରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା