PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ୨ ଟଙ୍କା
  • ||
  • ଜମ୍ମୁ-କାଶ୍ମୀରରେ ୩୯ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ
  • ||
  • ସୁନ୍ଦରଗଡ଼ : ଲଗାଣ ବର୍ଷାରେ ବେହାଲ ହେମଗିର ବ୍ଲକ, ଭାଙ୍ଗିଗଲା ୧୨ ଘର
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ||
  • ଭୁବନେଶ୍ଵର : ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ- ଏସଆରସି
  • ||
  • ନୟାଗଡ଼ : ନୟାଗଡ଼ର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା
  • ||
  • କଟକ : ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର
  • ||
  • ଭଦ୍ରକ : ବୈତରଣୀରେ ବନ୍ୟା, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୫ରୁ ଉର୍ଦ୍ଧ୍ଵ ଗାଁ ଜଳବନ୍ଦୀ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୨୫୫ ପଜିଟିଭ୍ ଚିହ୍ନଟ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||

ଜନ୍ମମାଟିକୁ ଫେରିଆସିଲେ ବୀରପୁତ୍ର ଅଭିନନ୍ଦନ: ସ୍ୱାଗତ କଲା ସାରା ଦେଶ, ‘ଭାରତ ମାତା କି ଜୟ’ରେ କମ୍ପିଲା ଅଟାରୀ ବର୍ଡର

ନୁଆଦିଲ୍ଲୀ ୧/୩: ନିଜ ଜନ୍ମ ମାଟିରେ ପାଦ ଦେଲେ ବୀର ପୁତ୍ର ଅଭିନନ୍ଦନ । ଭାରତରେ ପହଞ୍ଚିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ଏବେ ସାରା ଭାରତୀୟଙ୍କ ମୁହଁରୁ ଶୁଣିବାକୁ ମିଳୁଛି କେବଳ ଗୋଟିଏ ଶବ୍ଦ, ‘ଅଭିନନ୍ଦନ’ । ଭାରତର ଐତିହାସିକ ବିଜୟ ହୋଇଛି । ଏହି ଦିନକୁ କେବେବି ଭୁଲିବନି ଭାରତ । ଆଜିର ଦିନ ଇତିହାସରେ ଲିପିବଦ୍ଧ ହୋଇ ରହିବ । ତେବେ ଅନ୍ଯପଟେ ପାକିସ୍ତାନ ଏହି ଦିନକୁ ଭୁଲିବାକୁ ଚେଷ୍ଟା କଲେ ମଧ୍ଯ ଭୁଲିପାରିବ ନାହିଁ ।

ସମସ୍ତଙ୍କ କାମନା ପୂରଣ ହେଲା । ଜନ୍ମମାଟିକୁ ଫେରିଆସିଲେ ବୀର ପୁତ୍ର । ଅଟାରୀ ବର୍ଡର ଦେଇ ପହଞ୍ଚିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ଅଭିନନ୍ଦନଙ୍କୁ ରିସିଭ୍ କରିଛନ୍ତି ଏୟାରଫୋର୍ସର ଏକ ସ୍ପେଶାଲ ଟିମ୍ । କମାଣ୍ଡର ଅଭିନନ୍ଦନ ପ୍ରଥମ ଭାରତୀୟ ବାୟୁସେନା ଅଫିସରଙ୍କୁ ସାକ୍ଷାତ କରିବେ । ଏହାପରେ ତାଙ୍କୁ ମେଡିକାଲ ଯାଞ୍ଚ ପାଇଁ ନିଆଯିବ । ତାଙ୍କୁ ପ୍ରଥମେ ଅମୃତସର ଏବଂ ପରେ ବାୟୁସେନାର ସ୍ପେଶାଲ ବିମାନରେ ଦିଲ୍ଲୀ ନିଆଯିବ ।

ଅଭିନନ୍ଦନଙ୍କ ସମ୍ପୂର୍ଣ୍ଣ ମେଡିକାଲ ଯାଞ୍ଚ କରାଯିବ । ମେଡିକାଲ ଯାଞ୍ଚ ରିପୋର୍ଟରେ ଯଦି କିଛି ତୃଟି ଥିବା ଦେଖାଯାଏ ତେବେ ଜେନେଭା ଚୁକ୍ତିର ନିୟମାନୁସାରେ ପାକିସ୍ତାନ ସହିତ ଆଲୋଚନା କରାଯିବ । ମେଡିକାଲ ପ୍ରୋସେସ୍ ପରେ ଅଭିନନ୍ଦନଙ୍କୁ ପଚରାଯିବ ଯେ ପାକିସ୍ତାନର ବ୍ଯବହାର ତାଙ୍କ ପ୍ରତି କେମିତି ଥିଲା ? ସେ କଣ ପଚାରିଲେ ? ସବୁ ଶେଷ ହେବା ପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ ଏବଂ ଭାରତ ସରକାରଙ୍କୁ ପଠାଯିବ । ଯଦି ଭାରତ ସରକାର ଅନୁଭବ କରିବେ ଯେ ୱିଙ୍ଗ କମାଣ୍ଡରଙ୍କ ସହିତ ରିଛି ଭୁଲ୍ ହୋଇଛି ତେବେ ଆନ୍ତର୍ଜାତୀୟ ସ୍ତରରେ ରଖାଯିବ ।

ଆଜି ଅପରାହ୍ନରେ ଫେରିଥାନ୍ତେ ବୀରପୁତ୍ର ଅଭିନନ୍ଦନ । ମାତ୍ର କିଛି ଫର୍ମାଲିଟିଜ୍ ପୂରା କରିବାରେ ସନ୍ଧ୍ଯା ହୋଇଯାଇଥିଲା । ତଥାପି ତାଙ୍କୁ ସ୍ୱାଗତ କରିବା ପାଇଁ ଅଟାରୀରେ ଭିଡ ଲାଗିଥିଲା । ମଧ୍ଯାହ୍ନରୁ ସମସ୍ତେ ତାଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରି ରହିଥିଲେ । ଏପରି କିଛି ମଧ୍ଯ ଥିଲେ ଯେଉଁମାନେ କି କିଛି ବି ଖାଦ୍ୟ, ଜଳ ଗ୍ରହଣ କରିନଥିଲେ ଏବଂ ତାଙ୍କୁ ଦେଖିବା ପରେ ହିଁ ଅନ୍ନ,ଜଳ ଗ୍ରହଣ କରିବେ ବୋଲି କହିଥିଲେ । ସନ୍ଧ୍ଯାବେଳେ ଅଟାରୀ ବର୍ଡରରେ ଝିପିଝିପି ବର୍ଷା ମଧ୍ଯ ହୋଇଥିଲା । ଲାଗୁଥିଲା ଯେମିତି ବୀର ପୁତ୍ରକୁ ସ୍ୱାଗତ କରିବା ପାଇଁ ପ୍ରକୃତି ମଧ୍ଯ ଜଳ ବର୍ଷା କରୁଛି । ଲୋକମାନେ ବାଣ ଫୁଟାଇ, ହୋଲି ରଙ୍ଗରେ ଉତ୍ସବ ମନାଇ ତାଙ୍କୁ ସ୍ୱାଗତ କରିଥିଲେ । ୱାଘା ବର୍ଡରରେ ବର୍ଷା ହେବା ନେଇ କୁମାର ବିଶ୍ୱାସ ଟ୍ୱିଟ୍ କରିଛନ୍ତି ..

ପାକିସ୍ତାନ ମାନବୀୟ ଆଧାରରେ ଭାରତୀୟ ପାଇଲଟଙ୍କୁ ବିନା ସର୍ତ୍ତରେ ଛାଡି ଦେଇଛି । କିନ୍ତୁ ଭାରତ ଏହା ସଫା କହିଦେଇଛି ଯେ ପାଇଲଟଙ୍କ ମୁକ୍ତିର ଅର୍ଥ ନୁହେଁ ଯେ ଆତଙ୍କବାଦ ବିରୁଦ୍ଧରେ କାର୍ଯାନୁଷ୍ଠାନ ନିଆଯିବନି । ପାକିସ୍ତାନକୁ ନିଜ ମାଟିରୁ ସମ୍ପୂର୍ଣ୍ଣ ରୂପେ ଆତଙ୍କବାଦ ସଫା କରିବାକୁ ପଡିବ ।

ସମ୍ବନ୍ଧିତ ଖବର