ମୁମ୍ୱାଇ : ସୁପରଷ୍ଟାର ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘କିଙ୍ଗ୍’ ଏହି ସମୟରେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚାରେ। ଫିଲ୍ମରେ ଶାହରୁଖଙ୍କ ସହ ତାଙ୍କର ଝିଅ ସୁହାନା ଖାନ ମଧ୍ୟ ନଜର ଆସିବେ ,କିନ୍ତୁ ଏଥିରେ ସବୁଠୁ ବେଶୀ ଗସିଫ୍ ଫିଲ୍ମରେ ଭିଲେନ ରୋଲ୍ ପ୍ଲେ କରୁଥିବା ଅଭିଷେକ ବଚ୍ଚନଙ୍କର ହେଉଛି। ଦୀର୍ଘ ଦିନରୁ ଅନୁମାନ କରାଯାଉ ଥିଲା ଯେ, ଅଭିଷେକ ବଚ୍ଚନ ଏହି ଆକ୍ସନ ଥ୍ରୀଲର ଫିଲ୍ମରେ ଭିଲେନର ରୋଲ୍ ପ୍ଲେ କରିବାରେ ନଜର ଆସିବେ। ଏବେ ଅଭିଷେକ ବଚ୍ଚନଙ୍କ ଏକ ତାଜା ଲୁକ୍ ଏହି ସବୁ ଖବର ଉପରେ ମୋହର ଲଗାଇଛି। ଅଭିଷେକ ବଚ୍ଚନଙ୍କୁ ସମ୍ପ୍ରତି ଏକ ନୂଆ ଓ ଖୁବ୍ ରଫ୍ ଲୁକ୍ରେ ଦେଖିବାକୁ ମିଳିଛି, ଯାହାକୁ ଫିଲ୍ମ ‘କିଙ୍ଗ୍’ ପାଇଁ ତାଙ୍କର ଅଫିସିଆଲ ଟ୍ରାନ୍ସଫର୍ମେସନ ଭାବେ ମନେକରାଯାଉଛି। ଅଭିଷେକଙ୍କର ଏହି ନୂଆ ଅବତାର ପ୍ରଶଂସକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି।
ଆହୁରି ମଧ୍ୟ ପଢନ୍ତୁ : ଦିଲ୍ଲୀ ହାଇକୋର୍ଟରୁ ରାଜପାଲ ଯାଦବଙ୍କୁ ମିଳିଲା ଜାମିନ୍ , ୧୮ ମାର୍ଚ୍ଚରେ ହେବ ପରବର୍ତ୍ତୀ ଶୁଣାଣି
ନେଗେଟିଭ୍ ରୋଲରେ ନଜର ଆସିବେ ଜୁନିୟର ବି –
ଅଭିଷେକ ବଚ୍ଚନ ନିଜର କ୍ୟାରିୟରରେ ଅନେକ ମୁସ୍କିଲ ରୋଲ୍ କରିଛନ୍ତି, କିନ୍ତୁ ‘କିଙ୍ଗ୍’ରେ ତାଙ୍କର ରୋଲ୍ ଖୁବ୍ ସ୍ୱତନ୍ତ୍ର ହେବାକୁ ଯାଉଛି। ଏକ ରିପୋର୍ଟ ଅନୁସାରେ , ଅଭିଷେକ ଏହି ଫିଲ୍ମରେ ଖୁବ୍ ଭୟଙ୍କର ଅବକାରରେ ନଜର ଆସିବେ। ଏହା ପୂର୍ବରୁ ଅଭିଷେକ ବଚ୍ଚନ ‘ଯୁବା’ ଓ ‘ରାବଣ’ ଭଳି ଫିଲ୍ମରେ ନେଗେଟିଭ୍ ରୋଲ୍ ପ୍ଲେ କରି ସାରିଛନ୍ତି। ବ୍ରିଦ୍ ଭଳି ୱେବ୍ ସିରିଜରେ ମଧ୍ୟ ଲୋକେ ଅଭିଷେକଙ୍କୁ ନେଗେଟିଭ୍ ରୋଲ୍ରେ ପସନ୍ଦ କରିଛନ୍ତି। ଶାହରୁଖ ଖାନଙ୍କୁ ଅଭିଷେକ ବଚ୍ଚନଙ୍କ ସହ ପୁନର୍ବାର ପରଦାରେ ଏକାଠି ଦେଖିବା କୌଣସି ସପ୍ରାଇଜ୍ ଠାରୁ କମ୍ ନୁହେଁ। ଉଭୟଙ୍କ ଶେଷଥର ୨୦୧୪ମସିହାରେ ଫିଲ୍ମ ‘ହ୍ୟାପି ନ୍ୟୁ ଇୟର’ରେ ଦେଖିବାକୁ ମିଳିଥିଲା। ହେଲେ ଏହିଥର ସେ ଦୁହେଁ ବନ୍ଧୁ ନୁହେଁ ବରଂ ପରସ୍ପରର ଶତ୍ରୁ ଭାବେ ସାମ୍ନା ସାମ୍ନି ହେବେ।
ଫିଲ୍ମ ‘କିଙ୍ଗ୍’ ର ନିର୍ଦ୍ଦେଶନା ସୁଜୟ ଘୋଷ ଦେଉଛନ୍ତି , ପଠାନ ଓ ଫାଇଟର ଭଳି ସୁପରହିଟ୍ ଫିଲମ ଦେଇଥିବା ସିଦ୍ଧାର୍ଥ ଆନନ୍ଦ ଏହାକୁ ପ୍ରଡ୍ୟୁସ କରୁଛନ୍ତି। ଏହା ଏକ ଆକ୍ସନ ଥ୍ରୀଲର ଫିଲ୍ମ ହେବାକୁ ଯାଉଛି , ଯେଉଁଥିରେ ସୁହାନା ଖାନ ପ୍ରଥମ ଥର ନିଜର ପିତାଙ୍କ ସହ ବଡ଼ ପରଦାରେ ନଜର ଆସିବେ। ଫିଲ୍ମର କାହାଣୀ ଜଣେ ଅଣ୍ଡରୱାର୍ଲ୍ଡ ଡନ୍ ଓ ତା ଚାରିପାଖରେ ଥିବା ଲୋକଙ୍କ ଚରିତ୍ର ଉପରେ ପର୍ଯ୍ୟବେସିତ ହେବ। ଅଭିଷେକ ବଚ୍ଚନଙ୍କ ରୋଲ୍ ଫିଲ୍ମର ସବୁଠୁ ବଡ଼ ସପ୍ରାଇଜ ଫ୍ୟାକ୍ଟର ଥିବା କୁହାଯାଉଛି। ମେକର୍ସଙ୍କ କହିବାନୁସାରେ ଅଭିଷେକଙ୍କ ଆକ୍ଟିଂ ଓ ତାଙ୍କର ପର୍ସନାଲିଟି ଭିଲେନର ରୋଲ୍ରେ ଏକ ନୂଆ ଅନ୍ଦାଜ ଭରିବ।
କିନ୍ତୁ ଏହି ରୋଲ କଣ ଧୁରନ୍ଧରରେ ଅକ୍ଷୟ ଖାନ୍ନା ଓ ଆନିମଲ ରେ ବବି ଦେଓଲଙ୍କ ଭଳି ଭାଇବ୍ କ୍ରିଏଟ୍ କରିପାରିବ ? ଖୁବ୍ ଶୀଘ୍ର ଏହା ଜଣାପଡ଼ିଯିବ।