ମୁମ୍ୱାଇ : ଅଭିନେତା ରାଜପାଲ ଯାଦବଙ୍କ ସହ ଜଡ଼ିତ ୯ କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲାରେ ୧୨ ଫେବ୍ରୁଆରୀରେ ଶୁଣାଣି ହୋଇଥିଲା। ଗୋଟେ ପକ୍ଷର କଥା ଶୁଣିବା ପରେ ନୂଆ ତାରିଖ ଦିଆଯାଇ ଥିଲା। ଆଜି ଅର୍ଥାତ୍ ୧୬ ଫେବ୍ରୁଆରୀ ୨୦୨୬ରେ ତାଙ୍କର ଜାମିନ ଆବେଦନ ଉପରେ ଶୁଣାଣି ହୋଇଛି। ଏହି ସମୟରେ କୋର୍ଟ ରାଜପାଲ ଯାଦବଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ,୧.୫ କୋଟି ଟଙ୍କାର ରାଶି ଅଭିଯୋଗକାରୀଙ୍କ ଆକାଉଣ୍ଟରେ ଜମା କରାନ୍ତୁ। ଅଭିନେତା କୋର୍ଟ ଆଦେଶ ମାନି ଥିଲେ ଏବଂ ତାଙ୍କୁ ଅନ୍ତରୀଣ ଜାମିନ ମିଳିଯାଇଛି। କୋର୍ଟ ତାଙ୍କ ସାମ୍ନାରେ ଅନେକ ସର୍ତ୍ତ ମଧ୍ୟ ରଖିଛନ୍ତି , ଯାହାକୁ ତାଙ୍କୁ ପୂରଣ କରିବାକୁ ହେବ। ବର୍ତ୍ତମାନ ଅଭିନେତାଙ୍କୁ ତାଙ୍କର ପାସପୋର୍ଟ ମଧ୍ୟ ସରେଣ୍ଡର କରିବାକୁ ହେବ। ଏହି ମାମଲାରେ ଆଗାମୀ ଶୁଣାଣି ୧୮ ମାର୍ଚ୍ଚରେ ହେବ , ଯେଉଁଥିରେ ଅଭିନେତା ଫିଜିକାଲି କିମ୍ୱା ଭର୍ଚୁଆଲି ଉପସ୍ଥିତ ରହିବାକୁ ହେବ।

ଆହୁରି ମଧ୍ୟ ପଢନ୍ତୁ : ରାଜପାଲ ଯାଦବ ଜେଲରୁ ବାହାରିବା ପ୍ରସଙ୍ଗରେ ମୁହଁ ଖୋଲିଲେ ସ୍ତ୍ରୀ, କହିଲେ ‘ସେ ଜେଲରେ ଅଛନ୍ତି ଏବଂ ଠିକ୍ ଅଛନ୍ତି ’

କୋର୍ଟ ରେକର୍ଡ ଅନୁସାରେ ,ଫିଲ୍ମର ନିର୍ମାଣ ପାଇଁ ପାଖାପାଖି ୫ କୋଟି ଟଙ୍କାର ଋଣ ନିଆଯାଇ ଥିଲା। କୁହାଯାଏ ଯେ, ଫିଲ୍ମଟି ବକ୍ସ ଅଫିସରେ ଅସଫଳ ରହିବା କାରଣରୁ ଏହି ଋଣ ସଠିକ୍ ସମୟରେ ସୁଝି ପାରି ନଥିଲେ। ଏହାପରେ ଋଣ ଦେଇଥିବା ପକ୍ଷ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଥିଲେ। ଅନେକ ବର୍ଷ ଧରି ଏହି ମାମଲାରେ ଅନେକ ଶୁଣାଣି ହୋଇ ସାରିଛି , ଯେଉଁଥିରେ କୋର୍ଟ ବକେୟା ରାଶିର ଦେୟ କରିବାର ନିର୍ଦ୍ଦେଶ ଦେଇଥିଲେ ଏବଂ ନିଜର ଆଦେଶର ପାଳନ ସୁନିଶ୍ଚିତ କରିବାକୁ କହିଥିଲେ। ନିର୍ଦ୍ଧାରିତ ସମୟ ସୀମାରେ ପେମେଣ୍ଟ ନହେବାରୁ କୋର୍ଟ ଦୃଢ ଆଭିମୁଖ୍ୟ ଆପଣାଇ ଥିଲେ।

୨୦୧୮ ମସିହାରେ କୋର୍ଟଙ୍କ ନିର୍ଦ୍ଦେଶର ଅବଜ୍ଞା କରିବା ଯୋଗୁଁ ରାଜପାଲ ଯାଦବଙ୍କୁ ସଜା ଶୁଣାଯାଇ ଥିଲା ଏବଂ ତାଙ୍କୁ କିଛି ସମୟ ପାଇଁ ତିହାର ଜେଲ୍ ମଧ୍ୟ ପଠାଯାଇ ଥିଲା। ଜଣେ ଲୋକପ୍ରିୟ କମିକ୍ ଅଭିନେତା ଭାବେ ତାଙ୍କର ପରିଚୟକୁ ଦେଖି , ଏହି ଘଟଣାକ୍ରମ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଆଶ୍ଚର୍ଯ୍ୟକର ଥିଲା। ଉକ୍ତ ମାମଲାରେ କୋର୍ଟ ତାଙ୍କୁ ୬ ଫେବ୍ରୁଆରୀ ୨୦୨୬ରେ ପୁନର୍ବାର ତିହାର ଜେଲ୍‌ରେ ସରେଣ୍ଡର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନର କାର୍ଯ୍ୟବାହୀ ଆଇନଗତ ଆଶ୍ୱସ୍ତି ଓ ପୂର୍ବ କୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ ସହ ଜଡ଼ିତ। ଆଜି ଜାମିନ ପିଟିସନ ଉପରେ ଶୁଣାଣି ହୋଇଛି ଏବଂ ଅଭିନେତାଙ୍କୁ ଅନ୍ତରୀଣ ଜାମିନ ମିଳି ଯାଇଛି।

ଆହୁରି ମଧ୍ୟ ପଢନ୍ତୁ : ରାଜପାଲ ଯାଦବଙ୍କୁ କୋର୍ଟଙ୍କ ଭର୍ତ୍ସନା : କହିଲେ, ତୁମେ ଜେଲ୍‌ରେ କାରଣ ତୁମର ...