ମୁମ୍ବାଇ,୨୫/୩ : ଅଭିନେତା ଅଭିଷେକ ବଚ୍ଚନ । ନାଁ ହିଁ କାଫି । ବଲିଉଡ଼ର ଜଣାଶୁଣା ଚେହେରା । ଷ୍ଟାଇଲିଶ୍ ଲୁକ୍ ଦମଦାର୍ ଅଭିନୟ ପାଇଁ ବେଶ୍ ପରିଚିତ । ତାଙ୍କର ଏବେ କିଛି ଫଟୋ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ନେଇ ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଯେଉଁ ଫଟୋ ଭାଇରାଲ୍ ହେବାରେ ଲାଗିଛି ସେଥିରେ ଦୁଇଟି ହାତରେ ଦୁଇଟି ଘଣ୍ଟା ପିନ୍ଧିଥିବା ନଜର ଆସୁଛନ୍ତି । ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି । ସେ କାହିଁକି ଏଭଳି ଭାବେ ଦୁଇଟି ହାତରେ ଘଣ୍ଟା ପିନ୍ଧିଛନ୍ତି ତାକୁ ନେଇ ଚାଲିଛି ଚର୍ଚ୍ଚା । ଆସନ୍ତୁ ଜାଣିବା ଅଭିଷକ ବଚ୍ଚନ କାହିଁକି ପିନ୍ଧନ୍ତି ଏଭଳି ଘଣ୍ଟା ।
ନିକଟରେ ଅଭିନେତା ଅଭିଷେକ ବଚ୍ଚନ ଏକ ଇଭେଣ୍ଟରେ ଯୋଗ ଦେଇଥିଲେ । ଯେଉଁଥିରେ ସେ ନିଜ ଲୁକରେ ସବୁ ଲାଇମଲାଇଟ୍ ଚୋରାଇ ନେଇଥିଲେ । କିନ୍ତୁ ଏହାଠାରୁ ବି ଅଧିକ ଧ୍ୟାନ ତାଙ୍କ ଓ୍ବାଚ୍ ଟାଣି ନେଇଥିଲା । ସେ ଦୁଇ ହାତରେ ଘଣ୍ଟା ପିନ୍ଧିଥିବା ନଜର ଆସିଛନ୍ତି । ଯାହାର କେତେକ ଫଟୋ ଏବେ ସମ୍ନାକୁ ଆସିଛି । ଫଟୋରେ ଅଭିନେତା ଅଲ୍ ବ୍ଲାକ୍ ଆଉଟଫିଟରେ ନଜର ଆସିଥିବାବେଳେ ବହୁତ ହ୍ୟାଣ୍ଡସମ୍ ଦେଖାଯାଉଛନ୍ତି । ତାଙ୍କ ଷ୍ଟାଇଲିଶ୍ ଲୁକରୁ ଅଧିକ ତାଙ୍କ ଓ୍ବାଚ୍ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲା ।
ପ୍ରକାଶ ଯେ, ଅଭିନେତା ଅଭିଷେକ ବଚ୍ଚନ ଗୋଟିଏ ହାତରେ ଗୋଲଡେନ୍ ଏବଂ ଅନ୍ୟ ହାତରେ କଳା ରଙ୍ଗର ଓ୍ବାଚ୍ ପିନ୍ଧିଥିବାର ନଜର ଆସିଛନ୍ତି । ଯାହା ଦେଖିବାକୁ ବହୁ ଆକର୍ଷଣିୟ ଥିଲା । ଇଭେଣ୍ଟରୁ ତାଙ୍କର ଏହି ଫଟୋ ଏବେ ସାମ୍ନାକୁ ଆସିବା ପରେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେହିଭଳି ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠୁଛି କି ସେ କାହିଁକି ଦୁଇ ହାତରେ ଘଣ୍ଟା ପିନ୍ଧୁଛନ୍ତି ।
ସୂଚନା ଅନୁସାରେ, ଏହା ଏକ ଫ୍ୟାଶନ ନୁହେଁ କାରଣ ବଚ୍ଚନ ପରିବାରର ଏକ ପରମ୍ପରା ଅଟେ । ଅଭିଷେକ ବଚ୍ଚନଙ୍କ ବାପା ଏବଂ ଭେଟରାନ ଅଭିନେତା ଅମିତାଭ ବଚ୍ଚନ ବି ନିଜ ଦୁଇ ହାତରେ ଘଣ୍ଟା ପିନ୍ଧିଥାନ୍ତି । ଅଭିଷେକ କହିଥିଲେ କି, ଏହି ଟ୍ରେଣ୍ଡ ତାଙ୍କ ମା’ ଜୟା ବଚ୍ଚନଙ୍କଠାରୁ ଆରମ୍ଭ ହୋଇଥିଲା । ସେ କହିଥିଲେ କି ୟୁରୋପରେ ବୋର୍ଡ଼ିଂ ସ୍କୁଲ ଦିନରେ ତାଙ୍କ ମା’ ଭାରତ ଏବଂ ୟୁରୋପ ଉଭୟ ସ୍ଥାନର ସମୟ ଜାଣିବା ଲାଗି ଦୁଇଟି ଘଣ୍ଟା ପିନ୍ଧୁଥିଲେ । ଏହିଭଳି ଭାବେ ସେ ଅଭିଷେକଙ୍କ ସହ ନିଜ କଥାବାର୍ତ୍ତା ଲୋକାଲ ଟାଇମ୍ ସହ କୋ-ଅର୍ଡ଼ିନେଟ କରିପାରୁଥିଲେ । ସମୟ ସହ ଅମିତାଭ ବି ଏହି ଅଭ୍ୟାସକୁ ଆପଣାଇଥିଲେ ।