ନୂଆଦିଲ୍ଲୀ,୧୧/୦୨; ଭାରତୀୟ ଦଳର ଓପନିଂ ବ୍ୟାଟର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି । ଫଳରେ ସେ ଗୁରୁବାର ଖେଳାଯିବାକୁ ଥିବା ନାମିବିୟା ବିପକ୍ଷ ମ୍ୟାଚ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି । ତାଙ୍କ ପେଟ ସଂକ୍ରମଣ ହୋଇଥିବା କୁହାଯାଉଛି । ଚିକିତ୍ସା ପାଇଁ ସେ ହସ୍ପିଟାରେ ଭର୍ତ୍ତି ହୋଇଛନ୍ତି । ଭାରତୀୟ ଦଳ ମଙ୍ଗଳବାର ଅରୁଣ ଜେଟଲୀ ଷ୍ଟାଡ଼ିୟମ୍ରେ ଅଭ୍ୟାସ କରିଥିଲା । ଅଭିଷେକ ଅନୁପସ୍ଥିତ ରହିଥିଲେ । ସେ ସମ୍ପ୍ରତି ଅସୁସ୍ଥ ଥିବା ସହକାରୀ କୋଚ ର୍ୟାନ୍ ଟେନ ଡୋସେଟ୍ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ତାଙ୍କ ପେଟରେ ଯନ୍ତ୍ରଣା ରହିଥିବା ଡୋସେଟ୍ ଜଣାଇଥିଲେ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ନାମିବିୟା ବିପକ୍ଷରେ ୨୦୨୬ ଟି୨୦ ବିଶ୍ୱକପର ଦ୍ୱିତୀୟ ମ୍ୟାଚ୍ ଖେଳିବ।
ଅଭିଷେକ ଅଭ୍ୟାସ ଅଧିବେଶନରେ ଅନୁପସ୍ଥିତ ଥିଲେ । ସଞ୍ଜୁ ସାମସନଙ୍କ ଜୋରଦାର ବ୍ୟାଟିଂ ଅଭ୍ୟାସ ଯୋଗୁଁ ନାମିବିୟା ବିପକ୍ଷରେ ଖେଳିବାର ସମ୍ଭାବନା କ୍ଷୀଣ । ଯାହା ହେଉ, ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଥିବା ରିପୋର୍ଟ ଆସିଛି । ଫେବୃଆରୀ ୮ ତାରିଖରେ ଦିଲ୍ଲୀରେ ଗୌତମ ଗମ୍ଭୀରଙ୍କ ରାତ୍ରୀଭୋଜନ ପାର୍ଟିରେ ଟିମ୍ ଇଣ୍ଡିଆ ସହିତ ଅଭିଷେକଙ୍କୁ ଦେଖିବାକୁ ମିଳିଥିଲା । ଗମ୍ଭୀର ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଟିକେ ଚିନ୍ତିତ ମନେ ହେଉଥିଲେ ।
ଏହା ବି ପଢନ୍ତୁ...FIH ହକି ପ୍ରୋ ଲିଗ୍; ଆର୍ଜେଣ୍ଟିନାକୁ ୫-୩ରେ ହରାଇଲା ବେଲଜିୟମ, ଆଜି ବେଲଜିୟମକୁ ଭେଟିବ ଭାରତ
ବୁମରା, ସୁନ୍ଦର ଫିଟ୍ - ଜ୍ୱରରେ ପୀଡ଼ିତ ଥାଇ ୟୁଏସଏ ବିପକ୍ଷ ଖେଳି ନଥିବା ଯଶପ୍ରୀତ ବୁମରା ନେଟ୍ସରେ ଦୀର୍ଘ ସମୟ ଧରି ବୋଲିଂ ଅଭ୍ୟାସ କରିଥିଲେ । ସେହିପରି ଫିଟ୍ ଘୋଷିତ ହୋଇଥିବା ୱାସିଂଟନ ସୁନ୍ଦର ମଧ୍ୟ ଅଭ୍ୟାସ କରିଥିଲେ । ଫେବୃଆରୀ ୭ରେ ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ତାର ପ୍ରଥମ ମ୍ୟାଚ ଆମେରିକା ସହ ଖେଳିଥିଲା । ଆମେରିକାକୁ ୨୯ରନରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା । କ୍ୟାପ୍ଟେନ୍ ସୂର୍ଯ୍ୟକୁମାର ଦମଦାର ପାଳି ଖେଳିଥିଲେ । ଆସନ୍ତାକାଲି ନାମିବିୟା ବିପକ୍ଷରେ ଦ୍ୱିତୀୟ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ । ଏହାପରେ ୧୫ ତାରିଖରେ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନ-ଭାରତ ହାଇଭୋଲ୍ଟଜ ମୁକାବିଲା ଖେଳାଯିବ । ଆମେରିକା ବିପକ୍ଷ ପ୍ରଥମ ମ୍ୟାଚରେ ମଧ୍ୟ ଅଭିଷେକଙ୍କ ସ୍ୱାସ୍ଥ୍ୟ ଭଲ ନ ଥିବା ରିପୋର୍ଟ ଆସିଥିଲା । କୁହାଯାଉଥିଲା ଯେ, ସେ ପ୍ରବଳ ଜ୍ୱର ସତ୍ତ୍ୱେ ମ୍ୟାଚ୍ ଖେଳିଥିଲେ । ଯାହା ପରେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା ।