ପ୍ରମୂଖ ଖବର
  • ଦୟାନଦୀରେ ବୁଡ଼ିଗଲେ ଦୁଇ ନାବାଳକ; ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ
  • ||
  • ଭବାନୀପାଟଣା : ମାଣିକେଶ୍ଵରୀ ହାଇସ୍କୁଲର ଛାତ୍ରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଅଗଷ୍ଟ ୧୬ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଏସ୍‌ଓଏସ୍‌ସି ଫଳ; ମଧାହ୍ନ ୧୨ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
  • ||
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

ଟି-୨୦ରେ ଅଭିଷେକ୍ ଶର୍ମା ବନାମ ତିଲକ୍ ବର୍ମା: ପ୍ରଥମ ସ୍ଥାନ ପାଇଁ ଟିମ୍ ଇଣ୍ଡିଆରେ ଲଢ଼େଇ

Published By : Manash Sahoo | August 15, 2025 2:45 PM

ମୁମ୍ବାଇ,୧୫/୦୮:  ଟି-୨୦ରେ ଅଭିଷେକ୍ ଶର୍ମାଙ୍କ ଗାଦି ଟଳମଳ । ପ୍ରଥମ ସ୍ଥାନ ଛଡ଼ାଇ ନେବେ ଟିମ୍ ମେଟ୍ । ମାତ୍ର ଗୋଟିଏ ସିରିଜ୍‌ର ମାମଲା । ୨୫ ପାଏଣ୍ଟରେ ଖେଳ ଖତମ୍ । ଇଣ୍ଟର ନ୍ୟାସନାଲ କ୍ରିକେଟ୍ କାଉନସିଲ୍ ବା ଆଇସିସି ଖେଳାଳିମାନଙ୍କ ସତ୍ୟତମ ରାଙ୍କିଂ ରିପୋର୍ଟ ପ୍ରକାଶ କରିଛି । ଏଥିରେ ଅନେକ ଭାରତୀୟ ଖେଳାଳି ଶୀର୍ଷ ସ୍ଥାନକୁ ବଜାୟ ରଖିଛନ୍ତି । ଟି-୨୦ରେ ଅଭିଷେକ୍ ଶର୍ମା ଟପ୍‌ ସିଟ୍‌ରେ ବସିଛନ୍ତି । ସେହିପରି ତିଲକ୍ ବର୍ମା  ତୃତୀୟରେ ରହିଥିବା ବେଳେ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ଷଷ୍ଠ ସ୍ଥାନରେ ରହିଛନ୍ତି । 

ଟି-୨୦ କ୍ରିକେଟରେ ଟିମ୍ ଇଣ୍ଡିଆରେ ପ୍ରତିନ୍ଦ୍ବନ୍ଦ୍ବିତା । ପ୍ରଥମ ସ୍ଥାନ ଛଡ଼ାଇ ନେବାକୁ ତୟାରି । ଅଭିଷେକ୍‌ଙ୍କୁ ଚେକ୍ ଦେବେ ତିଲକ୍ । ଆଇସିସି ଟି-୨୦ ରାଙ୍କିଂ ରିପୋର୍ଟରେ ଟିମ୍ ଇଣ୍ଡିଆର ଓପନର ଅଭିଷେକ୍ ଶର୍ମା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ମୋଟ୍ ୮୨୯ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି । ହେଲେ ତାଙ୍କର ବଡ଼ ପ୍ରତିଦ୍ବନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି ନିଜ ଟିମ୍ ମେଟ୍ ତିଲକ୍ ବର୍ମା । ଏକ ମାସ ଧରି ଟି-୨୦ କ୍ରିକେଟରୁ ଦୂରେଇ ରହିଥିଲେ ମଧ୍ୟ ଆଇସିସି ରାଙ୍କିଂରେ ବଡ଼ ଲମ୍ଫ ମାରିଛନ୍ତି । କୋଡିଏ ଓଭର ବିଶିଷ୍ଟ ଖେଳରେ ସେ ତୃତୀୟ ସ୍ଥାନକୁ ଉଠିଛନ୍ତି । ତିଲକ୍ ବର୍ମା ଟି-୨୦ରେ ୮୦୪ ପଏଣ୍ଟ ପାଇ ଅଭିଷେକଙ୍କ ପଛରେ ରହିଛନ୍ତି । ଆଉ ମାତ୍ର ଗୋଟିଏ ସିରିଜ୍‌ର ମାମଲା । ୨୬ଅଙ୍କ ଅଧିକ ହେଲେ ଟିମ୍ ମେଟ୍ ଅଭିଷେକଙ୍କୁ ପଛରେ ଛାଡ଼ି ଦେଇ ପ୍ରଥମ ସ୍ଥାନ ଛଡ଼େଇ ନେବେ ତିଲକ୍ ବର୍ମା । 

ତିଲକ୍ ବର୍ମାଙ୍କ ପାଇଁ ଏସିଆ କପ୍ ବଡ଼ ସୁଯୋଗ । ଖେଳାଳିଙ୍କ ମଧ୍ୟରେ ହେବ ଜୋରଦାର୍ ଫାଇଟ୍ । ଆସନ୍ତା ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ ହେବ ଏସିଆ କପ୍ । ଟି-20ରେ ଫର୍ମାଟରେ ଦୁବାଇ ଏବଂ ଆବୁଧାବିରେ ଖେଳାଳି ସମସ୍ତ ମ୍ୟାଚ୍ । ଏନେଇ ଅଗଷ୍ଟ ୧୮ କିମ୍ବା ୧୯ ତାରିଖରେ ବିସିସିଆଇ ଭାରତୀୟ ଦଳ ଘୋଷଣା କରିବ । ଏଥିରେ ଅଭିଷେକ୍ ଶର୍ମା ଏବଂ ତିଲକ ବର୍ମାଙ୍କୁ ସୁଯୋଗ ମିଳିବାର ଅଧିକ ସମ୍ଭାବନା ରହିଛି । ଏହି ଟୁର୍ଣ୍ଣାମେଣ୍ଟରେ ତିଲକ୍ ଚମତ୍କାର ପ୍ରଦର୍ଶନ ଦେଖାଇ ମାତ୍ର ୨୬ ପଏଣ୍ଟ ଅଧିକ ସଂଗ୍ରହ କଲେ ଟିମ୍ ମେଟ୍‌ଙ୍କୁ ପଛରେ ପକାଇ ଦେବେ । ସେପଟେ ଅଭିଷେକ୍ ମଧ୍ୟ ପ୍ରଥମ ସ୍ଥାନ ବଜାୟ ରଖିବା ପାଇଁ ସଂଘର୍ଷ କରିବେ । 


ଏପଟେ ଓ୍ବାନଡେ’ କ୍ରିକେଟରେ ଶୁବମନ୍ ଗିଲ୍ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି । ଆଇସିସି ଚାମ୍ପିଅନ୍ସ ଟ୍ରଫି ପରେ ଦିନିକିଆ ଫର୍ମାଟରେ କୌଣସି ମ୍ୟାଚ୍ ନଖେଳି ମଧ୍ୟ ହିଟ୍ ମ୍ୟାନ୍ ରୋହିତ୍ ଶର୍ମା ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ବିରାଟ୍ କୋହଲି ୭୩୬ ଅଙ୍କ ସହିତ ଚତୁର୍ଥ ଏବଂ ଶ୍ରେୟସ ଆୟର ୭୦୪ ପଏଣ୍ଟ ସହିତ ଅଷ୍ଟମ ସ୍ଥାନକୁ ଅକ୍ତିଆର କରିଛନ୍ତି । ଓ୍ବାନଡେ’ରେ ପାକିସ୍ତାନୀ କ୍ରିକେଟର ବାବର ଆଜମ୍ ଆଇସିସି ରାଙ୍କିଂର ତୃତୀୟ ସ୍ଥାନରେ ରହିଛନ୍ତି ।....

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.