PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆପଡା ସାଲେଭଟା ଛକରେ ରକ୍ତାକ୍ତ ଅବସ୍ଥାରେ ଯୁବକ-ଯୁବତୀ ଉଦ୍ଧାର
  • ||
  • ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି, ହେଲିକପ୍ଟର ଉଡାଣ ଭରିବା କ୍ଷଣି ମଝି ଆକାଶରେ ଦେଖାଗଲା କଳା ବେଲୁନ୍, ୪ କଂଗ୍ରେସ କର୍ମୀ ଗିରଫ
  • ||
  • ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ-ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି
  • ||
  • ନୂଆପଡା ଉଦ୍ୟାନବନ୍ଧ କ୍ରିଷ୍ଣା ଛକରେ ଟ୍ରକ ଧକ୍କାରେ ୪ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ରେଞ୍ଜ୍ ଅନ୍ତର୍ଗତ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଫାଶରେ ପଡ଼ି ଏକ ଭାଲୁର ମୃତ୍ୟୁ
  • ||
  • କୋଲକାତା : ମାତ୍ର ୭୫ ଟଙ୍କା ପାଉଣା ଫେରସ୍ତ ଦାବିରେ ଦେଖାଦେଇଥିଲା ଅଶାନ୍ତି, ନମାଜ ପଢ଼ି ଫେରିବା ବାଟରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା
  • ||
  • ଭୁବନେଶ୍ବର : ୨୦୧୯ ରୁ ୨୦୨୨ ମଧ୍ୟରେ ରାଜ୍ୟରେ ପଞ୍ଜିକୃତ ହୋଇଛି ୧୦ ହଜାର ୧୨୯ ଦୁଷ୍କର୍ମ ମାମଲା : ଗୃହରାଷ୍ଟ୍ର ମନ୍ତ୍ରୀ
  • ||
  • ଭୁବନେଶ୍ବର : ଜୁଲାଇ ୬ରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା । ଦିନ ୧ଟାରେ ପ୍ରକାଶ ପାଇପ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।
  • ||
  • ଗୋଚ୍ଛାପଡ଼ା/ଫୁଲବାଣୀ : ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ଖପୁରି ୩ ବର୍ଷ ମଧ୍ୟରେ ପ୍ରତିରୋପଣ କରାଯିବ । ଦିଲ୍ଲୀ ଏମସ୍‌ ନ୍ୟୁରୋ ସର୍ଜରୀ ଡାକ୍ତର ଦୀପକ ଗୁପ୍ତାଙ୍କ ସୂଚନା ।
  • ||
  • ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଲ୍ଲୁରୀ ସୀତାରାମ ରାଜୁଙ୍କ ପ୍ରତିମୂର୍ତ୍ତି କରିବେ ଉନ୍ମୋଚନ
  • ||
  • କୋଟପାଡ଼ : କୋଟପାଡ଼ ମୀନାବଜାରରେ ଦୋଳି ଖେଳୁଥିବା ବେଳେ ଜଣେ ନାବଳିକାଙ୍କ ହୃଦ୍‌ଘାତରେ ମୃତ୍ୟୁ
  • ||
  • ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଏକନାଥଙ୍କ ବାଜିମାତ୍। ଫ୍ଳୋର ଟେଷ୍ଟରେ ବହୁମତ ହାସଲ କରିଛନ୍ତି ସିନ୍ଦେ। ସିନ୍ଦେଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା।
  • ||
  • ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚଞ୍ଚରମୁଣ୍ଡା ଛକ ବିଜୁ ଏକ୍ସପ୍ରେସ୍ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର କୁଲ୍ଲୁରେ ବସ୍ ଦୁର୍ଘଟଣା, ସ୍କୁଲ ପିଲାଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଆଶଙ୍କା
  • ||
  • ନୂଆଦିଲ୍ଲୀ : ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ : ବିଜୟ ମୁକୁଟ ପିନ୍ଧିଲେ ସିନି ଶେଟ୍ଟୀ
  • ||
  • ନୂଆଦିଲ୍ଲୀ : ଭାଙ୍ଗିଗଲା ଆଲପାଇନ୍ ଗ୍ଲାସିୟରର ବିଶାଳ ଖଣ୍ଡ, ୫ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ରେଜଲ୍ଟ ପ୍ରକାଶ ନେଇ ବୋର୍ଡର ସମସ୍ତ ପ୍ରସ୍ତୁତି ଶେଷ, ସଚିବାଳୟରେ ଆଜି ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ବାଲିପାଟଣା : ବାଲିଘାଟକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଆଇସିୟୁରେ ଭର୍ତ୍ତି ହେଲେ ଲାଲୁ ଯାଦବ, ପଡ଼ିଯିବା କାରଣରୁ ହୋଇଥିଲେ ଆହତ
  • ||
  • ଡେନମାର୍କ : ଡେନମାର୍କର ସପିଂ ମଲରେ ଫୁଟିଲା ଗୁଳି, ୩ଜଣଙ୍କର ମୃତ୍ୟୁ
  • ||

ପ୍ରତିଶୋଧ ନା ହତାଶା ? ସଫ୍ଟଓୟାର ଇଞ୍ଜିନିୟର ଅବିନାଶ ଅପମୃତ୍ୟୁର କାରଣ କହିବ କି ସନ୍ଧିଗ୍ଧ ଚିଠି…

abinash-

ଭୁବନେଶ୍ୱର ୧୯/୦୫: ପ୍ରେମ ପାଇଁ ଗଲା ଅବିନାଶଙ୍କ ଜୀବନ। ଶିଖରଚଣ୍ଡୀ ପାହାଡ଼ ତଳୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ସଫ୍ଟେଓ୍ୱୟାର ଇଞ୍ଜିନୟଙ୍କ ଉଦ୍ଧାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ଭର୍ତ୍ତି କରାଯାଇଥିଲେ ବି ମୃତ୍ୟୁ ଘଟିଛି। ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାକୁ ନେଇ ସ୍ପଷ୍ଟ ହୋଇନାହିଁ। ଏହା ଭିତରେ ଅବିନାଶଙ୍କ ବାପା ପୁଅ ମୃତ୍ୟୁ ନେଇ ମୁହିଁ ଖୋଲିଛନ୍ତି। ଅବିନାଶ ଏକ ହାତ ଲେଖା ଚିଠି ମିଳିଛି। ସେଥିରେ ଅବିନାଶ ମୃତ୍ୟୁ ପୂର୍ବରୁ ଲେଖିଛନ୍ତି ଶେଷ ଚିଠି। ଏହି ଚିଠି ରହିଛି ଅନେକ ରହସ୍ୟ। ସେ ଚିଠିରେ ଲେଖିଛନ୍ତି… ଦିନ ପରେ ମୁଁ ବାହାରକୁ ଚାଲିଯିବି । ଆଉ ତୋ ସହ ଦେଖାହେଇପାରିବନି । ମୋତ ଭୁଲିଯାଅ । ଘରେ ପାଖରେ ଥିବା ଜଣେ ଯୁବତୀଙ୍କୁ ଆଧାର କରି ଏପରି ସୁଇସାଇଡ୍‌ ନୋଟ୍‌ ଲେଖିଛନ୍ତି ବୋଲି କହିଛନ୍ତି ମୃତ ଅବିନାଶଙ୍କ ବାପା।

ସୂଚନା ମୁତାବକ, ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଜରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା ନୂଆ ମୋଡ଼ ନେଇଛି। ଘଟଣାସ୍ଥଳରୁ ଏକ ବ୍ୟାଗ ଜବତ କରାଯାଇଛି । ଯେଉଁ ଥିରେ ଏକ ହାତଲେଖା ସୁଇସାଇଡ୍ ନୋଟ୍ ମିଳିଛି । ଘର ଲୋକେ ଏହା ଅବିନାଶର ହାତଲେଖା ବୋଲି ଚିହ୍ନଟ କରିଛନ୍ତି  । ଆଉ ଏହି ଚିଠିରେ ଏହିପରି ଭାବରେ କିଛି ଲେଖାଥିବା ସୂଚନା ମିଳିଛି । ତେବେ ସୁଇସାଇଡ୍‌ ନୋଟ୍‌ଟି ଅବିନାଶଙ୍କର ବୋଲି ପରିବାର ଲୋକ ସ୍ପଷ୍ଟ କରିଛନ୍ତି ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂହ ।  

ସୂଚନାଯୋଗ୍ୟ ଯେ,  ଭୁବନେଶ୍ୱର ଇନ୍‌ଫୋସିଟି ଥାନା ନିକଟରୁ ବାରଙ୍ଗ ବାଲିପୋଡ଼ା ଅଞ୍ଚଳର ଅବିନାଶ ପ୍ରଧାନ ଅଧାପୋଡ଼ା ମୃତଦେହ ଠାବ ହୋଇଥିଲା । ତାଙ୍କ ବୟସ ପାଖାପାଖି ୨୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଅବିନାଶ ଏକ କମ୍ପ୍ୟୁଟର ସଂସ୍ଥାରେ ଫ୍ଟେଓ୍ୱୟାର ଇଞ୍ଜିନିୟର ଭାବେ କାମ କରୁଥିଲେ। ତାଙ୍କୁ ପ୍ରମୋସନ ମିଳିଥିବାରୁ ସେ କିଛି ଦିନ ଭିତରେ ବିଦେଶୀକୁ ଯିବେ ବୋଲି ସୂଚନା ମିଳିଥିଲା। ଅବିନାଶଙ୍କ ମୃତ୍ୟୁ ଘଟିବା ପାଇଁ ଘଟଣା ବିଭିନ୍ନ ଦିଗରୁ ଛନ୍ଦି ହୋଇଯାଇଛି।

ଉଲ୍ଳେଖ ଯୋଗ୍ୟ, ଗତ କିଛି ମାସ ତଳେ ମଡେଲ ତଥା ଯୁବ ବ୍ୟବସାୟୀ ସୌମ୍ୟଙ୍କର ମଧ୍ୟ ଏଭଳି ଅପମୃତ୍ୟୁ ଘଟିଥିଲା। ଗାୟିକା ସୋନାଲି ନନ୍ଦଙ୍କ ପାଇଁ ସୌମ୍ୟଙ୍କ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । କିନ୍ତୁ ତାପରେ ମଧ୍ୟ ପୋଲିସ ମାମଲା ରୁଜୁ କରିଥିଲା । ଶେଷରେ ହାଇକୋର୍ଟ ନିର୍ଦ୍ଦେଶ କ୍ରମେ ପୋଲିସ ମାମଲାକୁ ରୁଜୁ ସୋନାଲି ଓ ତାଙ୍କ ମାଆଙ୍କ ତଦନ୍ତ ପରିସରଭୁକ୍ତ କରିଥିଲା ।