ପ୍ରମୂଖ ଖବର
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ବଡ଼ ଘାଟି ତଳେ ଦୁର୍ଘଟଣା ପରେ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚା ଦୋକାନୀ ଓ ୩ଗ୍ରାହକ

Published By : Gurupada Nath | June 3, 2025 7:07 PM

ଖଲ୍ଲିକୋଟ,୩/୬ : ଖଲ୍ଲିକୋଟ ବଡ଼ ଘାଟି ତଳେ ହରିଡ଼ାମୂଳଠାରେ ଆଜି ସନ୍ଧ୍ୟା ୫ଟାରେ ଘଟିଛି ଦୁଇଟି ଦୁର୍ଘଟଣା। ବଡ଼ ଘାଟିରୁ ବାଇପାସ ରୋଡ଼ରେ ତଳକୁ ଖସିବାବେଳେ ଭାରସାମ୍ୟ ହରାଇ ଗୋଟିଏ ଟ୍ରକ ରାସ୍ତାକଡ଼କୁ ଓଲଟି ପଡ଼ିଥିବାବେଳେ ତା’ପଛରେ ଆସୁଥିବା ଆଉ ଗୋଟିଏ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଚା ଦୋକାନ ଭିତରେ ପଶି ଯାଇଥିଲା । ଫଳରେ ଚା ଦୋକାନଟି ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଚୁରମାର ହୋଇଯାଇଥିବାବେଳେ ଦୋକାନୀ ଓ ୩ଜଣ ଗ୍ରାହକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବଡ଼ ଘାଟି ତଳେ ଥିବା ହରିଡ଼ାମୂଳ ବ୍ରିଜ ଉପରେ ଏକ ମାଲ୍ ବୋଝେଇ ଟ୍ରଲର ଓଲଟି ପଡ଼ିଥିଲା । ଆଜି ସେହି ସିଲିଂ ପ୍ଲେଟ ଗୁଡ଼ିକ ରାସ୍ତା ଉପରୁ ହଟାଇ ଆଉ ଏକ ଗାଡ଼ିରେ ଲୋଡ଼ କରାଯାଉଥିଲା । ସେଥିପାଇଁ ୧୬ନମ୍ବର ଜାତୀୟ ରାଜପଥର ବ୍ରହ୍ମପୁର -ଭୁବନେଶ୍ୱର ମୁଖ୍ୟ ରାସ୍ତାକୁ ବନ୍ଦ କରାଯାଇ ବଡ଼ ଘାଟିରୁ ଖଲ୍ଲିକୋଟ ବାଇପାସ ରାସ୍ତାରେ ଗାଡ଼ି ଗୁଡ଼ିକୁ ଛଡ଼ା ଯାଉଥିଲା । 

ତେବେ ବାଇପାସ ରାସ୍ତାଟି ଅତ୍ୟଧିକ ଗଡା଼ଣିଆ ହୋଇଥିବାରୁ ଗୋଟିଏ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଏହି ସମୟରେ ତା ପଛରେ ଆସୁଥିବା ଆଉ ଏକ ମାଲ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଚା ଦୋକାନ ଭିତରେ ପଶି ଯାଇଥିଲା । ଫଳରେ ଦୋକାନଟି ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଚୁରମାର ହୋଇଯାଇଥିବାବେଳେ ଭିତରେ ଦୋକାନୀ ସୁରେନ୍ଦ୍ର ସାହୁ ରହି ଯାଇଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ସୁରେନ୍ଦ୍ରଙ୍କୁ ଦୋକାନ ଭିତରୁ ଉଦ୍ଧାର କରିଥିଲେ । ତାଙ୍କ ଦେହରେ ଆଘାତ ଲାଗିଥିବାବେଳେ ମୁଣ୍ଡ ଫାଟି ଯାଇଛି । ଦୋକାନରେ ଚା ପିଉଥିବା ୩ଜଣ ଗ୍ରାହକ ଦୌଡ଼ି ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସ୍ଥାନୀୟ ପୁଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରୁଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.