କୋଣାର୍କ,୧୪।୮(ଆପ୍ର) ପୁରୀ-କୋଣାର୍କ ବେଳାମାର୍ଗ କୋଣାର୍କ ଥାନା ଅନ୍ତର୍ଗତ ଚନ୍ଦ୍ରଭାଗା ନିକଟରେ ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି।
ସୁନ୍ଦରଗଡରୁ ୨ଟି କାରରେ ପର୍ଯ୍ୟଟକ କୋଣାର୍କ ବୁଲିବାକୁ ଆସିଥିଲେ। ଗୁରୁବାର ଅପରାହ୍ନରେ ଚନ୍ଦ୍ରଭାଗା ନିକଟରେ ଦୁଇଟି କାର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଗାଡ଼ି ସମ୍ମୁଖ ସଂପୂର୍ଣ୍ଣ ଚୁରମାର ହୋଇଯାଇଥିଲା। ଏଥିରେ ୨ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଥିଲେ। ଖବରପାଇ ୧୦୮ ଆମ୍ବୁଲାନ୍ସରେ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। କୋଣାର୍କ ପୁଲିସ ପହଞ୍ଚି ଦୁର୍ଘଟଣା ଗାଡ଼ି ଜବତ କରି ଥାନାକୁ ଆଣିଛି। ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।