କୁକୁଡାଖଣ୍ଡି,୧୨/୦୫: ଫୁଲୁଟା ଗ୍ରାମରେ ରାମାୟଣ ନାଟକ ପରିବେଷଣ ବେଳେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ବ୍ୟକ୍ତି ଆହତ ହୋଇଥିଲେ । ମୃତକ ପଳାସି ଗ୍ରାମର ସଞ୍ଜୟ ସେଠୀ ବୋଲି ଜଣାପଡ଼ିଛି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ସଦର ଥାନା ଲାଠି ପଞ୍ଚାୟତର ବେନ୍ଦାଳିଆ ଗ୍ରାମର ହରିଜନ ସାହିରେ ମାଙ୍ଗଳିକ କାର୍ଯ୍ୟକ୍ରମ ଉପଲକ୍ଷେ ରବିବାର ରାତିରେ ଫୁଲୁଟା ଗ୍ରାମରେ ରାମାୟଣ ନାଟକ ପରିବେଷଣ ହେଉଥିଲା । ରାମାୟଣ ନାଟକରେ ଆସିଥିଲେ ପଳାସି ଗ୍ରାମର ସଞ୍ଜୟ ସେଠୀ । କୌଣସି କାରଣରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଆଉ ୮ ଜଣ ବ୍ୟକ୍ତି ଆହତ ହୋଇଥିଲେ । ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।