ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠୁ ବୋଲ୍ଡ ଅଭିନେତ୍ରୀ କିଏ ? ChatGPTର ଜବାବ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ନୂଆଦିଲ୍ଲୀ : ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅନେକ ବୋଲ୍ଡ ଅଭିନେତ୍ରୀ ଅଛନ୍ତି । କିଏ ନିଜର ବୋଲ୍ଡ ଫ୍ୟାଶନସେନ୍ସ ପାଇଁ ଚର୍ଚ୍ଚାର ବିଷୟ ପାଲଟି ଥାନ୍ତି ତ ଆଉ କିଏ ନିଜର ବୋଲ୍ଡ ଷ୍ଟେଟମେଣ୍ଟ କାରଣରୁ ଲାଇମଲାଇଟକୁ ପ୍ରଭାବିତ କରିଥାନ୍ତି । କିନ୍ତୁ ପ୍ରଶ୍ନ ଉଠିଥାଏ କି, ଏହିସବୁ ଅଭିନେତ୍ରୀଙ୍କ ମଧ୍ୟରୁ ସବୁଠୁ ଅଧିକ ବୋଲ୍ଡ କେଉଁ ଅଭିନେତ୍ରୀ ? ଏହି ପ୍ରଶ୍ନର ଜବାବ ଏକ ଚ୍ୟାଟଜିପିଟିକୁ ପଚାରିବାକୁ ଚେଷ୍ଟା କଲୁ। ଚ୍ୟାଟଜିପିଟି ଆଉ କାହାର ନୁହେଁ କଙ୍ଗନା ରଣାୱତଙ୍କ ନାମ ନେଇଥିଲା। ଚ୍ୟାଟଜିପିଟି ଅନୁସାରେ, କଙ୍ଗନା ରଣାୱତ ବଲିଉଡ୍ର ସବୁଠୁ ବୋଲ୍ଡ ଅଭିନେତ୍ରୀ, କାହିଁକି ? ଆସନ୍ତୁ ଜାଣିବା।

ଚ୍ୟାଟଜିପିଟି କହିଛି , କଙ୍ଗନା ରଣାୱତ ବଲିଉଡର ବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । କଙ୍ଗନା ନିଜର ଭୟଶୂନ୍ୟ ମନୋଭାବ ଓ ଫେସିଆଲ ଏକ୍ସପ୍ରେସସନ ପାଇଁ ଖୁବ୍ ଜଣଶୁଣା। ସେ ନିଜର ଫିଲ୍ମରେ ଚ୍ୟାଲେଞ୍ଜ ପୂର୍ଣ୍ଣ ଭୂମିକା ନିଭାଇଛନ୍ତି , ଆଉ ଏହି ଭୂମିକାରେ ଲୋକଙ୍କ ହୃଦୟ ବି ଜିତିଛନ୍ତି । ଏହି କାରଣ କି ତାଙ୍କର ଫିଲ୍ମ କ୍ୱିନ୍ , ତନୁ ୱେଡ୍ସ ମନୁ ଓ ଫ୍ୟାଶନ ପାଇଁ ତାଙ୍କୁ ପ୍ରଶଂସା ଓ ପୁରସ୍କାର ମିଳିଛି। ସେ ନିଜର ପୂରା କ୍ୟାରିୟର ବେଳେ ଅନେକ ସାହସିକତାର ବୟାନ ବି ଦେଇଛନ୍ତି ।
ଚ୍ୟାଟଜିପିଟି ଆହୁରି ଲେଖିଛି , କଙ୍ଗନା ରଣାୱତ କେବଳ ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ଜଡିତ ମାମଲା ଉପରେ ହିଁ ନୁହେଁ ରାଜନୀତିକ ମାମଲା ଉପରେ ମଧ୍ୟ ଖୁଲମଖୁଲା ନିଜର ମତ ବ୍ୟକ୍ତ କରିଛନ୍ତି। ସେ ଭାରତୀୟ ଜନତା ପାର୍ଟି (ବିଜେପି) , ସ୍ୱତନ୍ତ୍ର ରୂପେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଖୋଲାଖୋଲି ସମର୍ଥନ କରିଛନ୍ତି ଏବଂ ତାଙ୍କ ନୀତିର ପକ୍ଷରେ ବୟାନ ଦେଇଛନ୍ତି । ଖାଲି ଏତିକି ନୁହେଁ , ସାମାଜିକ ବିଷୟ ଉପରେ ମଧ୍ୟ ଆଲୋଚନା କରିଛନ୍ତି । ଏହା କାରଣ କି ସେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠୁ ବୋଲ୍ଡ ପର୍ସନାଲିଟିଙ୍କ ମଧ୍ୟରୁ ଜଣେ ।