PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ସୁପରଷ୍ଟାର ରଜନୀକାନ୍ତଙ୍କ କୁଣ୍ଡଳୀ: ରାଜନୀତି ବ୍ଯତୀତ ଅନ୍ଯ ସବୁଠି ମିଳିବ ସଫଳତା

ତାମିଲ ଓ ହିନ୍ଦୀ ଫିଲ୍ମର ମହାନାୟକ ରଜନୀକାନ୍ତଙ୍କ ଜନ୍ମ ସିଂହ ଲଗ୍ନରେ ହୋଇଛି । ସିଂହ ଲଗ୍ନ ହେବା କାରଣରୁ ରଜନୀକାନ୍ତଙ୍କୁ ସୂର୍ଯ୍ଯଙ୍କ ସମାନ ତେଜ ଓ ଧନ ପ୍ରାପ୍ତି ହେଉଛି । ସିଂହ ଲଗ୍ନ ହେବା କାରଣରୁ ତାଙ୍କ ନିକଟରେ ଆତ୍ମଶକ୍ତିର ଅଭାବ ଦେଖାଦେଇନଥାଏ । ଅତି କଠିନ ପରିସ୍ଥିତିରେ ମଧ୍ଯ ସେ ହାର ନମାନି ସାହସ ଏବଂ ଧୈର୍ଯ୍ଯର ସହ ଆଗେଇଥାନ୍ତି । ସିଂହ ଲଗ୍ନରେ ଗୁରୁଙ୍କ ସପ୍ତମ ଦୃଷ୍ଟି ଯୋଗୁଁ ରଜନୀକାନ୍ତଙ୍କୁ ଆକର୍ଷକ ବ୍ୟକ୍ତିତ୍ୱ ପ୍ରାପ୍ତ ହୋଇଛି । ଏହି କାରଣରୁ ଜନସମୁଦାୟରେ ଏହାର ପ୍ରଭାବ ଦେଖାଯାଇଥାଏ ଏବଂ କେବଳ ତାଙ୍କ ନାଁ ପାଇଁ ତାଙ୍କ ଫିଲ୍ମ ବ୍ଲକ୍ ବଷ୍ଟର ହୋଇଥାଏ ।

ଶିବାଜୀ ରାଓ ଗାୟକୱାଡ ନିଜର ସବୁ ଭାଇଙ୍କଠୁ ସାନ । ତାଙ୍କ ମାତାଙ୍କ ନାଁ ଜିଜାବାଇ । ତାଙ୍କ ପିଲାଦିନ ଅତି କଷ୍ଟରେ କଟିଥିଲା । ଏଥିପାଇଁ ତାଙ୍କୁ ଜୀବନରେ ଅତ୍ଯନ୍ତ ସଂଘର୍ଷ କରିବାକୁ ପଡିଥିଲା । ସଂଘର୍ଷ କରିବା ଫଳରେ ଗ୍ରହଙ୍କ ଚଳନ ବଦଳିଲା ଏବଂ ଶିବାଜୀ ରାଓ ପାଲଟିଲେ ସୁପରଷ୍ଟାର ରଜନୀକାନ୍ତ । ରଜନୀକାନ୍ତଙ୍କ ଜନ୍ମ କୁଣ୍ଡଳୀ ସିଂହ ଲଗ୍ନ, ଯେଉଁଥିରେ ଦ୍ୱିତୀୟ ସ୍ଥାନରେ ଶନି ଓ କେତୁ କନ୍ୟା ରାଶିରେ ଅଛି । ଚତୁର୍ଥ ଭାବରେ ସୂର୍ଯ୍ୟ ବିଛା ରାଶିରେ, ପଞ୍ଚମ ଭାବରେ ଶୁକ୍ର ଓ ବୁଧ ୟୁତି, ଷଷ୍ଠ ଭାବରେ ଚନ୍ଦ୍ରମା ଓ ମଙ୍ଗଳ, କୁମ୍ଭ ରାଶିରେ ଗୁରୁ ଓ ଅଷ୍ଟମ ଭାବରେ ରାହୁ ସ୍ଥିତ ।

ରଜନୀକାନ୍ତଙ୍କ ଜନ୍ମ କୁଣ୍ଡଳୀ ଅନୁସାରେ ଲଗ୍ନେଶର ଚତୁର୍ଥ ଅର୍ଥାତ୍ ମିତ୍ର ରାଶିରେ ହେବା ଆଧ୍ୟାତ୍ମିକ ଏବଂ ଭୌତିକ ସୁଖରେ ବୃଦ୍ଧି କରୁଛି । ଲଗ୍ନେଶ ସୂର୍ୟ୍ଯର ଚତୁର୍ଥ ଭାବରେ ହେବା ଯୋଗୁଁ ରଜନୀକାନ୍ତଙ୍କୁ ୩୨ ବର୍ଷ ବୟସ ପରେ ସଫଳତା ମିଳିଲା । ଏହା ପୂର୍ବରୁ ରଜନୀକାନ୍ତ ସଂଘର୍ଷରତ ଥିଲେ । ତାଙ୍କ ଜନ୍ମ କୁଣ୍ଡଳୀରେ ୬ଷ୍ଠ ଭାବରେ ଚନ୍ଦ୍ରମା ସ୍ଥିତ ଏବଂ ମଙ୍ଗଳ ଉଚ୍ଚର, ମଙ୍ଗଳର ୬ଷ୍ଠ ଭାବରେ ହେବା ‘ଭାଗ୍ୟମ୍ଭଗ ଯୋଗ’ ଓ ’ସୁଖମ୍ଭଗ ଯୋଗ’ର ନିର୍ମାଣ କରୁଛି । କିନ୍ତୁ ଦ୍ୱାଦଶ ଭବାଧିପତି ଚନ୍ଦ୍ରମା ମଧ୍ୟ ସେଠାରେ ସ୍ଥିତ ଯେଉଁ କାରଣରୁ ସରଳ ବିପରୀତ ରାଜଯୋଗ ପାଲଟି ଲକ୍ଷ୍ମୀ ଯୋଗ ବନୁଛି । ଏଥିପାଇଁ ରଜନୀକାନ୍ତଙ୍କ ଜୀବନରେ ପ୍ରଥମ ସଂଘର୍ଷ ହେଲା ପରେ ସରଳ ବିପରୀତ ରାଜଯୋଗ ଦ୍ୱାରା ଧନୀ ପାଲଟିଲେ ।

ମଙ୍ଗଳ ଯୋଗୁଁ ରଜନୀକାନ୍ତ ଅଧିକ ଷ୍ଟାଇଲିସ୍ । ବୁଧ ଓ ଶୁକ୍ରର ପଞ୍ଚମ ଭାବରେ ୟୁତି କନ୍ଯାଙ୍କୁ ଜନ୍ମ ଦେଇଥାଏ । ଅନ୍ଯପଟେ ପଞ୍ଚମେଶ ଓ ଅଷ୍ଟମେଶ ଗୁରୁର ସପ୍ତମ ଭାବରେ ହେବା କେଶରୀ ଯୋଗ ଓ କୁଳଦୀପକ ଯୋଗ ସୃଷ୍ଟି କରି ଜନସମୁଦାୟରେ ପ୍ରସିଦ୍ଧି ଦେଉଛି । ଏହି କାରଣରୁ ରାଜନୀତିରେ ମଧ୍ଯ ଆଗମନ ହେବ କିନ୍ତୁ ରାଜନୀତିରେ ବିଶେଷ ସଫଳତା ପ୍ରାପ୍ତ ହେବନି । ସିଂହ ଲଗ୍ନ ପାଇଁ ଶନି ଶୁଭ ଗ୍ରହ ନୁହେଁ ଏବଂ ସୂର୍ଯ୍ଯଙ୍କ ସହିତ ଶତ୍ରୁ ସମ୍ବନ୍ଧ ମଧ୍ଯ ଅଛି । ଏହି କାରଣରୁ ମାତୃ ସୁଖରେ ଅଭା ରହିଲା ଏବଂ ବର୍ତ୍ତମାନ ସ୍ୱାସ୍ଥ୍ୟ ପ୍ରତି ସାମାନ୍ଯ ଅସାବଧାନତା ରୋଗକୁ ଡାକିଆଣିବ ।