PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ପ୍ରକାଶ ପାଇଲା ଦେଶର ୧୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ତାଲିକା: ୨୪ତମ ସ୍ଥାନରେ ସୋଆ, ମେଡିକାଲ ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ୧ନମ୍ବର

ନୂଆଦିଲ୍ଲୀ ୮/୪: ରାଷ୍ଟ୍ରପତି ରାମନାଥ କୋବିନ୍ଦ NIRF ରାଙ୍କିଙ୍ଗ୍ ଘୋଷଣା କରିଛନ୍ତି। ଚଳିତ ଥର ଆଇଆଇଟି ମାଡ୍ରାସ ୧ ନଂରେ ରହିଥିବାବେଳେ ଓଡ଼ିଶାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ସାରା ଦେଶରେ ବିଶ୍ବବିଦ୍ୟାଳୟ ସ୍ତରରେ ୨୪ତମ ସ୍ଥାନରେ ରହିଛି। ମେଡିକାଲ କଲେଜ ମାନଙ୍କ ଭିତରେ ଓଡ଼ିଶାରେ ସୋଆ ନମ୍ବର-୧ରେ ରହିଛି। 

ମେଡିକାଲ କଲେଜମାନଙ୍କ ମଧ୍ୟରେ ସୋଆ ୨୧ତମ ସ୍ଥାନରେ ଥିବାବେଳେ ଇଞ୍ଜିନିୟରିଙ୍ଗ କଲେଜମାନଙ୍କ ମଧ୍ୟରେ ୩୨ତମ ସ୍ଥାନରେ ରହିଛି।

ସାମଗ୍ରିକ ଭାବେ ସାରା ଦେଶରେ ଶିକ୍ଷା ଓ ଅନୁସନ୍ଧାନକୁ ୪୧ତମ ସ୍ଥାନ ମିଳିଛି। NIRF ର ଟପ୍‌-୧୦୦ ରାଙ୍କିଙ୍ଗ୍ ରେ ସ୍ଥାନ ବଜାୟ ରଖିଛି ସୋଆ। ସୂଚନା ଯୋଗ୍ୟ ଯେ ପ୍ରତ୍ୟେକ ବର୍ଷ ମାନବ ସମ୍ବଳ ମନ୍ତ୍ରଣାଳୟ ୯ଟି ବିଭାଗରେ ଦେଶର ୧୦୦ଟି ଭଲ ଶିକ୍ଷାନୁଷ୍ଠାନ ନାଁ ପ୍ରକାଶ କରିଥାଏ। ଏହି ବିଭାଗଗୁଡ଼ିକ ହେଲା _ସାମଗ୍ରିକ, ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଙ୍ଗ, ମହାବିଦ୍ୟାଳୟ, ମ୍ୟାନେଜମେଣ୍ଟ, ଫାର୍ମାସି, ମେଡିକାଲ, ଆର୍କିଟେକ୍ଚର ଏବଂ ଆଇନ। ଶିକ୍ଷା, ଶିକ୍ଷାଦାନ, ସମ୍ବଳ, ଗବେଷଣା, ବୃତ୍ତି ଅନୁମୋଦିତ କାର୍ଯ୍ୟଧାରା, କୃତକାର୍ଯ୍ୟ ହାର ଆଦି ବିଭିନ୍ନ ବିଷୟକୁ ନଜରରେ ରଖି ରାଙ୍କିଙ୍ଗ ସ୍ଥିର କରାଯାଇଥାଏ।