ରାଜ୍ୟ ସରକାରଙ୍କ ଶ୍ୱେତପତ୍ର ପ୍ରକାଶ,୨୦୨୨ରେ ଆଇଶୃଙ୍ଖଳା ପରିସ୍ଥିତି ଥିଲା ଶାନ୍ତିପୂର୍ଣ୍ଣ

ଭୁବନେଶ୍ୱର,୨୦/୦୩: ରାଜ୍ୟ ସରକାରଙ୍କ ଶ୍ୱେତପତ୍ର ପ୍ରକାଶ। ଗତ ବର୍ଷ ୨୦୨୨ରେ ଆଇଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିଲା ବୋଲି ଶ୍ୱେତପତ୍ରରେ ସରକାର ପ୍ରକାଶ କରିଛନ୍ତି। ଗତ ବର୍ଷ ମୋଟ ୧ ଲକ୍ଷ ୭୮ ହଜାର ୧୯୦ ଧର୍ତ୍ତବ୍ୟ ଅପରାଧ ରୁଜୁ ହୋଇଥିଲା।। ମୋଟ ଧର୍ତ୍ତବ୍ୟ ଅପରାଧରୁ ୧୩୭୯ଟି ଥିଲା ନର ହତ୍ୟା ମାମଲା। ନର ହତ୍ୟା ମାମଲାରେ ୧୩୦୧ ଟି ମାମଲା ସତ୍ୟ ଥିବା ପ୍ରମାଣିତ ହୋଇଥିଲା। ସେହିପରି ୬୨୬ ଟି ଡକାୟତ ମାମଲା ରୁଜୁ ହୋଥିବା ବେଳେ ୬୧୪ ଟି ମାମଲା ସତ୍ୟ ପ୍ରମାଣିତ ହୋଇଥିଲା। ରାଜ୍ୟରେ ଗତ ବର୍ଷ ୨୨୪୮ ଟି ଦଙ୍ଗା ସୃଷ୍ଟି ହୋଇଥିଲା।
ଅନ୍ୟପଟେ ୨୯୯୮ ଟି ଲୁଟ୍ ମାମଲା ରୁଜୁ ହୋଇଥିଲା। ସେଥିରେ ୨୯୫୪ ଟି ଥିଲା ସତ୍ୟ। ସେହିପରି ୩୧୮୪ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ଏଥିରେ ୩୧୩୫ ଟି ମାମଲା ସତ୍ୟ ପ୍ରମାଣିତ ହୋଇଥିଲା। ୫୩୫୨ଟି ପ୍ରତାରଣା ମାମଲା ରୁଜୁ ହୋଇଥିବା ବେଳେ ସେଥିରୁ ୫୦୪୬ ଟି ମାମଲା ସତ୍ୟ ପ୍ରମାଣିତ ହୋଇଥିଲା। ରାଜ୍ୟରେ ଗତ ବର୍ଷ ୪୮୫୯ଟି ଯୌତକ ନିର୍ଯାତନା ମାମଲା ରୁଜୁ ହୋଇଥିଲା। ଏଥିରେ ୩୪୧୮ ଟି ଯୌତକ ନିର୍ଯ୍ୟାତନା ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଥିଲାଲା। ୧୭୯ଟି ଯୌତୁକ ନରିର୍ଯ୍ୟାତନା ମାମଲାରେ ଚୂଡ଼ାନ୍ତ ସତ୍ୟ ହୋଇଥିଲା।