ମାଲକାନଗିରି/ଏମଭି ୭୯/କାଲିମେଳା,୨୫/୧୧ (ଆପ୍ର ) :  ଆଇସକ୍ରିମ ଲୋଭ ଦେଖାଇ ୩  ନାବାଳିକାଙ୍କୁ ଘରକୁ ଡାକି ଦୁଷ୍କର୍ମ  କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ଥାନାରେ ଅଟକ ରଖି ପୁଲିସ ପଚରା ଉଚରା କରିଛି।   ଏହି ଘଟଣା  ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଏମଭି ୭୯ ଥାନା ଅଧୀନ ଏକ ଗାଁରେ। ଏ ନେଇ ନରେନ ରାୟଙ୍କୁ ପୁଲିସ ଅଟକ ରଖିଛି

୩ ଜଣ ନାବାଳିକା ଘର ପାଖରେ ଖେଳୁଥିଲେ। ଏହି ସମୟରେ ପଡୋଶୀ ନରେନ ସେମାନଙ୍କୁ ଆଇସକ୍ରିମର ଲୋଭ ଦେଖାଇ  ନିଜ ଘରକୁ ଡାକିଥିଲା। ସେମାନଙ୍କୁ ଦୁର୍ଷ୍କମ କରିଥିଲା। ଏ ନେଇ ନାବାଳିକାଙ୍କ ପରିବାର ଲୋକ ଏମଭି-୭୯ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାଟି ଗତ ଦୁଇ ଦିନ ତଳେ ଘଟି ଥିଲା। ତିନିଜଣ ନାବାଳିକା ସେମାନଙ୍କ ମା’ଙ୍କୁ ଏ କଥା କହିବା ପରେ ଧରା ପଡ଼ି ଯିବା ଭୟରେ ଅଭିଯୁକ୍ତ ଫେରାର ହୋଇ ଯାଇଥିଲା। ପରିବାର ଲୋକେ ଥାନାରେ ମଙ୍ଗଳବାର ଥାନାରେ ଏତଲା ଦେବା ପରେ ପୁଲିସ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ତଦନ୍ତ ଆରମ୍ଭ କରିଛି।  ନରେନକୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରହିଛି ବୋଲି ଏମଭି ୭୯ ଥାନା ଆଇଆଇସି ଚନ୍ଦ୍ରକାନ୍ତ ତାଣ୍ଡି କହିଛନ୍ତି ।