ଭୁବନେଶ୍ବର,୧୨।୩ : ଅଭିଯୁକ୍ତକୁ  ବାଇକରେ କୋର୍ଟ ଚାଲାଣ ବେଳେ ପୋଲିସ କବଜାରୁ  ଚମ୍ପଟ ମାରିଲା । ଗାଡିରୁ  ଡେଇଁ ଅଭିଯୁକ୍ତ ଫେରାର । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

ଏକ ଚେକ ବାଉନସ କେସରେ ଜଣକୁ ଗିରଫ କରିଥିଲା ପୁରୁଣା ବଜାର ପୋଲିସ । ଅଭିଯୁକ୍ତକୁ ବାଇକ ଯୋଗେ  କୋର୍ଟ ଚାଲାଣ କରାଯାଉଥିଲା।  ନେହେରୁ ଷ୍ଟାଡିୟମ ନିକଟ ଏକ ହୋଟେଲ ଠାରେ ବାଇକ ରୁ ଡେଇଁ ଅଭିଯୁକ୍ତ  ଫେରାର ହୋଇଯାଇଥିଲା ।  ପରେ ପୋଲିସର ୩ ଟି ଟିମ ଅଭିଯୁକ୍ତକୁ ଖୋଜିବା ରେ ନିୟୋଜିତ କରାଯାଇଥିଲା। ଏଥି ସହ ଆଖପାଖ ହୋଟେଲ ରେ ସିସିଟିଭି ଯାଞ୍ଚ କରୁଛି ପୋଲିସ ।