PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ବୈଶିଙ୍ଗା ନଡପୁର ଜଙ୍ଗଲରେ ହୋଇଥିବା ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ, ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଲେ ଏସଡିପିଓ 

ବୈଶିଙ୍ଗା,୨୯/୦୧: ବୈଶିଙ୍ଗା ଥାନା ନଡପୁର ଗ୍ରାମ ଜଙ୍ଗଲରେ ଘଟିଥିବା ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ। ୨୭ତାରିଖ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା। ହତ୍ୟାକାଣ୍ଡର ଆସାମୀ ତନ୍ମୟ ଦାସକୁ ଗିରଫକରି ରବିବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଏନେଇ ଏସଡିପିଓ ଶୁଦର୍ଶନ ଦାଶ ପ୍ରେସମିଟ  କରି ସୂଚନା ଦେଇଛନ୍ତି।   

ଅପରାହ୍ନ ୫ ଟା ସମୟରେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ୠଷିକେଶ ଡି ଖିଲାରିଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ଶୁଦର୍ଶନ ଦାଶ, ବୈଶିଙ୍ଗା IIC ପ୍ରଭାଂଶୁ ଶେଖର ମିଶ୍ର ପ୍ରେସମିଟ କରିଥିଲେ। ଏଥିରେ ସେମାନେ କହିଛନ୍ତି ଯେ ମୃତ ମହିଳାଙ୍କ ସହିତ ତନ୍ମୟର ଦୀର୍ଘଦିନ ଧରି ଶାରିରୀକ ସମ୍ପର୍କ ରହିଥିବା ତନ୍ମୟ ସ୍ଵୀକାର କରିଥିଲା। ୨୭ତାରିଖ ରାତି ୧୦ ଟା ପରେ ମହିଳାଙ୍କ ଘର ଠାରୁ ୫୦୦ ମିଟର ଦୂର ଜଙ୍ଗଲ ଭିତରେ ଉଭୟ ଦେଖା ହେବା ପରେ କୌଣସି କାରଣରୁ ଅସନ୍ତୋଷ ଉପୁଜିବାରୁ ତନ୍ମୟ ମହିଳା ଜଣକୁ ଅଜାଗାରେ ମାରିବା ପରେ ସେ ପ୍ରାଣ ହରାଇଥିଲେ। ଏହାପରେ ତାଙ୍କୁ ଘୋଷାଡି ଘୋଷାଡି ରାସ୍ତା ପାର୍ଶ୍ଵରେ ପକାଇ ଦେଇ ଘରକୁ ପଳାଇଥିଲେ। ପୁଲିସ ମୋବାଇଲ ଫୋନକୁ ଭିତ୍ତି କରି ତନ୍ମୟକୁ ଗିରଫ କରିଥିଲା।   

ସମ୍ବନ୍ଧିତ ଖବର