ଯାଜପୁର,୨୮/୩ : ଥାନା ହାଜତରୁ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ୩ ପୋଲିସ୍ ସସପେଣ୍ଡ୍ । ଜଣେ ASI ଓ ୨ କନଷ୍ଟେବଳ ସସପେଣ୍ଡ ହୋଇଛନ୍ତି । ଫେରାର ଥିବା ଅଭିଯୁକ୍ତକୁ ପୋଲିସ ଖୋଜିବାରେ ଲାଗିଛି ।

ସୂଚନା ଅନୁସାରେ, ବ୍ରହ୍ମବରଦା ଥାନାରେ ଘଟିଛି ଏଭଳି ଏକ ଘଟଣା । ଏକ ଚୋରି ମାମଲାରେ ଗିରଫ ଅଭିଯୁକ୍ତ ଗତକାଲି ରାତିରେ ଥାନାରୁ ଫେରାର ହୋଇଯାଇଛି । ଫେରାର ଯୁବକ ଜଣକ ହେଲା ଆଶିଷ ବେହେରା । ଅଭିଯୁକ୍ତକୁ ଧରିବା ପାଇଁ ବ୍ରହ୍ମବରଦା ପୋଲିସ ଉଦ୍ୟମ ଜାରି ରଖିଥିବାବେଳେ ଯାଜପୁର ରୋଡ଼ ଏସଡିପିଓ ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ଏ ସମ୍ପର୍କରେ ପୋଲିସ ଅଧିକାରୀ ପ୍ରତିକ୍ରିୟା ନ ଦେବାକୁ ନାରାଜ । ପ୍ରତିକ୍ରିୟା ପରେ ଘଟଣାର ସ୍ପଷ୍ଟତା ଜଣାପଡ଼ିବ ।