PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ନାବାଳକ ବାଇକ୍ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ୨୫ ହଜାର ଟଙ୍କାର କଟିଲା ଫାଇନ୍

ରାୟଗଡ଼ା, ୨୮/୦୩ : ନାବାଳକ ବାଇକ୍ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ପୋଲିସ ଓ ପରିବହନ ବିଭାଗର ମିଳିତ ଯାଞ୍ଚ୍ ବେଳେ ରାୟଗଡ଼ା କଲେଜ ରୋଡରେ ତିନି ଜଣ ନାବାଳକ ବାଇକ୍ ଚଳାଇବା ସମୟରେ ଧରା ପଡିଛନ୍ତି। ସେମାନଙ୍କ ଠାରୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ ହୋଇଛି।

ସୂଚନାଯୋଗ୍ୟ ଯେ, ସ୍କୁଲ ଓ କଲେଜରେ ପଢୁଥିବା ଛାତ୍ରଛାତ୍ରୀ ନାବାଳକ ଓ ନାବାଳିକା ବିପଦଜନକ ଭାବେ ସ୍କୁଟି, ବାଇକ ଚଳାଉଥିବା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏଣୁ ଏହି ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଆଜି ସ୍ଥାନୀୟ କଲେଜ ରୋଡରେ ତିନି ନାବାଳକ ବାଇକ ଚଳାଇବା ସମୟରେ ଧରା ପଡିଛନ୍ତି। ପୋଲିସ ଓ ପରିବହନ ବିଭାଗ ସେମାନଙ୍କ ଠାରୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛି।