ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ୍‌କୁ ନେଇ ଆସିଲା ବଡ ଖବର ! ଏହି ତାରିଖରେ ହୋଇପାରେ ଘୋଷଣା...

ନୂଆଦିଲ୍ଲୀ ୨୦/୩: ଇଣ୍ଡିଆନ୍ ମାର୍କେଟରେ ଇଲେକ୍ଟ୍ରିକ୍ ଗାଡିର ଡିମାଣ୍ଡ ତୀବ୍ର ଗତିରେ ବଢିବାକୁ ଲାଗିଛି । ଖାସ୍ କରି ଟୁ-ହ୍ୱିଲର ସେଗମେଣ୍ଟରେ ଇଭିର ଚାହିଦା ବଢିବାରେ ଲାଗିଛି । ଇଲେକ୍ଟ୍ରିକ୍ ସ୍କୁଟରକୁ ନେଇ ଲୋକଙ୍କ ମଧ୍ୟରେ ବହୁତ କ୍ରେଜ୍ ଦେଖିବାକୁ ମିଳୁଛି ଏବଂ ଏହି କାରଣରୁ ସାରା ଦେଶରେ ଅନେକ ବ୍ରାଣ୍ଡ୍ସ ଏବଂ ଷ୍ଟାର୍ଟଅପ୍ ନିଜ ସ୍କୁଟର ବିକ୍ରି କରୁଛନ୍ତି । ଯଦିଓ ମାର୍କେଟରେ ଅନେକ ଇଲେକ୍ଟ୍ରିକ୍ ସ୍କୁଟର ଅଛି ତଥାପି ଲୋକମାନେ ହୋଣ୍ଡା ଆକ୍ଟିଭାର ଇଲେକ୍ଟ୍ରିକ୍ ସ୍କୁଟରର ଅପେକ୍ଷା କରିଛନ୍ତି । ତେବେ ଖବର ଆସୁଛି କି ହୋଣ୍ଡା ଆଗାମୀ ୨୯ ମାର୍ଚ୍ଚରେ ଆକ୍ଟିଭା ଇଲେକ୍ଟ୍ରିକ୍ ସ୍କୁଟରର ଘୋଷଣା କରିପାରେ । ତେବେ ଏନେଇ କମ୍ପାନୀ ତରଫରୁ କୌଣସି ସୂଚନା ସେୟାର କରାଯାଇନି ।

ସୂଚନା ଅନୁସାରେ ଏକ ପ୍ରେଞ୍ଜେଟେସନ ଲିକ୍ ହେବା କୁହାଯାଉଛି । ତଦନୁସାରେ କମ୍ପାନୀ ଚଳିତ ମାସରେ ଆକ୍ଟିଭା ଇଲେକ୍ଟ୍ରିକ୍ ସ୍କୁଟରର ଘୋଷଣା କରିବ । ସମ୍ଭବତଃ ଏହି ଅବସରରେ ସ୍କୁଟରର ଡିଟେଲ୍ସ ସମ୍ପର୍କରେ ମଧ୍ୟ ସୂଚନା ସେୟାର କରାଯିବ । କହିରଖୁଛୁ ଗତ କିଛି ଦିନରେ ଆକ୍ଟିଭା ସ୍ମାର୍ଟର ଲଞ୍ଚ୍ ଇଭେଣ୍ଟ ସମୟରେ ଇଲେକ୍ଟ୍ରିକ୍ ଗାଡି ସମ୍ପର୍କରେ କମ୍ପାନୀର ପ୍ଲାନ୍ ସମ୍ପର୍କରେ ପଚରାଯିବା ପରେ କମ୍ପାନୀ ତରଫରୁ କୁହାଯାଇଥିଲା କି ମାର୍ଚ୍ଚ ୨୦୨୪ ସୁଦ୍ଧା ଇଲେକ୍ଟ୍ରିକ୍ ସ୍କୁଟର ଆଣିବା ଉପରେ କାମ କରାଯାଉଛି । ଏହି ନୂଆ ଇଲେକ୍ଟ୍ରିକ୍ ମଡେଲ ବର୍ତ୍ତମାନର ଆକ୍ଟିଭା ମଡେଲ୍ ବେଷ୍ଟ୍ଡ ହେବ । ଖାସ୍ କଥା ଏହା କି ଏହି ଫିକ୍ସ୍ଡ ବ୍ୟାଟେରୀ ପ୍ୟାକ୍ ସହିତ ମାର୍କେଟକୁ ଆଣିବ କମ୍ପାନୀ । ଏହାର ଟପ୍ ସ୍ପିଡ୍ ପ୍ରାୟ ୫୦ କିଲୋମିଟର ପ୍ରତି ଘଣ୍ଟା ହେବ  ।

କୁହାଯାଉଛି କି ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକକୁ ଗ୍ଲୋବାଲି ଲଞ୍ଚ୍ କରିବ ଏବଂ ଏହାକୁ ଏସିଆ, ୟୁରୋପ୍ ଏବଂ ଜାପାନର ମାର୍କେଟକୁ ଓହ୍ଲାଇବ । ଆକ୍ଟିଭା କମ୍ପାନୀ ପାଇଁ ବଡ ବ୍ରାଣ୍ଡ୍ ନେମ୍ ଏବଂ କମ୍ପାନୀ ଏହି ନାଁକୁ ଅଧିକ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଚାହୁଁଛି । ଇଣ୍ଡିଆନ୍ ମାର୍କେଟରେ ଆକ୍ଟିଭା ଦେଶର ସବୁଠାରୁ ଅଧିକ ବିକ୍ରି ହେଉଥିବା ସ୍କୁଟର ଏବଂ ଆଶା କରାଯାଉଛି କି ଇଲେକ୍ଟ୍ରିକ୍ ଅବତାରରେ ମଧ୍ୟ ଏହି ସ୍କୁଟର ଦମଦାର ପରଫର୍ମ କରିବ ।

ବର୍ତ୍ତମାନ ଏହି ଇଲେକ୍ଟ୍ରିକ୍ ସ୍କୁଟରର ଘୋଷଣା କରାଯିବ । ଏହା ପରେ ଏହାକୁ ମାର୍କେଟକୁ ଆଣିବ କମ୍ପାନୀ । ଆଶା କରାଯାଉଛି କମ୍ପାନୀ ଏହାର ଲୁକ୍ ଏବଂ ଡିଜାଇନକୁ ବର୍ତ୍ତମାନର ମଡେଲ ଭଳି ରଖିବ । କିନ୍ତୁ ଏଥିରେ ଉତ୍ତମ ବ୍ୟାଟେରୀ ପ୍ୟାକ୍ ଏବଂ ଇଲେକ୍ଟ୍ରିକ୍ ମୋଟର ବ୍ୟବହାର କରାଯିବ । ଏହାର ଫିଚର୍ସ ଏବଂ ସ୍ପେଶିଫିକେସନ୍ ସମ୍ପର୍କରେ ଏବେ କୌଣସି ସୂଚନା ଆସିନି । ତେବେ ହୋଣ୍ଡା ସବୁବେଳ ପାଇଁ ନିଜ ଗାଡିକୁ ଉତ୍ତମ କରିବାକୁ ଚେଷ୍ଟା କରିଥାଏ ଏବଂ ଏଥିପାଇଁ କମ୍ପାନୀର ଗାଡିଗୁଡିକ ଗ୍ରାହକଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.