ନୂଆଦିଲ୍ଲୀ ୩୦/୦୩: ସିନେମା ଜଗତରେ ସଫଳତାର ମାନଦଣ୍ଡ ଅତି ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଆଜିକାଲି ୧୦୦-୨୦୦ କୋଟି ଟଙ୍କା ସଂଗ୍ରହ କରୁଥିବା ଫିଲ୍ମଗୁଡିକୁ ସଫଳ ବିବେଚନା କରାଯାଉ ନାହିଁ । ବରଂ ସେହି ଫିଲ୍ମଗୁଡିକୁ ସଫଳ ବୋଲି ବିବେଚନା କରାଯାଉଛି ଯାହା ୫୦୦ କୋଟିରୁ ଅଧିକ ରୋଜଗାର କରୁଛି। କିନ୍ତୁ ଖୁବ୍ କମ କଳାକାରଙ୍କ ଏପରି କିଛି ଫିଲ୍ମ ଅଛି ଯାହା ପ୍ରେକ୍ଷାଳୟରେ ଭଲ କଲେକ୍ସନ୍ କରି ୧୦୦୦ କୋଟିରୁ ଅଧିକ ରୋଜଗାର କରିଛି। ଏଥିସହିତ ଏପରି କିଛି ଆକ୍ଟର୍ସ ବି ଅଛନ୍ତି ଯିଏକି ୧୦୦୦ କୋଟି ଫିଲ୍ମର ଅଂଶ ହୋଇଛନ୍ତି। ଶାହାରୁଖ ଖାନଙ୍କ ଠାରୁ ଆରମ୍ଭ କରି ପ୍ରଭାସ ପର୍ଯ୍ୟନ୍ତ ଫିଲ୍ମରେ ସେ ଚମତ୍କାର କରିଛନ୍ତି। ବର୍ତ୍ତମାନ ଅଭିନେତା ରଣଭୀର ସିଂହଙ୍କର ମଧ୍ୟ ଦୁଇଟି ଫିଲ୍ମରେ ଅଛନ୍ତି ଯାହା ୧୦୦୦ କୋଟିରୁ ଅଧିକ ଆୟ କରିଛି। ଆସନ୍ତୁ ଜାଣିବା ସେହି ଅଭିନେତା ଜଣଙ୍କ କିଏ ?
ବଲିଉଡ ଏବଂ ସାଉଥକୁ ମିଶାଇ ଭାରତୀୟ ସିନେମା ଇତିହାସରେ ଏପରି ୧୦ ଟି ଫିଲ୍ମ ଅଛି ଯାହା ୧୦୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛି। ଏହି ଫିଲ୍ମଗୁଡିକରେ ‘ବାହୁବଳୀ ୨’, ‘ପୁଷ୍ପା ୨’, ‘କେଜିଏଫ୍ ଚାପ୍ଟର ୨’, ‘ଆରଆରଆର’, ‘ପଠାନ’, ‘ଜୱାନ’, ‘କଲକି ୨୮୯୮ ଏଡି’, ‘ଦଙ୍ଗଲ’, ‘ଧୁରନ୍ଧର’ ଏବଂ ‘ଧୁରନ୍ଦର ଦି ରିଭେଞ୍ଜ’ ଭଳି ଫିଲ୍ମ ଅନ୍ତର୍ଭୁକ୍ତ। ସେଥିମଧ୍ୟରୁ ଅମୀର ଖାନଙ୍କ ଦଙ୍ଗଲ ହେଉଛି ଏକମାତ୍ର ଫିଲ୍ମ ଯାହା ୨୦୦୦ କୋଟି ଟଙ୍କା ରୋଜଗାର କରିଛି।
ତେବେ ଆମେ କହୁଥିବା ଅଭିନେତାଙ୍କ ନାଁ ହେଉଛି ସଞ୍ଜୟ ଦତ୍ତ । ଯିଏକି ୪ ଥର ୧୦୦୦ କୋଟି ଫିଲ୍ମର ଅଂଶ ହୋଇଛନ୍ତି। ୪ ଦଶନ୍ଧି ଧରି ତାଙ୍କ କ୍ୟାରିଅରରେ ସଞ୍ଜୁ ବାବା ଅନେକ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ଅଭିନେତାଙ୍କ ନାମରେ ମଧ୍ୟ ଏକ ବିରଳ ସଫଳତା ରହିଛି ଯାହା ଏପର୍ଯ୍ୟନ୍ତ କେହି ହାସଲ କରିପାରି ନାହାଁନ୍ତି । ଭାରତୀୟ ସିନେମା ଇତିହାସରେ ସଞ୍ଜୟ ଦତ୍ତ ହେଉଛନ୍ତି ଏକମାତ୍ର ଅଭିନେତା ଯିଏକି ୪ ଟି ୧୦୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିବା ଫିଲ୍ମର ଅଂଶ ହୋଇଛନ୍ତି। ଏହି ତାଲିକାଲେ ‘ଧୁରନ୍ଧର’ ଏବଂ ‘ଧୁରନ୍ଧର ଦ ରିଭେଞ୍ଜ’ ବି ସାମିଲ ଅଛି। ଏହା ବ୍ୟତୀତ ‘କେଜିଏଫ୍ ଚାପ୍ଟର ୨’ ଏବଂ ଶାହାରୁଖ ଖାନଙ୍କ ‘ଜୱାନ’ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି ଯେଉଁଥିରେ ସଞ୍ଜୟ ଦତ୍ତଙ୍କ କାମିଓ ଥିଲା।
ଆହୁରି ପଢ଼ନ୍ତୁ...‘ଇଣ୍ଡଷ୍ଟ୍ରିରୁ ମିଳିଛି ଧୋକା, ଚୋରି ହୋଇଥିଲା ସ୍କ୍ରିପ୍ଟ...’, ଜାଣନ୍ତୁ ଆଦିତ୍ୟଙ୍କ ବଲିଉଡ୍ ଜର୍ଣ୍ଣି