PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

୨.୬ କୋଟି ଟଙ୍କା ଠକେଇର ଶିକାର ହେଲେ ଅଭିନେତା ଦୀପକ, ଥାନାରେ କଲେ ଅଭିଯୋଗ

timesofindia

ମୁମ୍ବାଇ ୨୦/୦୩ : ବଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ଦୀପକ ତିଜୋରୀଙ୍କ ସହ ଠକେଇ ହୋଇଥିବା ମାମଲା ସାମ୍ନାକୁ ଆସିଛି। ଅଭିନେତା ଆମ୍ବୋଲି ପୋଲିସ ଷ୍ଟେସନରେ ଏହି ଅଭିଯୋଗ କରିଛନ୍ତି। ଦୀପକ ତାଙ୍କ ଅଭିଯୋଗରେ ପ୍ରକାଶ କରିଛନ୍ତି ଯେ ତାଙ୍କ ସହ କୋଟି କୋଟି ଟଙ୍କା ଠକେଇ ହୋଇଛି। ସେ ଏହି ଅଭିଯୋଗ ତାଙ୍କ ସହ-ନିର୍ମାତା ମୋହନ ନାଡାରଙ୍କ ନାଁରେ କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଦୀପକ ମୋହନ ନାଡାରଙ୍କ ସହ ଏକ ଥ୍ରିଲର୍ ଫିଲ୍ମ ପାଇଁ ହାତ ମିଶାଇଥିଲେ। ଯେଉଁଥିପାଇଁ ଅଭିନେତା ତାଙ୍କୁ ୨.୬ କୋଟି ଟଙ୍କା ଦେଇଥିଲେ। କିନ୍ତୁ ନିର୍ମାତା ତାଙ୍କୁ କୌଣସି ଟଙ୍କା ଫେରାଇନଥିଲେ। ଦୀପକଙ୍କ ଅଭିଯୋଗ ପରେ ପୋଲିସ ଆଇପିସିର ଧାରା ୪୨୦ ଏବଂ ୪୦୬ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆମ୍ବୋଲି ପୋଲିସ ଅନୁଯାୟୀ, ୨୦୧୯ ରେ ଦୀପକ ଏବଂ ମୋହନ ଟିପ୍ସି ପାଇଁ ଚୁକ୍ତି ପ୍ରସ୍ତୁତ କରି ସାଇନ୍ କରିଥିଲେ। ଏହା ପରେ ଅଭିନେତା ଅନେକ ଥର ତାଙ୍କୁ କହିବା ପରେ ମଧ୍ୟ ସେ ଟଙ୍କା ଫେରସ୍ତ କରିନଥିଲେ। ଯାହାପରେ ଅଭିନେତା ତାଙ୍କ ନାଁରେ ମାମଲା ରୁଜୁ କରିଛନ୍ତି।