PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

କ୍ୟାନସର ସହ ଲଢି ହାରିଗଲେ ଲୋକପ୍ରିୟ ଅଭିନେତା କିଶୋର ଦାସ, ୩୦ ବର୍ଷ ବୟସରେ ଦୁନିଆକୁ ଅଲବିଦା

ଦିସପୁର ୦୨/ ୦୭: ଦୀର୍ଘଦିନ ଧରି କ୍ୟାନସର୍‌ ସହ ଲଢିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଆସାମର ଲୋକପ୍ରିୟ ଅଭିନେତା କିଶୋର ଦାସ । ଖୁବ କମ ଦିନ ମଧ୍ୟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କିଶୋରଙ୍କର ମାତ୍ର ୩୦ ବର୍ଷ ବୟସରେ ପରଲୋକ ଘଟିଛି । କ୍ୟାନସରରେ ଆକ୍ରାନ୍ତ ହୋଇ ଚେନ୍ନାଇର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ କିଶୋର ଦାସ । ତାଙ୍କ ବିୟାଗରେ ଆସମିୟା ଚଳଚିତ୍ର ଇଣ୍ଡଷ୍ଟ୍ରିର ଶୋକର ଛାୟା ଖେଳିଯାଇଛି ।

ଦୀର୍ଘ ଦିନ ଧରି ସେ କ୍ୟାନସର ସହ ଲଢେଇ କରୁଥିଲେ । କିଛି ଦିନ ଧରି ଗୌହାଟୀର ଏକ ହସ୍ପିଟାଲରେ ଚିକିତ୍ସିତ ହେବାପରେ ଗତ ବର୍ଷ ମାର୍ଚ୍ଚ ମାସରେ ସେ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତ ମାସରେ ହସ୍ପିଟାଲ ବେଡରୁ ଏକ ଫଟୋ ମଧ୍ୟ ସେୟାର କରିଥିଲେ ଆଉ କହିଥିଲେ, ତାଙ୍କର ଏବେ ଷ୍ଟେଜ୍-୪ କ୍ୟାନସରର ଚିକିତ୍ସା ଜାରିରହିଛି । କିନ୍ତୁ କ୍ୟାନସରକୁ ହରାଇବାରେ ଅକ୍ଷମ ହେଲେ ସେ । ଶନିବାର ସନ୍ଧ୍ୟାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ଆସାମ ମନୋରଞ୍ଜନ ଶିଳ୍ପରେ ବେଶ ଲୋକପ୍ରିୟ ଥିଲେ କିଶୋର ଦାସ । ସାମାଜିକ ଗଣମାଧ୍ୟମରେ ମଧ୍ୟ ତାଙ୍କର ଅନେକ ଫଲୋଅର୍ସ ଥିଲେ । ୧୯୯୧ ମସିହାରେ ଜନ୍ମ ଗ୍ରହଣ କରିଥିବା କିଶୋର ଦାସ ୩ଶହରୁ ଅଧିକ ମ୍ୟୁଜିକ୍ ଭିଡିଓରେ କାମ କରିସାରିଛନ୍ତି । ଟିଭି ସିରିଏଲ ବ୍ୟତିତ ଅନେକ ଗୁଡିଏ ସର୍ଟ ଫିଲ୍ମରେ ମଧ୍ୟ କରିସାରିଛନ୍ତି କିଶୋର ଦାସ । ପୂର୍ବରୁ ସେ ଇଣ୍ଡିଆନ୍‌ ଗଟ୍‌ ଟାଲେଣ୍ଟ ଏବଂ ଡ୍ୟାନ୍ସ ଇଣ୍ଡିୟା ଡ୍ୟାନ୍ସରେ ମଧ୍ୟ ଅଂଶ ଗ୍ରହଣ କରିସାରିଥିଲେ ।