କଟକ, ୯/୨ : ଡିଜିପିଙ୍କ ନିକଟରେ ଫେରାଦ ହେଲେ ଅଭିନେତା ସାତ୍ୟକୀ ମିଶ୍ର। କହିଲେ ମୋ ଜୀବନ ଅଛି ବିପଦ । ଜୀବନରୁ ମାରିଦେବାକୁ ମିଳିଛି ଧମକ । କେବଳ ଏତିକି ନୁହେଁ ମୋ ପତ୍ନୀଙ୍କୁ ମଧ୍ୟ ଅଶାଳୀନ ବ୍ୟବହାର କରାଯାଇଛି । ସେପଟେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୁଲିସ ।

କହି ରଖୁଛୁ କି, ପାରିବାରିକ କଳହ ପହଞ୍ଚିଛି ଥାନାରେ । ଅଭିନେତା ସାତ୍ୟକୀ ମିଶ୍ରଙ୍କୁ ହତ୍ୟା ଧମକ ଦେଇଛନ୍ତି ତାଙ୍କ ବଡ଼ବାପାଙ୍କ ପୁଅ ଭାଇ । ପୈତୃକ ସମ୍ପତ୍ତି ବିବାଦରୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ପରିବାରର ସୁରକ୍ଷା ଦାବି କରି କଟକ ଡିସିପିଙ୍କୁ ଭେଟିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ କଟକ ଷ୍ଟୁଡେଣ୍ଟ ଷ୍ଟୋର’ର ମାଲିକାନାକୁ ନେଇ ବିବାଦ ଉପୁଜୁଥିଲା । ଏମିତିକି ବଡ଼ବାପାଙ୍କ ପୁଅ ଅକ୍ତିଆର ପାଇଁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି । ଘରେ ପଶି ଜୀବନରୁ ମାରିଦେବାକୁ ଧମକ ଦେଇଥିବା କହିଛନ୍ତି । ତେବେ ଏହି ଘଟଣାରେ କେତେ ସତ୍ୟତା ରହି ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

ଏହାସହ ପଢ଼ନ୍ତୁ : ଅନଲାଇନ୍ ଗେମିଂ ପାଇଁ ଯାଉଛି କି ଜୀବନ ?