ହଲିଉଡ୍ ଅଭିନେତ୍ରୀ କିର୍ଷ୍ଟି ଏଲେଙ୍କ ପରଲୋକ, କ୍ୟାନ୍ସରରେ ଥିଲେ ପୀଡିତ

ନୂଆଦିଲ୍ଲୀ ୦୬/୧୨: ହଲିଉଡ୍ ଫିଲ୍ମ ଅଭିନେତ୍ରୀ କିର୍ଷ୍ଟି ଏଲେଙ୍କ ୭୧ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କ୍ୟାନ୍ସର୍ ସହ ଲଢେଇ କରୁଥିଲେ। ଟିଭି କମେଡି ଶୋ’ ଚିୟର୍ସରୁ ଏଲେ ଲୋକପ୍ରିୟତା ପାଇଥିଲେ। ସେ ଲୁକ୍ ହୁଜ୍ ଟକିଙ୍ଗ୍ ଏବଂ ଷ୍ଟାର୍ ଟ୍ରେକ୍ ସେକେଣ୍ଡ୍ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏଲେଙ୍କ ମୃତ୍ୟୁକୁ ତାଙ୍କର ଦୁଇ ସନ୍ତାନ ଟ୍ରୁ ଷ୍ଟିଭେନ୍ସନ୍ ଏବଂ ଲିଲି ପାର୍କର ଷ୍ଟିଭେନ୍ସନ୍ ନିଶ୍ଚିତ କରିଛନ୍ତି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସେମାନେ ଏହି ଦୁଃଖଦ ଖବର ଜଣାଇଛନ୍ତି।
ଟ୍ରୁ ଷ୍ଟିଭେନ୍ସନ୍ ଏବଂ ଲିଲି ପାର୍କର ଷ୍ଟିଭେନ୍ସନ୍ ସୋସିଆଲ ମିଡିଆରେ ଲେଖିଛନ୍ତି, କ୍ୟାନ୍ସର ସହ ଲଢେଇ ପରେ ଆମର ପ୍ରିୟ ମାଙ୍କର ଦେହାନ୍ତ ହୋଇଥିବାର ସୂଚନା ଦେଇ ଆମେ ଅତ୍ୟନ୍ତ ଦୁଃଖିତ। ସେ ତାଙ୍କ ସୁନ୍ଦର ପରିବାର ସହିତ ରହୁଥିଲେ। ସେ ନିଜ ଜୀବନକୁ ବହୁତ ଶକ୍ତି ସହିତ ଲଢୁଥିଲେ। ସେ ପରଦାରେ ଯେତିକି ମହାନ କଳାକାର ଥିଲେ, ସେ ମଧ୍ୟ ଜଣେ ଚମତ୍କାର ମା ଏବଂ ଜେଜେମା ଥିଲେ ।
ସେ ଆହୁରି ଲେଖିଛନ୍ତି, ଆମ ମାଆଙ୍କ ଉତ୍ସାହ ଏବଂ ଜୀବନ ପ୍ରତି ଆଗ୍ରହ ଥିଲା ତାଙ୍କର ସନ୍ତାନ, ନାତି ଏବଂ ସେ ପାଳିଥିବା ପଶୁ। ସେ ଯେତେ ଖୁସିରେ ବଞ୍ଚୁଥିଲେ ଆମେ ତାହା ଉଲ୍ଲେଖ କରିପାରିବୁ ନାହିଁ। ସେ ଆମକୁ ଜୀବନ ବଞ୍ଚିବାକୁ ପ୍ରେରଣା ଦେଇଥିଲେ ଏବଂ ଆମର ପ୍ରେରଣା ଥିଲେ। ଏହା ବ୍ୟତୀୟ ଉଭୟ ଅଭିନେତ୍ରୀଙ୍କ ଫ୍ୟାନ୍ସଙ୍କୁ ପ୍ରେମ ଏବଂ ପ୍ରାର୍ଥନା ପାଇଁ ଧନ୍ୟବାଦ ଜଣାଇଛନ୍ତି।