PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ନିଜର ପ୍ରଥମ ଫିଲ୍ମରେ ଫେମସ ହୋଇଥିଲେ ଏହି ଅଭିନେତ୍ରୀ, ଏବେ ହେଲେ ଗୁଗଲ ଇଣ୍ଡିଆର ହେଡ୍

source:zeenews.india.com

ନୁଆଦିଲ୍ଲୀ ୪/୪: ଅଭିନେତ୍ରୀ ମୟୁରୀ କାଙ୍ଗୋଙ୍କୁ ତ ଆପଣ ମନେ ରଖିଥିବେ । ମୟୁରୀ ୧୯୯୬ରେ ଆସିଥିବା ଫିଲ୍ମ ‘ପାପା କହତେ ହେଁ’ ରେ ଅଭିନୟ କରି ସମସ୍ତଙ୍କ ହୃଦୟରେ ଘର କରିଦେଇଥିଲେ । ଏବେ ସେ ଗୁଗଲ ଇଣ୍ଡିଆରେ ଏଜେନ୍ସି ପାର୍ଟନରସିପର ଇଣ୍ଡଷ୍ଟ୍ରୀ ହେଡ୍ ପଦ ଗ୍ରହଣ କରିଛନ୍ତି । କାଙ୍ଗୋ କହିଛନ୍ତି ଯେ ସେ ଗୁଗଲର ଏକ ପାର୍ଟ ହେବାରେ ଏବଂ ଡିଏଏମ୍ ତଥା ପବ୍ଲିସିସ ସହିତ ଭାଗୀଦାରି ପାଇଁ ବହୁତ ଉତ୍ସାହିତ ଅଛନ୍ତି ।

ଏହା ପୂର୍ବରୁ କାଙ୍ଗୋ ଏକ ପ୍ରଦର୍ଶନ ମାର୍କେଟିଂ ଏଜେନ୍ସି ପରଫାମିର୍କସର ପ୍ରବନ୍ଧ ନିର୍ଦ୍ଦେଶକ ଥିଲେ । ସେ ଡିଜିଟାସରେ ମିଡିଆର ସହାୟକ ନିର୍ଦ୍ଦେଶକ ଓ ଜେନିଥରେ ମୁଖ୍ଯ ଜିଡିଟାଲ ଅଫିସର ରୂପେ କାମ କରିସାରିଛନ୍ତି । ସେ ୧୯୯୫ରେ ବାବରୀ ମସଜିଦ୍ ମାମଲା ଉପରେ ଆଧାରିତ ଫିଲ୍ମ ନସିମରେ ନଜର ଆସିଛନ୍ତି । କିନ୍ତୁ ତାଙ୍କୁ ପରିଚୟ ମିଳିଥିଲା ମହେଶ ଭଟ୍ଟଙ୍କ ଫିଲ୍ମ ‘ପାପା କହତେ ହେଁ’ ଯେଉଁଥିରେ ତାଙ୍କ ସହିତ ଜୁଗଲ ହସଂରାଜ ମଧ୍ଯ ଥିଲେ ।

ଛୋଟ ପରଦାରେ ମଧ୍ଯ କାମ କରିଛନ୍ତି ମୟୁରୀ । ସେ ‘ବେତାବୀ’, ‘ହୋଗୀ ପ୍ଯାର କୀ ଜିତ୍’ ଓ ‘ବାଦଲ’ ଫିଲ୍ମରେ ଦେଖାଯାଇଛନ୍ତି । ସେ ଛୋଟ ପରଦାରେ ‘କହିଁ କିସି ରୋଜ’, ‘କିଟି ପାର୍ଟି’, ‘କୁସୁମ’ ଓ ‘କ୍ୟା ହାଦସା କ୍ୟା ହକିକତ୍’ ଭଳି ଶୋରେ କାମ କରିଛନ୍ତି ।