ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ଲିପନ୍ ଙ୍କ ଭଉଣୀ ଆଣିଲେ ପାଲଟା ଅଭିଯୋଗ ‘ଛାତ ଉପରେ ନିକିତାଙ୍କ ବାପା, ଭାଇ ମଧ୍ୟ ଥିଲେ’

କଟକ,୧୩ା୧(ବ୍ୟୁରୋ): ‘ଘଟଣା ଘଟିବା ରାତିରେ ଛାତ ଉପରେ ଲିପନ୍ ଓ ନିକିତା ସହିତ ତାଙ୍କ ବାପା ଓ ଭାଇ ଉପସ୍ଥିତ ଥିଲେ । ପାଟିତୁଣ୍ଡ ପରେ ନିକିତା ହଠାତ୍ ଛାତରୁ ତଳକୁ ଡେଇଁବାକୁ ଉଦ୍ୟମ କଲା ବେଳେ ଅଧାରେ ଲଟକି ରହିବା ଅବସ୍ଥାରେ ଥିଲେ । ଏହା ଦେଖି ଲିପନ୍ ଓ ନିକିତାଙ୍କ ବାପା ତାଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ ମଧ୍ୟ କରିଥିଲେ । ହେଲେ ତାହା ସମ୍ଭବ ହେଲାନି । ନିକିତା ତଳକୁ ଗଳିପଡ଼ିଲେ’ ।-ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ତାଙ୍କ ନଣନ୍ଦ ତଥା ଲିପନ୍ଙ୍କ ଭଉଣୀ ସୋମନ ସାହୁ ଆଜି ଏଭଳି କିଛି ବୟାନ ଦେଇଛନ୍ତି । ଘଟଣାର ପରଦିନ ସକାଳେ ଭାଇ ଲିପନ୍ ଏକଥା ତାଙ୍କୁ କହିଥିବା ସୋନମ ଆଜି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ସୋନମଙ୍କର ଏଭଳି ଅଭିଯୋଗ ପୂରା ଘଟଣାକୁ ଅନ୍ୟ ଏକ ମୋଡ଼ ଦେଇଛି । ସୋନମ ଆହୁରି ମଧ୍ୟ କହିଛନ୍ତି, ୩୧ ତାରିଖ ରାତିରେ ଆମ ଘରେ ଗଣ୍ଡଗୋଳ ହୋଇଥିଲା ବୋଲି ଯେଉଁ ଅଭିଯୋଗ ହେଉଛି ତାହାକୁ ମିଛି । ୩୧ ତାରିଖ ରାତିରେ ନିକିତା ଓ ଲିପନ୍ ଗୋପାଳପୁର ସ୍ଥିତ ଘରକୁ ଆସିଥିଲେ । ସାଙ୍ଗରେ ପୁଅ ଅଂଶକୁ ମଧ୍ୟ ନେଇ ଆସିଥିଲେ । ଅଂଶକୁ ଦେଖି ଘରେ ସମସ୍ତେ ଖୁସି ଥିଲେ । ପରେ ହସଖୁସିରେ ନିକିତା ଓ ଲିପନ୍ ଘରକୁ ଫେରିଥିଲେ । ଏହି ସମୟରେ ଘରେ ରେକର୍ଡିଂ ହୋଇଥିବା ଏକ ଭିଡ଼ିଓକୁ ମଧ୍ୟ ସୋନମ ଆଜି ଗଣମାଧ୍ୟମକୁ ଦେଖାଇଛନ୍ତି । ଯେଉଁଥିରେ ସବୁ କିଛି ଠିକ୍ଠାକ୍ ଥିଲା ଭଳି ଲାଗୁଛି । ସେହିପରି ୪ ତାରିଖ ରାତି ବିଷୟରେ ସୋନମଙ୍କ କହିବାକଥା, ସେଦିନ ଲିପନ୍ ମହାନଦୀ ବିହାର ଘର ଅର୍ଥାତ୍ ନିକିତାଙ୍କ ଘରକୁ ଯିବା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ସମୟରେ ପାଖରେ ନିକିତାଙ୍କ ବାପା ଓ ଭାଇ ଉପସ୍ଥିତ ଥିଲେ । ତେବେ ପାଟିତୁଣ୍ଡ ଅଧିକ ହେବାରୁ ନିକିତା ହଠାତ୍ ଛାତ ଉପରକୁ ଦୌଡ଼ିଥିଲେ । ଏହା ଦେଖି ପଛରେ ଲିପନ୍, ନିକିତାଙ୍କ ବାପା ଓ ଭାଇ ମଧ୍ୟ ଛାତକୁ ଯାଇଥିଲେ । ଛାତରେ ପହଞ୍ଚିବା ପରେ ମଧ୍ୟ ପାଟିତୁଣ୍ଡ ହୋଇଥିଲା । ଆଉ କିଛି ସମୟ ପରେ ନିକିତା ହଠାତ୍ ଛାତ ବାଡ଼ାରେ ଚଢ଼ି ତଳକୁ ଡେଇଁବାକୁ ଉଦ୍ୟମ କଲେ । ସେ ଛାତ ଉପରୁ ଏକ ପ୍ରକାର ଝୁଲିବା ଅବସ୍ଥା ରହିବା ବେଳେ ଲିପନ୍ ଓ ନିକିତାଙ୍କ ବାପା ଉଦ୍ଧାର କରିବା ପାଇଁ ଉଦ୍ୟମ କଲେ । ହେଲେ ନିକିତା ତଳକୁ ଗଳିପଡ଼ିଲେ । ପରେ ସମସ୍ତେ ତଳକୁ ଯାଇ ନିକିତାଙ୍କୁ ହସ୍ପିଟାଲ୍ ନେଇଗଲେ । ରାତି ପ୍ରାୟ ସାଢ଼େ ୧୧ଟା ସୁଦ୍ଧା ଏହି ଖବର ଆମ ଘରଲୋକ ପାଇଥିଲେ । ବିଷୟଟି ଶୁଣି ମୋ ବାପା ଓ ତାଙ୍କର ଜଣେ ସମ୍ପର୍କୀୟ ମଧ୍ୟ ସିଡିଏ ସ୍ଥିତ ହସ୍ପିଟାଲ୍କୁ ଯାଇଥିଲେ । ସେଠାରେ ନିକିତାଙ୍କ ବାପା ମୋ ବାପାଙ୍କୁ ସବୁ ବିଷୟ ଜଣାଇବା ସହିତ ଧୈର୍ଯ୍ୟ ଧରିବାକୁ କହିଥିଲେ । ଲିପନ୍ ଦୋଷୀ ନୁହନ୍ତି ବରଂ ଏହା ଏକ ଅଘଟଣ ବୋଲି ନିକିତାଙ୍କ ପରିବାର ଲୋକ ଜାଣି ସୁଦ୍ଧା ଆମ ଘର ଉପରେ ରାଗ ସୁଝାଇବା ପାଇଁ ଥାନାରେ ଏଭଳି ଏତଲା ଦେଇଥିବା ସୋନମ୍ କହିଛନ୍ତି । ଆମ ପରିବାର ଆଇନ ଉପରେ ବିଶ୍ୱାସ ରଖିଛି । ମୋ ଭାଇ ଲିପନ୍କୁ ନିଶ୍ଚିନ୍ତ ନ୍ୟାୟ ମିଳିବ ବୋଲି ସୋନମ୍ ଆଶା ରଖିଥିବା ଜଣାଇଛନ୍ତି । ତେବେ ସୋନମ୍ ଆଜି ଗଣମାଧ୍ୟମ ଆଗରେ ଏଭଳି ବୟାନ ରଖିବା ପରେ ଚର୍ଚ୍ଚା ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.