PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ପଦ୍ମିନୀ କୋହ୍ଳାପୁରୀ କହିଲେ,ସ୍ବାମୀଙ୍କ ଠାରୁ ପ୍ରତିଶୋଧ ନେବାକୁ ବିବାହ କରିଥିଲି

ମୁମ୍ବାଇ,୧୨।୭: ଛୋଟ ପରଦାର ପ୍ରସିଦ୍ଧ କମେଡିଆନ କପିଲ ଶର୍ମାଙ୍କ ଶୋ’ରେ ସବୁବେଳେ କୌଣସି ନା କୌଣସି କାରଣ ପାଇଁ ଚର୍ଚ୍ଚାରେ ରହିଥାଏ। ଏଥର  ଏହି ଶୋ’ରେ ଲୋକପ୍ରିୟ ଅଭିନେତା ଶକ୍ତି କପୁର ଓ ଅଭିନେତ୍ରୀ ପଦ୍ମୀନି କୋହ୍ଲାପୁରି ଅତିଥି ଭାବରେ ଆସିଛନ୍ତି। ଦୁଇ କଳାକାର ଏହି ଶୋ’ରେ ଖୁବ୍ ମସ୍ତି କରୁଥିବାର ଦେଖିବାକୁ ମିଳିଛି। ଶୋ’ର ନୂଆ ପ୍ରମୋ ସମାନାକୁ ଆସିଛି। ଯେଉଁଥିରେ ଆପଣଙ୍କୁ ଶୋ’ର ଝଲକରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ଏହି ସମୟରେ ପଦ୍ମିନୀ ନିଜ ଜୀବନ ସମ୍ପର୍କିତ ବହୁ ମଜାଦାର କଥା ସେୟାର କରିଛନ୍ତି।

ଏହି ସମୟରେ ପଦ୍ମିନୀ କହୁଛନ୍ତି, ସେ ପ୍ରତିଶୋଧ ନେବାକୁ ତାଙ୍କ ସ୍ବାମୀଙ୍କୁ ବିବାହ କରିଥିଲେ। ସୋନି ଟିଭିରେ ପ୍ରସାରିତ ହେଉଥିବା ‘କପିଲ ଶର୍ମା ଶୋ’ରେ ପଦ୍ମିନୀଙ୍କୁ ମଜାଳିଆ ଅନ୍ଦାଜରେ କପିଲ ପଚାରନ୍ତି କ’ଣ ପ୍ରଡ୍ୟୁସର ଟୁଟୁ ଶର୍ମା ଆପଣଙ୍କୁ ପେମେଣ୍ଟ ନଦେବାରୁ, ସେଥିପାଇଁ ତାଙ୍କୁ ବାହାହୋଇଗଲେ କି? ଏହାର ଉତ୍ତରରେ ପଦ୍ମିନୀ ମଧ୍ୟ ମଜାଳିଆ ଅନ୍ଦାଜରେ ଜବାବ୍ ଦେଇଛନ୍ତି, ଆପଣ ଠିକ୍ କଥା କହିଲେ। ପ୍ରଥମେ ମୁଁ ପ୍ରତିଶୋଧ ନେଲି, ଏବେ ସେ ପ୍ରତିଶୋଧ ନେଉଛନ୍ତି। ଏହି ଶୋ’ରେ ପଦ୍ମିନୀଙ୍କ ସହ କ୍ରାଇମ ମାଷ୍ଟର ଗୋଗୋ ନାମରେ ପରିଚିତ ବଲିଉଡ ଆକ୍ଟର ଶକ୍ତି କପୁର ତାଙ୍କ ଜୀବନ ସମ୍ପର୍କିତ ବହୁ ମଜାଦାର ଘଟଣା ମଧ୍ୟ ଖୋଲିଛନ୍ତି।

ସମ୍ବନ୍ଧିତ ଖବର