PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପୁରୁଷ ବନ୍ଧୁ ସନ୍ତୋଷଙ୍କ ଆତ୍ମହତ୍ୟା  

ଭୁବନେଶ୍ୱର,୬/୭ : ବହୁଚର୍ଚ୍ଚିତ ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ନହଟୁଣୁ ଆଉ ଏକ ଅଘଟଣ ଘଟିଛି । ରଶ୍ମିରେଖାଙ୍କ ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା  ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି । ଖବରପାଇ ଉଦିତନଗର ଥାନା ପୁଲିସ୍‌ ଘଟଣାସ୍ଥଳକୁ ଯାଇ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରି ହସ୍ପିଟାଲ୍‌ ପଠାଇଛି । ବୁଧବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ୍‌ କହିଛି ।

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ସଙ୍କେତପାଟଣା ଗାଁରେ ରଶ୍ମିରେଖାଙ୍କ ଘର । ସେ ନୂଆପଲ୍ଳୀ ଗଡ଼ସାହିରେ ଘର ଭଡ଼ା ନେଇ ରହୁଥିଲେ । ଯୁକ୍ତ ୨ ପଢ଼ୁଥିବା ସମୟରେ ସେ ଓଲିଉଡ ଜଗତରେ ପାଦ ଥାପିଥିଲେ । ବିଭିନ୍ନ ଓଡ଼ିଆ ଧାରାବାହିକରେ ଛୋଟ ଛୋଟ ରୋଲ୍‌ କରୁଥିଲେ ।         

“କେମିତି କହିବି କହ’ ଧାରାବାହିକରେ ଅଭିନୟ କରି ଖୁବ୍‌ କମ୍‌ ସମୟରେ ଲୋକପ୍ରିୟତା ହାସଲ କରିଥିଲେ । ଓଲିଉଡ୍‌ ଦୁନିଆକୁ ଆସିବା ପଛରେ ରଶ୍ମିରେଖାଙ୍କ ପୂର୍ବ ପୁରୁଷ ବନ୍ଧୁ ବଡ଼ଗଡ଼ ଝରଣା ସାହିରେ ରହୁଥିବା ବିରିଡିର ଜ୍ୟୋତିରଞ୍ଜନ ନାଥ ଓରଫ ରାଜାଙ୍କ ସହଯୋଗ ଥିଲା । ରଶ୍ମିରେଖା ଅଭିନେତ୍ରୀ ହେଲା ପରେ ରାଜା ତାଙ୍କ ଠାରୁ ସ୍ୱାର୍ଥ ହାସଲ ପାଇଁ ଚେଷ୍ଟା କରିବାରେ ରଶ୍ମିରେଖା ତାଙ୍କଠୁ ଦୂରେଇ ଯାଇଥିଲେ । ଏହି ସମୟରେ ସୋସିଆଲ୍‌ ମିଡିଆରେ ରାଉରକେଲାର ବାସନ୍ତୀ କଲୋନୀ କ୍ୱାର୍ଟର୍ସ ନମ୍ବର-ଏଫ୍‌ଇ-୮୩ ରେ ରହୁଥିବା ସନ୍ତୋଷଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ରଶ୍ମିରେଖା ତାଙ୍କ ବାପା ଓ ମା’ଙ୍କୁ  ସନ୍ତୋଷ ବିଷୟରେ ଜଣାଇଥିଲେ । ସନ୍ତୋଷ ଏକ ଫାଇନାନ୍ସ  ସଂସ୍ଥାରେ ଚାକିରି କରୁଥିଲେ । ସନ୍ତୋଷ ଓ ରଶ୍ମିରେଖା ନୂଆପଲ୍ଳୀରେ ଘର ଭଡ଼ା ନେଇ ସ୍ୱାମୀ-ସ୍ତ୍ରୀ ଭଳି ଚଳୁଥିଲେ । ଘର ମାଲିକଙ୍କୁ ସ୍ୱାମୀ-ସ୍ତ୍ରୀ ବୋଲି ପରିଚୟ ଦେଇଥିଲେ । ତେବେ ଗତ ମାସ ୧୮ ତାରିଖରେ ରଶ୍ମିରେଖା ଆତ୍ମହତ୍ୟା କରିଥିଲେ । ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ରାଜା ଓ ସନ୍ତୋଷକୁ ନୂଆପଲ୍ଲୀ ଥାନା ପୁଲିସ୍‌ ଜେରା କରିଥିଲା ।

ସୋମବାର ରାତି ପ୍ରାୟ ୯ଟା ବେଳେ ସନ୍ତୋଷଙ୍କ ଘର ଲୋକଙ୍କ ରଶ୍ମିରେଖାଙ୍କ ତାଙ୍କର ସମ୍ପର୍କକୁ ନେଇ ଝଗଡା ହୋଇଥିଲା । ଏହାପରେ ସନ୍ତୋଷ ତାଙ୍କ ରୁମ୍‌କୁ ଯାଇ ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ । ଦୀର୍ଘ ସମୟ କବାଟ ନ ଖୋଲିବାରୁ ସନ୍ତୋଷଙ୍କ ବାପା ୧୧୨କୁ ଫୋନ୍‌ କରି ଜଣାଇଥିଲେ । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ରୁମ୍‌ ତାଡ଼ି ଦେଖିଥିଲା ସନ୍ତୋଷ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ଏ ନେଇ ସନ୍ତୋଷଙ୍କ ବାପା ଥାନାରେ ଏତଲା ଦେଇଛନ୍ତି । ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।