PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ଜାତିଆଣ ମନ୍ତବ୍ୟ ଦେଇ ଅଡୁଆରେ ବର୍ଷା ପ୍ରିୟଦର୍ଶିନୀ, ସମନ ଜାରି କଲା ଦିଲ୍ଲୀ ପୋଲିସ

କଟକ ୨୯/୦୭: ଅନୁଭବ- ବର୍ଷା କଳି ଥମି ନଥିବା ବେଳେ ଆଉ ମାମଲାରେ ଛନ୍ଧି ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ହରଡ଼ଘଣାରେ ପଡିଛନ୍ତି ବର୍ଷା। ଜାତିଆଣ ଆକ୍ଷେପ କରିବା ଅଭିଯୋଗକୁ ଆଧାର କରି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ଦିଲ୍ଲୀ ପୁଲିସରେ ଏକ ମାମଲା ରୁଜୁ ହୋଇଛି । ବର୍ଷାଙ୍କ ସହ ତାଙ୍କ ଝିଆରୀ ଓ ମାଆଙ୍କୁ ବି ସମନ ଜାରି ହୋଇଥିବା ଚର୍ଚ୍ଚା ଜେରା।

ସୂଚନା ମୁତାବିକ, ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ଗାଳି ସହ ଦୁଃବ୍ୟବହାର କରାଯାଇଛି । ତେବେ ଏହି ମାମଲାରେ ବର୍ଷାଙ୍କ ସହିତ ତାଙ୍କ ଝିଆରୀ ଏବଂ ତାଙ୍କ ମା’ ନାରେ ଦିଲ୍ଲୀ ପୋଲିସ ସମନ ଜାରି କରିଛି।

୨୦୧୯ ଜୁଲାଇ ୯ ତାରିଖର ମାମଲା ୨୦୨୨ ଜୁଲାଇରେ ଦିଲ୍ଲୀ ପୋଲିସ ମାମଲା ପଞ୍ଜିକୃତ କରିବା ପରେ ଏବେ ବର୍ଷାଙ୍କ ଅଡୁଆ ବଢିଛି । ବଡକଥା ହେଉଛି ଗତ ୨୫ ତାରିଖରେ ଦିଲ୍ଲୀର ଏକ ଟିମ୍ ନିକଟରେ କଟକ ଆସି ବର୍ଷାଙ୍କୁ ଖୋଜାଖୋଜି କରିଥିଲେ ବି ପାଇନଥିଲା । ପୁରୀ ଘାଟ ପୋଲିସ ମଧ୍ୟ ସହଯୋଗ କରିନଥିଲା। ପରେ ପୁରୀଘାଟ ଥାନାକୁ ଯାଇ ସମନ ଗ୍ରହଣ କରିଥିଲେ ବର୍ଷା ।