ପ୍ରମୂଖ ଖବର
  • କଟକ ରେଳ ଷ୍ଟେସନରେ ଅଘଟଣ : ଭୁଶୁଡିଲା ନିର୍ମାଣାଧୀନ ସେଡ୍
  • ||
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ଆଜି ଆକାଉଣ୍ଟକୁ ଆସିବ ସିଏମ୍‌ କିଷାନ ଟଙ୍କା, ଉପକୃତ ହେବେ ୫୧ ଲକ୍ଷରୁ ଅଧିକ ଚାଷୀ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ମହାକୁମ୍ଭମେଳା ପରେ ପୁରୀ ରଥଯାତ୍ରାରେ ଆଦାନୀ ଗ୍ରୁପର ସେବା କ୍ୟାମ୍ପେନ, ୪୦ ଲକ୍ଷ ଭକ୍ତଙ୍କୁ ମାଗଣାରେ ଖାଦ୍ୟ

Published By : Anindita Ratha | June 27, 2025 9:09 AM

ନୂଆଦିଲ୍ଲୀ,୨୭/୦୬: ଚଳିତ ବର୍ଷ ପ୍ରୟାଗରାଜ ମହାକୁମ୍ଭମେଳା ସମୟରେ, ଆଦାନୀ ଗ୍ରୁପ୍ ଭକ୍ତଙ୍କ ସେବା ପାଇଁ ସ୍ୱେଚ୍ଛାସେବକମାନଙ୍କ ଦ୍ୱାରା ଏକ ବିଶାଳ ଅଭିଯାନ ଚଳାଇଥିଲା। ସେହି ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ବିଭିନ୍ନ ଉପାୟରେ ସେବା କରାଯାଇଥିଲା। ଏବେ ପୁଣି ଥରେ ଓଡ଼ିଶାର ପୁରୀ ଜଗନ୍ନାଥ ରଥଯାତ୍ରା ସମୟରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠାରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ମାଗଣାରେ ଖାଦ୍ୟ ବଣ୍ଟା ଯାଉଛି। 

ପ୍ରତିବର୍ଷ  ପୁରୀ ପ୍ରସିଦ୍ଧ ରଥଯାତ୍ରା ଜଗନ୍ନାଥ ମନ୍ଦିରରୁ ଆରମ୍ଭ ହୁଏ। ଏହା ଭାରତ ଏବଂ ବିଦେଶରେ ରହୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଆକର୍ଷଣର ଏକ ପ୍ରମୁଖ କେନ୍ଦ୍ର ହୋଇ ରହିଛି। ଗୌତମ ଆଦାନୀଙ୍କ ଦୃଷ୍ଟିକୋଣ -'ସେବା ହିଁ ସାଧନା' ସହିତ ଏହି ଗ୍ରୁପ ୨୬ ଜୁନ୍ ରୁ ୮ ଜୁଲାଇ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ରଥଯାତ୍ରା ସମୟରେ ଭକ୍ତ ଏବଂ ସେବା ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ସେବା ଆୟୋଜନ କରୁଛି। ରିପୋର୍ଟ ଅନୁଯାୟୀ, ସହର ସାରା ଅନେକ ଖାଦ୍ୟ କାଉଣ୍ଟର ଖୋଲାଯାଇଛି, ଯେଉଁଠାରେ ପ୍ରାୟ ୪୦ ଲକ୍ଷ ପୁଷ୍ଟିକର ଖାଦ୍ୟ ପ୍ୟାକେଟ ଏବଂ ଅନ୍ୟାନ୍ୟ ଜିନିଷ ଭକ୍ତ ଏବଂ ପ୍ରଶାସନିକ କର୍ମଚାରୀମାନଙ୍କୁ ପରିବେଷଣ କରାଯାଉଛି। ଗରମକୁ ଆଖି ଆଗରେ ରଖି,ଥଣ୍ଡା ପାନୀୟ ଷ୍ଟଲ ମଧ୍ୟ ସ୍ଥାପନ କରାଯାଇଛି। ଏହା ବ୍ୟତୀତ ପୁରୀ ବେଳାଭୂମିରେ ସୁରକ୍ଷା ଦଳ ମଧ୍ୟ ନିୟୋଜିତ କରାଯାଇଛି। ସ୍ୱେଚ୍ଛାସେବକମାନେ ବେଳାଭୂମି ସଫା କରିବା ପାଇଁ ଏକ ଅଭିଯାନ ଚଲାଉଛନ୍ତି। ପ୍ଲାଷ୍ଟିକ୍ ଅଳିଆ ଅପସାରଣ ଉପରେ ଧ୍ୟାନ ଦିଆଯାଉଛି। ପୌର ନିଗମ କର୍ମଚାରୀମାନଙ୍କୁ ସୁରକ୍ଷା ଜ୍ୟାକେଟ୍ ଦିଆଯିବା ସହସରକାରୀ ସ୍ୱେଚ୍ଛାସେବକମାନଙ୍କୁ ମାଗଣା ଟି-ସାର୍ଟ ଏବଂ ଭକ୍ତ ଏବଂ ଅଧିକାରୀଙ୍କ ପାଇଁ ରେନକୋଟ୍,କ୍ୟାପ୍, ଜ୍ୟାକେଟ୍ ଏବଂ ଛତା ଦିଆଯାଉଛି। ଏହି ସମ୍ପୂର୍ଣ୍ଣ ଅଭିଯାନ ଆଦାନୀ ଗ୍ରୁପ୍,ପୁରୀ ପ୍ରଶାସନ, ଇସ୍କନ୍ ଏବଂ ସ୍ଥାନୀୟ ଏନଜିଓ ଦ୍ୱାରା ମିଳିତ ଭାବରେ ପରିଚାଳିତ ହେଉଛି। ଓଡ଼ିଶାରେ,ଆଦାନୀ ଫାଉଣ୍ଡେସନ ପୂର୍ବରୁ ଗ୍ରାମୀଣ ସ୍ୱାସ୍ଥ୍ୟ, ସ୍କୁଲ ଭିତ୍ତିଭୂମି ଏବଂ ଜୀବିକା ନିର୍ବାହ କାର୍ଯ୍ୟରେ ନିୟୋଜିତ ଅଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.