PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ରାଜସ୍ଥାନରେ ୬୫ ହଜାର କୋଟି ଟଙ୍କାର ନିବେଶ କରିବ ଆଦାନୀ ଗ୍ରୁପ; ୪୦ ହଜାର ଲୋକଙ୍କୁ ମିଳିବ ରୋଜଗାର

ନୂଆଦିଲ୍ଲୀ,୦୭/୧୦: ଆସନ୍ତା ୫-୭ ମାସ ମଧ୍ୟରେ ରାଜସ୍ଥାନରେ ନବିକରଣଯୋଗ୍ୟ ଶକ୍ତି ସମେତ ଅନ୍ୟାନ୍ୟ ବିଭାଗରେ ୬୫ ହଜାର କୋଟି ଟଙ୍କାର ନିବେଶ କରିବ ଆଦାନୀ ଗ୍ରୁପ। ଶୁକ୍ରବାର ଆୟୋଜନ କରାଯାଇଥିବା ରାଜସ୍ଥାନ ନିବେଶ ସମ୍ମିଳନୀର ଉଦ୍‌ଘାଟନ କରି ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀ କହିଛନ୍ତି ଯେ, ଆମେ ରାଜ୍ୟରେ ସମସ୍ତ ସାମ୍ପ୍ରତିକ ଓ ଭବିଷ୍ୟତ ପ୍ରକଳ୍ପ ଗୁଡ଼ିକରେ ଆସନ୍ତା ୫ ରୁ ୭ ବର୍ଷ  ଭିିତରେ ୬୫ ହଜାର କୋଟି ଟଙ୍କା ନିବେଶ କରିବୁ ବୋଲି ଆଶା ରଖିଛୁ। ଏଥିରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ପାଖାପାଖି ୪୦ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି କୁହାଯାଇଛି।

ଆଦାନୀ କହିଛନ୍ତି, ନବିକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ୧୦ ହଜାର ମେଗାଓ୍ବାଟ କ୍ଷମତା ବିଶିଷ୍ଟ ପ୍ରକଳ୍ପର କାର୍ଯ୍ୟକାରିତା ବିଭିନ୍ନ ସ୍ଥରରେ ରହିଛି। ଏଥିରେ ୫୦ ହଜାର କୋଟି ଟଙ୍କାର ନିବେଶ କରାଯାଇଛି। ସେ କହିଛନ୍ତି, ‘ଆମେ ରାଜ୍ୟରେ ହାଇବ୍ରିଡ ପ୍ରୋଜେକ୍ଟ (ପବନ ଓ ସୌର)ର ବାଣିଜ୍ୟିକ ପରିଚାଳନା ଆରମ୍ଭ କରିଛୁ। ଏହା ବ୍ୟତିତ ରାଜ୍ୟରେ ସିମେଣ୍ଟ ଉତ୍ପାଦନ କ୍ଷମତାକୁ ଦ୍ବିଗୁଣିତ କରିବା ପାଇଁ  ୭ ହଜାର କୋଟି ଟଙ୍କାର ନିବେଶ କରାଯିବ। ଉଲ୍ଲେଖଯୋଗ୍ୟ ଯେ, କମ୍ପାନୀ ନିକଟରେ ଅମ୍ବୁଜା ସିମେଣ୍ଟ ଓ ଏସିସିର ଅଧିଗ୍ରହଣ କରିଥିଲା।

ଆଦାନୀ କହିଛନ୍ତି, ରାଜ୍ୟର ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକ ଭିତରେ ଜୟପୂର ବିମାନବନ୍ଦରରେ ବିଶ୍ବସ୍ଥରୀୟ ସୁବିଧାସୁଯୋଗ ଯୋଗାଇବା, ପିଏନଜି ଏବଂ ସିଏନଜିର ଯୋଗାଣ ନେଟଓ୍ବର୍କକୁ ବିକଶିତ କରିବା ତଥା ସ୍ବଚ୍ଛ ଇନ୍ଧନର ଦୃତ ବୃଦ୍ଧି କରିବା ଇତ୍ୟାଦି ସାମିଲ ରହିଛି। ସେ କହିଛନ୍ତି, ଉତ୍ପାଦିତ ନବିକରଣଯୋଗ୍ୟ ଶକ୍ତି ଗୁଡ଼ିକ ପାଇଁ ଏକ ନୂତନ ଟ୍ରାନ୍ସମିଶନ ପ୍ରକଳ୍ପର ନିର୍ମାଣ କରାଯିବ। ସେ କହିଛନ୍ତି ଯେ, ରାଜସ୍ଥାନ ସରକାରଙ୍କର ଅନୁକୂଳ ଶିଳ୍ପ ନୀତି ସହିତ ରାଜ୍ୟ ନିଶ୍ଚିତ ଭାବରେ ଦ୍ରୁତ ଗତିରେ ବିକାଶ କରିବ।

ସମ୍ବନ୍ଧିତ ଖବର