PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆଦାନୀ ଗ୍ରୁପ ବିବାଦ ଉପରେ କଂଗ୍ରେସର ପ୍ରଦର୍ଶନ; ଦେଶର ସବୁ ଏଲଆଇସି ଓ ଷ୍ଟେଟବ୍ୟାଙ୍କୁ ଘେରିବେ ଦଳୀୟ କର୍ମୀ

ନୂଆଦିଲ୍ଲୀ,୦୬/୦୨: ଆଦାନୀ ଗ୍ରୁପ ଉପରେ ଆର୍ଥିକ ହେରଫେରକୁ ନେଇ ଅଭିଯୋଗ ଭିତରେ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛି ଜାତୀୟ କଂଗ୍ରେସ। ସୋମବାର କଂଗ୍ରେସ ସାରା ଦେଶରେ ଥିବା ଷ୍ଟେଟବ୍ୟାଙ୍କ ଓ ଏଲଆଇସି ଅଫିସ ଆଗରେ ପ୍ରଦର୍ଶନ କରିବ। ଏହା ବ୍ୟତିତ ଯୁବ କଂଗ୍ରେସ ନେତା ମାନେ ମଧ୍ୟ ରାଜଧାନୀ ଦିଲ୍ଲୀରେ ଥିବା ଷ୍ଟେଟବ୍ୟାଙ୍କ ଶାଖା ଗୁଡ଼ିକ ଆଗରେ ବିରୋଧ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେପଟେ ସଂସଦର ବଜେଟ ଅଧିବେଶନ ଭିତରେ କଂଗ୍ରେସ ସାଂସଦ ମାନେ ଗାନ୍ଧୀମୂର୍ତ୍ତିଙ୍କ ଆଗରେ ପ୍ରଦର୍ଶନ କରିବେ। ଦିନକ ପୂର୍ବରୁ କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ଘୋଷଣା କରିଥିଲେ ଯେ, କଂଗ୍ରେସ ଦଳ ୬ ଫେବୃଆରୀକୁ ସାରାଦେଶର ଏସବିଆଇ ଓ ଏଲଆଇସି କାର୍ଯ୍ୟାଳୟ ଆଗରେ ପ୍ରଦର୍ଶନ କରିବ। ସଂସଦରେ ବିରୋଧିଙ୍କ କହିବା କଥା ହେଲା, ହେରଫେର କାରଣରୁ ଆଦାନୀ ଗ୍ରୁପର ସେୟାରରେ ଯେଉଁ ହ୍ରାସ ହୋଇଛି, ତାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିବ। କାରଣ ଏସବିଆଇ ଏବଂ ଏଲଆଇସି ମଧ୍ୟ ଆଦାନୀ ଗ୍ରୁପରେ ନିବେଶ  କରିଥିଲେ।

Congress

ଏହି ଖବର ଉପରେ ନଜର ପକାନ୍ତୁ: ଗ୍ରାମୀ ଆୱାର୍ଡ୍ସରେ ଭାରତର ଜଲୱା, ତୃତୀୟ ଥର ପୁରସ୍କାର ହାତେଇଲେ ରିକି କେଜ୍

ବିରୋଧୀଙ୍କ କହିବା କଥା ହେଲା, ଆଦାନୀ ଗ୍ରୁପ ପ୍ରସଙ୍ଗ ସମ୍ପର୍କରେ କିଛି କହିବା ପାଇଁ ସଂସଦରେ ତାଙ୍କୁ ଗୋଟିଏ ମିିନିଟ ମଧ୍ୟ ସମୟ ଦିଆଯାଇନଥିଲା। ବିରୋଧି ମୋଦୀ ସରକାରଙ୍କ ଠାରୁ ଏ ସମ୍ପର୍କରେ ଯବାବ ଚାହୁଁଛନ୍ତି। ସେହିପରି ଅନେକ ସାଂସଦ ତମାମ ମାମଲାରେ ସଂସଦସରେ ନିଲମ୍ବନ ପ୍ରସ୍ତାବ ରଖି ପ୍ରଦର୍ଶନ କରିବାକୁ ଦାବି କରିଥିଲେ। ସୂଚନାଥାଉକି, ଆମେରିକୀୟ କମ୍ପାନୀ ହିଣ୍ଡେନବର୍ଗର ରିପୋର୍ଟରେ ଆଦାନୀ ଗ୍ରୁପରେ ଅର୍ଥ ହେରଫେର ଓ ଋଣ ଥିବା ଅଭିଯୋଗ ଆଣିଥିଲା। ଏହା ପରେ ଗ୍ରୂପ ଉପରୁ ନିବେଶକମାନେ ବିଶ୍ବାସ ହରାଇବା ସହିତ ସେୟାର ମଧ୍ୟ ହ୍ରାସ ପାଇଥିଲା।

ସମ୍ବନ୍ଧିତ ଖବର