PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ଜନ୍ମବେଦିରେ ବିଜେ ହେଲେ ନୀଳାଦ୍ରିନାଥ, ଆଜି ମିଳିବ ଆଡ଼ପ ଅବଢ଼ା

ପୁରୀ,୦୩/୦୭: ଶ୍ରୀଗୁଣ୍ଡିଚା ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଶୁକ୍ରବାର ସନ୍ଧ୍ୟାରେ ଶରଧାବାଲିରେ ପହଞ୍ଚିଥିଲେ। ଶ୍ରୀବିଗ୍ରହ ଶନିବାର ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରକୁ ଗୋଟି ପହଣ୍ଡିରେ ବିଜେ କରିଥିଲେ । ରଥାରୂଢ଼ ଶ୍ରୀବିଗ୍ରହଙ୍କ ସନ୍ଧ୍ୟାଧୂପ ପରେ ତିନି ରଥର ଘୋଡ଼ା ଫିଟା ଯାଇ ଚାରମାଳ ବନ୍ଧା ପରେ ପହଣ୍ଡି ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଲକ୍ଷାଧିକ ଭକ୍ତ ଉପସ୍ଥିତ ଥିଲେ । ସନ୍ଧ୍ୟା ୭ଟା ୫୫ ମିନିଟ ସୁଦ୍ଧା ଠାକୁରମାନେ ପହଣ୍ଡି ବିଜେରେ ରଥରୁ ଓହ୍ଲାଇଥିଲେ। ଘଣ୍ଟ, କାହାଳୀର ତାଳେ ତାଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ବିଜେରେ ଜନ୍ମବେଦିକୁ ବିଜେ କରିଥିଲେ । ଜନ୍ମବେଦିରେ ଅଧିଷ୍ଠିତ ହେବା ପରେ ବେଦିରୁ ଚାର ଫିଟିଥିଲା । ଏହା ପରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ବଢ଼ି ବିଳମ୍ବିତ ରାତିରେ ବଡ଼ସିଂହାର ବିଧି ସମ୍ପନ୍ନ ହୋଇଥିଲା । ରବିବାର ଠାରୁ ଆଡ଼ପ ଅବଢ଼ା ମିଳିବ ।

ଚାରମାଳ ବନ୍ଧା ପରେ ଜନ୍ମବେଦିକୁ ପହଣ୍ଡି ପ୍ରସ୍ତୁତି ଆରମ୍ଭ ହୋଇଥିଲା ା ପୁଷ୍ପାଞ୍ଜଳି ପରେ ପ୍ରଭୁଙ୍କ ପହଣ୍ଡି ନିମନ୍ତେ ଡୋର ଲାଗି ହୋଇଥିଲା। ରଥ ଉପରୁ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବିଜେ ବିଧି ସନ୍ଧ୍ୟା ୫ଟା ୪୦ ମିନିଟରେ ଆରମ୍ଭ ହୋଇଥିଲା । ପ୍ରଥମେ ମଦନମୋହନଙ୍କ ଠାରୁ ପହଣ୍ଡି ଆରମ୍ଭ ହୋଇଥିଲା । ତା ପରେ ରାମକୃଷ୍ଣ ଓ ସୁଦର୍ଶନ ରଥରୁ ଓହ୍ଲାଇଥିଲେ । ତିନି ପର୍ଯ୍ୟାୟରେ ତିନି ରଥ ଉପରୁ ଗୁଣ୍ଡିଚା ମଣ୍ଡପକୁ ପ୍ରଥମେ ବଡ଼ଠାକୁର ବଳଭଦ୍ର, ତା ପରେ ମା’ ସୁଭଦ୍ରା ପହଣ୍ଡି ବିଜେରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଥିଲେ । ପରମ୍ପରା ମୁତାବକ ସବା ଶେଷରେ ପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡି ବିଜେରେ ସନ୍ଧ୍ୟା ୭ଟା ୫୫ ମିନିଟରେ ନନ୍ଦିଘୋଷରୁ ଓହ୍ଲାଇଥିଲେ ।

ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦିରେ ଅଧିଷ୍ଠିତ ହେବା ପରେ ବିଳମ୍ବିତ ରାତିରେ ଶ୍ରୀଜିଉଙ୍କ ରୁନ୍ଧା ବିଧି ଶେଷ ହୋଇଥିଲା ।