ନୂଆଦିଲ୍ଲୀ : ଅନଲାଇନ୍ ଗେମ୍ ନିଶା କେତେ ଯେ ସାଂଘାତିକ, ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ। ଯାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର ରିୱାରେ। ଜଣେ ନାବାଳକ ଅନଲାଇନ୍ ଗେମିଂର ବଶବର୍ତ୍ତୀ ହୋଇ ନିଜ ମାଆଙ୍କର ପାଖାପାଖି ୧୫ ଲକ୍ଷ ଟଙ୍କାର ଗହଣା ଚୋରେଇ ନେବାକୁ ବି ପଛାଇ ନାହିଁ। ନାବାଳକ ପିଲା ଜଣକ ଏହି ସବୁ ଗହଣାକୁ ତା ସାଙ୍ଗ ଘରେ ଲୁଚାଇ ଦେଇ ଥିଲା । ସୂଚନା ମୁତାବିକ ପିଲା ଜଣକ ଅନଲାଇନ୍ ଗେମ୍‌ରେ ଅଭ୍ୟସ୍ତ ଥିଲା ଏବଂ ଗେମରେ ଟଙ୍କା ଖର୍ଚ୍ଚ କରିବା ପାଇଁ ସେ ଏହି ପଦକ୍ଷେପ ଉଠାଇ ଥିଲା। ମାମଲା ସେତେବେଳେ ସାମ୍ନାକୁ ଆସିଲା , ଯେବେ ମହିଳା ଜଣଙ୍କ ଗହଣା ଚୋରିର ଅଭିଯୋଗ ପୁଲିସରେ କରିଥିଲେ। ପୁଲିସ ନାବାଳକର କହିବାନୁସାରେ , ସିଧିରେ ଥିବା ତାର ବନ୍ଧୁ ଘରୁ ସେହି ଗହଣାକୁ ଉଦ୍ଧାର କରିଥିଲେ।

ଆହୁରି ମଧ୍ୟ ପଢନ୍ତୁ : ନିଜ ପିଲାଙ୍କ ଠାରୁ ଫୋନ୍ ଛଡ଼େଇ ନେବା କଣ ପାପ ... ଆତ୍ମହତ୍ୟା କରିଥିବା ତିନି ଭଉଣୀଙ୍କ ପିତାଙ୍କର ପ୍ରତିକ୍ରିୟା

ପୂରା ଘଟଣାଟି ରିୱା ଜିଲ୍ଲାର ଚୋରହଟା ଥାନା ଅଞ୍ଚଳରେ ଘଟିଛି। ମହିଳା ଜଣଙ୍କ ସାଥିରେ ତାଙ୍କର ଦୁଇ ପିଲାଙ୍କୁ ନେଇ ,ଏକ ବାହାଘର ପାଇଁ ସିଧିରୁ ରେୱା ଆସିଥିଲେ। ରିପୋର୍ଟ ଅନୁସାରେ , ମହିଳାଙ୍କ ନାବାଳିକ ପୁଅ ହିଁ ମାଆଙ୍କର ପାଖାପାଖି ୧୫ ଲକ୍ଷ ଟଙ୍କାର ସୁନା ରୁପା ଗହଣ ଚୋରି କରି ନେଇଥିଲେ।

ମହିଳା ଜଣଙ୍କ ତାଙ୍କର ଭଉଣୀଙ୍କର ବାହାଘର ପାଇଁ ରିୱା ଆସିଥିଲେ। ବାହାଘର ପରେ ଯେତେବେଳେ ମହିଳା ତାଙ୍କର ଗହଣା ରଖିଲେ , ତ କିଛି ସମୟ ପରେ ତାଙ୍କର ସବୁ ଗହଣା ଗାଏବ ହୋଇଗଲା। ଗହଣ ଚୋରି ହେବାର ଯେବେ ସେ ଜାଣିଲେ , ସେ ସଙ୍ଗେ ସଙ୍ଗେ ପୁଲିସରେ ଏଫଆଇଆର ଦେଇଥିଲେ। ଆଉ ଯେବେ ଠାରୁ ଗହଣା ଗାଏବ ଥିଲା ସେବେଠାରୁ ତାଙ୍କର ପୁଅ ବି ଗାଏବ ଥିଲେ।

ପଚରାପଚରିରୁ ଜଣାପଡ଼ିଲା ଯେ, ସେ ସିଧି ଚାଲି ଯାଇଛି। ପୁଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସଂପୃକ୍ତ ନାବାଳକକୁ ସିଧି ଜିଲ୍ଲାର ଜମୋଡିରୁ ଗିରଫ କରିଥିଲା। ପୁଲିସ ଅଭିଯୁକ୍ତ ପାଖରୁ ଚୋରି କରାଯାଇ ଥିବା ଗହଣା ମଧ୍ୟ ଉଦ୍ଧାର କରିଥିଲା , ଯାହା ସେ ସିଧିରେ ତାର ବନ୍ଧୁ ଘରେ ଲୁଚାଇ ଥିଲା। ପଚରାପଚରିରେ ନାବାଳକ ଜଣକ ବାରମ୍ୱାର ପୁଲିସକୁ ଭ୍ରମିତ କରୁଥିଲା। କିନ୍ତୁ ଦୃଢ ପଚରାପଚରି କରିବା ଦ୍ୱାରା ସେ ଚୋରି କଥା ସ୍ୱୀକାର କରିଥିଲା। ପ୍ରାରମ୍ଭିକ ଯାଞ୍ଚରେ ସାମ୍ନାକୁ ଆସିଲା ଯେ, ଅଭିଯୁକ୍ତ ଅନଲାଇନ ଗେମିଂ ନିଶାରେ ଟଙ୍କା ଖର୍ଚ୍ଚ କରିବା ପାଇଁ ତାର ମାଆଙ୍କ ହିଁ ଗହଣ ଚୋରି କରି ଫେରାର ହୋଇ ଯାଇ ଥିଲା, ବର୍ତ୍ତମାନ ପୁଲିସ ମାମଲାର ଆଗାମୀ ଯାଞ୍ଚଲେ ଲାଗିଛି।