ନୂଆଦିଲ୍ଲୀ : ଗାଜିଆବାଦର ଏକ ହାଇ-ରାଇଜ ଆପାର୍ଟମେଣ୍ଟରୁ ତିନି ଜଣ ଭଉଣୀ ଡ଼େଇଁ ଆତ୍ମହତ୍ୟା କରିବା ମାମଲାରେ ଅନେକ ଆଶ୍ଚର୍ଯ୍ୟକର ଖୁଲାସା ହୋଇଛି। ମୃତକାଙ୍କ ପିତା ଚେତନ କୁମାର କହିଛନ୍ତି ଯେ, ସେ ପିଲାଙ୍କ ଆଖି ଫୁଲି ଯିବା ଓ ମୋବାଇଲ ନିଶା ବଢିବାକୁ ଦେଖି ତାଙ୍କ ଠାରୁ ଫୋନ୍ ଛଡ଼େଇ ନେଇଥିଲେ, ଯେଉଁଥିରେ ସେମାନେ ନିରାଶ ହୋଇଥିଲେ। ତାଙ୍କ କହିବାନୁସାରେ , ୧୬ ବର୍ଷିୟା ନିଶିକା , ୧୪ ବର୍ଷିୟ ପ୍ରାଚୀ ଓ ୧୨ ବର୍ଷିୟ ପାଖି କୋରିଆଇ ଡ୍ରାମା ( କେ-ଡ୍ରାମା), ଗେମ୍ସ ଓ ରିଲ୍ସ ନିଶାରେ ଅଭ୍ୟସ୍ତ ହୋଇ ସାରିଥିଲେ। ଘଟଣା ଦିନ ନାବାଳିକାମାନେ ରୁମ୍ ଭିତରେ ଲକ୍ କରି ରହିଥିଲେ ଏବଂ ପୁଣି ଜଣ ଜଣ କରି ଝରକାରୁ ଡ଼େଇଁ ପଡ଼ିଥିଲେ।

ଆହୁରି ମଧ୍ୟ ପଢନ୍ତୁ : ଦିଲ୍ଲୀର ପିରାଗଡିରେ କାରରୁ ମିଳିଲା ତିନି ବ୍ୟକ୍ତିଙ୍କ ମୃତଦେହ, ଆତ୍ମହତ୍ୟା କରି ଥିବା ଆଶଙ୍କା

ପୁଲିସ ତଦନ୍ତରେ ଏହି ପରିବାରର ଏକ ଜଟିଳ ଭିତ୍ତିଭୂମି ମଧ୍ୟ ସାମ୍ନାକୁ ଆସିଥିଲା। ଚେତନ କୁମାର ତିନି ଭଉଣୀ ( ସୁଜାତା , ହିନା ଓ ଟିନା)ଙ୍କୁ ବିବାହ କରିଥିଲେ, ଯେଉଁଥିରେ ସୁଜାତା ଓ ହିନାଙ୍କର ଏହି ଝିଅମାନେ ଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ, କୋଭିଡ-୧୯ ମହାମାରୀ ପର ଠାରୁ ଏହି ପରିବାର ଖୁବ୍ କରଜ ଓ ଆର୍ଥକ ସମସ୍ୟା ବୁଡି ରହିଥିଲା। ପୁଲିସକୁ ଘଟଣା ସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ଓ ୯ ପୃଷ୍ଠାର ଏକ ପକେଟ୍ ଡାଏରୀ ମିଳିଥିଲା, ଯେଉଁଥିରେ ଏହି ଝିଅମାନେ ତାଙ୍କ ବାପାଙ୍କ ପ୍ରତି ଖୁବ୍ ନିବିଡ଼ତା ପ୍ରକାଶ କରିଥିଲେ , କିନ୍ତୁ ଏହାସହ ସେମାନେ ଘରେ ଏକଲା ପଣ ଓ ମାନସିକ ଉତ୍ତେଜନାର କଥା ମଧ୍ୟ ଉଲ୍ଲେଖ କରିଥିଲେ।

ପିତା ଚେତନ କୁମାର କହିଛନ୍ତି- ନିଜ ପିଲାଙ୍କୁ ବହୁତ ସ୍ନେହ ଆଦରରେ ବଢାଉ ଥିଲି। ସେମାନେ କୋରିୟନ ଡ୍ରାମା , କୋରିୟନ ଗେମ୍ ଓ କୋରିୟନ ରିଲ୍ ଦେଖୁ ଥିଲେ। ତାଙ୍କର ଆଖି ଫୁଲି ଯାଇ ଥିଲା, ଏଥିପାଇଁ ମୁଁ ତାଙ୍କର ଫୋନ୍ ଛଡ଼େଇ ନେଇଥିଲି। ସେ ଏହି କଥାରେ ନିରାଶ ଥିଲେ। ନିଜ ପିଲାଙ୍କ ଫୋନ୍ ଛଡ଼େଇ ନେବା କଣ ପାପା ? ମୁଁ ତାଙ୍କର ଫୋନ୍ ଏଥିପାଇଁ ଛଡ଼େଇ ନେଇଥିଲି , କାରଣ ତାଙ୍କର ଆଖି ଫୁଲି ଯାଇଥିଲା।

ଅନ୍ୟପଟେ ପୁଲିସ କହିଛି ଯେ, ଏହି ଘଟଣାରେ କୌଣସି ପ୍ରକାରର ଗଡ଼ବଡ଼ର ସନ୍ଦେହ ନାହିଁ ଏବଂ ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି ଯେ,ନାବାଳିକା ତିନି ଜଣ ଜଣକ ପରେ ଜଣେ ଡ଼େଇଁ ଥିଲେ।