PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଆୟକର ରିଟର୍ଣ୍ଣ ଫାଇଲିଂ ପାଇଁ ଆଧାର-ପାନ୍‌ ଲିଙ୍କ୍‌ ବାଧ୍ୟତାମୂଳକ

source:www.indiatoday.in

ନୂଆଦିଲ୍ଲୀ,୬ା୨(ଏଜେନ୍ସି): ଆୟକର ରିଟର୍ଣ୍ଣ ଫାଇଲିଂ ନିମନ୍ତେ ଆଧାର ସହିତ ପାନ୍‌ର ଲିଙ୍କ୍‌ ବାଧ୍ୟତାମୂଳକ ବୋଲି ବୁଧବାର ସୁପ୍ରିମ୍‌କୋର୍ଟ କହିଛନ୍ତି । ଏ ବାବଦରେ ସର୍ବୋଚ୍ଚ ଅଦାଲତ ନିଷ୍ପତ୍ତି ନେଇସାରିଥିବା ବେଳେ ଆୟକର ଆଇନ ଧାରା ୧୩୯କକ’କୁ କାଏମ୍‌ ରଖିଥିବା ବିଚାରପତି ଏ କେ ସିକ୍ରି ଏବଂ ଏସ୍‌ ଏ ଅବ୍‌ଦୁଲ୍‌ ନାଜିରଙ୍କ ଖଣ୍ଡପୀଠ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଏ ସଂକ୍ରାନ୍ତ ଏକ ଘଟଣାରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରି ସୁପ୍ରିମ୍‌କୋର୍ଟ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ପାନ୍‌-ଆଧାର ଲିଙ୍କ୍‌ ନ କରି ଶ୍ରେୟା ସେନ୍‌ ଏବଂ ଜୟଶ୍ରୀ ସାତ୍‌ପୁତେ ୨୦୧୮-୧୯ ପାଇଁ ଆୟକର ରିଟର୍ଣ୍ଣ ଫାଇଲ୍‌ କରିପାରିବେ ବୋଲି ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଇଥିଲେ । ଏହି ରାୟକୁ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ ଚାଲେଞ୍ଜ୍‌ କରିଥିଲେ ।

ସମ୍ବନ୍ଧିତ ଖବର