ମୁମ୍ବାଇ ୦୭/୧୦: ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆଦିପୁରୁଷ’କୁ ନେଇ ବିବାଦ ଦିନ କୁ ଦିନ ବଢି ଚାଲିଛି। ଗୁରୁବାର ଦିନ ସର୍ବ ବ୍ରାହ୍ମଣ ମହାସଭା ଓମ୍ଙ୍କୁ ନୋଟିସ୍ ପଠାଇଛନ୍ତି। ତାଙ୍କୁ କୁହାଯାଇଛି, ଫିଲ୍ମର ସମସ୍ତ ଆପତ୍ତିଜନକ ଦୃଶ୍ୟକୁ ସାତ ଦିନ ମଧ୍ୟରେ ହଟାଇ ଦିଆଯାଉ, ନଚେତ୍ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ନୋଟିସ୍ ସର୍ବ ବ୍ରାହ୍ମଣ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁରେଶ ମିଶ୍ରଙ୍କ ତରଫରୁ ଆଡଭୋକେଟ୍ କମଳେଶ ଶର୍ମା ପଠାଇଛନ୍ତି। ନୋଟିସରେ କୁହାଯାଇଛି, ଫିଲ୍ମରେ ନିର୍ଦ୍ଦେଶକ ରାମାୟଣର ଇସଲାମୀକରଣ କରିଛନ୍ତି, ଯାହାଦ୍ୱାରା ଲୋକଙ୍କ ଭାବନା ଆହତ ହୋଇଛି।
ନିକଟରେ ଫିଲ୍ମ ଆଦିପୁରୁଶର ଟିଜର ରିଲିଜ୍ ହୋଇଥିଲା, ଯାହାକୁ ଅନେକ ଲୋକ ନାପସନ୍ଦ କରିଥିଲେ। ଏହି ଫିଲ୍ମରେ ପ୍ରଭାସ ରାମ ଏବଂ ସୈଫ ଅଲି ଖାନ ରାବଣ ଭୂମିକାରେ ଅଭିନୟ କରିଛନ୍ତି। କ୍ରିତି ସାନନ୍ ସୀତା ଭୂମିକାରେ ଅଛନ୍ତି। ଫିଲ୍ମକୁ ନେଇ ସୋସିଆଲ୍ ମିଡିଆରେ ବହୁତ ଟ୍ରୋଲ କରାଯାଉଛି। କେତେକ ଫିଲ୍ମର VFX କୁ ନାପସନ୍ଦ କରୁଥିବାବେଳେ ଆଉ କିଛି ଲୋକ ରାବଣ ଭୂମିକାରେ ସୈଫଙ୍କ ଲୁକକୁ ପସନ୍ଦ କରୁ ନାହାଁନ୍ତି। ଖବର ଅନୁଯାୟୀ, ସର୍ବ ବ୍ରାହ୍ମଣ ମହାସଭା ପକ୍ଷରୁ ଓମ୍ ରାଉତଙ୍କୁ ଏକ ଆଇନଗତ ନୋଟିସ ପଠାଯାଇଛି। ଏଥିରେ ଲେଖା ଅଛି, 'ହିନ୍ଦୁ ଦେବାଦେବୀମାନଙ୍କୁ ଫିଲ୍ମରେ ଭୁଲ ପ୍ରଦର୍ଶନ କରାଯାଇଛି। ହିନ୍ଦୁ ଦେବତା ଚମଡା ପିନ୍ଧିଛନ୍ତି ଏବଂ ଖରାପ ଭାବରେ କଥା କହୁଛନ୍ତି। ଏହି ଫିଲ୍ମରେ ନିମ୍ନ ଶ୍ରେଣୀର ଭାଷା ବ୍ୟବହାର କରାଯାଇଛି, ଯେଉଁ କାରଣରୁ ଧାର୍ମିକ ଭାବନା ଆହତ ହେଉଛି।
wp:html /wp:htmlନୋଟିସ୍ରେ ଆହୁରି ଲେଖାଯାଇଛି, ରାମାୟଣ ଆମର ଇତିହାସ ଏବଂ ଆମର ଆତ୍ମା। ଆଦିପୁରୁଷରେ ପ୍ରଭୁ ହନୁମାନଙ୍କୁ ମୋଗଲ ରୂପରେ ଦର୍ଶାଯାଇଛି। କେଉଁ ହିନ୍ଦୁ ବିନା ନିଶରେ ଦାଢୀ ରଖନ୍ତି, ଯେପରି ହନୁମାନ ରଖିଛନ୍ତି। ଏହି ଫିଲ୍ମ ପ୍ରଭୁ ରାମ, ମା’ ସୀତା, ପ୍ରଭୁ ହନୁମାନ ଏବଂ ରାମାୟଣର ସମ୍ପୂର୍ଣ୍ଣ ଇସଲାମୀକରଣ । ଫିଲ୍ମରେ ରାବଣ ଭୂମିକାରେ ଅଭିନୟ କରୁଥିବା ସୈଫ ଅଲ୍ଲୀ ଖାନ ମଧ୍ୟ ତୈମୁର କିମ୍ବା ଖିଲଜୀ ପରି ଦେଖାଯାଉଛନ୍ତି। ଲୋକମାନଙ୍କର ଭାବନା ସହିତ ନ ଖେଳିବାକୁ ଆପଣଙ୍କୁ ଅନୁରୋଧ କରାଯାଇଛି। ଆପଣ ଯାହା କରିଛନ୍ତି ସେଥିପାଇଁ ସାତ ଦିନ ମଧ୍ୟରେ ଜନସାଧାରଣଙ୍କୁ କ୍ଷମା ମାଗନ୍ତୁ, ସମସ୍ତ ସଂଳାପ ଏବଂ ଦୃଷ୍ଟାନ୍ତ ଡିଲିଟ୍ କରନ୍ତୁ ନଚେତ୍ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।