ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ କାରାଦଣ୍ଡ, ରାୟ ଶୁଣାଇଲେ ଏଡିଜେ ପୋକ୍ସୋ କୋର୍ଟ

ଯାଜପୁର,୨୩/୧୨: ନାବାଳିକାଙ୍କୁ ବଳପୂର୍ବକ ଉଠାଇ ନେଇ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ଯାଜପୁର ଆଡହକ ଏଡିଜେ ପୋକ୍ସୋ କୋର୍ଟର ଵିଚାରପତି ଯତିନ୍ଦ୍ର ମୋହନ ବେହେରା ଅଭିଯୁକ୍ତ ମଦନ ଓଝାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ସୂଚନା ଥାଉକି, ବାଲିଚନ୍ଦ୍ରପୁର ଅଞ୍ଚଳର ୮ ବର୍ଷର ନାବାଳିକା ମନ୍ଦିରକୁ ପୂଜା କରିବାକୁ ଯାଇଥିବା ସମୟରେ ଏକୁଟିଆ ଦେଖି ବାଇଁଶିରିଆ ଗ୍ରାମର ମଦନ ଓଝା ବଳ ପୂର୍ବକ ଟେକି ନେଇ ନିକଟରେ ଥିବା ଏକ ବାଉଁଶ ବଣରେ ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ଏ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ନାବାଳିକାଙ୍କ ବାପା ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମଦନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହି ମାମଲାର ଆଜି ରାୟ ପ୍ରକାଶ ପାଇଛି।