ପ୍ରମୁଖ ଖବର
  • ନୂଆଦିଲ୍ଲୀ: ରୋଜଗାର ମେଳା: ଆଜି ୫୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଦେଶର ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ
  • ||
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

ଆଗୁଆ ନିର୍ବାଚନ ଆଭାସ: ସାଧାରଣ ନିର୍ବାଚନ ପୂର୍ବରୁ ବଦଳିବେ ପ୍ରଶାସନିକ ଅଧିକାରୀ, ତାଲିକା ମାଗିଲା ରାଜସ୍ୱ ବିଭାଗ

ଭୁବନେଶ୍ୱର,୨୯/୦୫: ଆଗୁଆ ନିର୍ବାଚନ ନେଇ ମିଳିଲା ଆଭାସ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଚିଠିରୁ ଏଭଳି ବାସ୍ନା ଆସୁଛି । ଯଦିଓ ୨୦୨୪ ମେ’ ପୂର୍ବରୁ ଯେ କୌଣସି ସମୟରେ ନିର୍ବାଚନ ହୋଇପାରେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି, ମାତ୍ର ବର୍ଷେ ପୂର୍ବରୁ ନିର୍ବାଚନ ପାଇଁ ପ୍ରଶାସନିକ ଅଧିକାରୀଙ୍କ ବଦଳିକୁ ନେଇ ପଦକ୍ଷେପ ନେବା ବାବଦରେ କହିବାକୁ ନେଇ ଏବେ ନିର୍ବାଚନ ପୂର୍ବରୁ ନେଇ ଆକଳନ ଆରମ୍ଭ ହୋଇଯାଇଛି । ଚିଠିରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ମେ’ ପୂର୍ବରୁ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ତେଣୁ ତା’ ପୂର୍ବରୁ ନିର୍ବାଚନ ସହ ଜଡ଼ିତ ଥିବା ଅଧିକାରୀଙ୍କ ବଦଳି କରାଯିବ । ବିଶେଷ କରି ନିଜ ଜିଲ୍ଲାରେ ଅବସ୍ଥାପିତ ଥିବା ଅଧିକାରୀଙ୍କୁ ନିର୍ବାଚନ ପୂବରୁ ବଦଳି କରାଯିବ । ଏହା ସହିତ ଯେଉଁ ଅଧିକାରୀ ଗୋଟିଏ ଜିଲ୍ଲାରେ ୩ ବର୍ଷରୁ ଅଧିକ ସମୟ ହେବ ରହିଛନ୍ତି, ସେମାନଙ୍କର ମଧ୍ୟ ବଦଳି କରାଯିବ । ତେବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିୟମ ଅନୁସାରେ ବଦଳି ତାଲିକା ଦେବାକୁ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ଚିଠି ଦିଆଯାଇଛି ।

୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ୨୦୨୪ ମେ’ ମାସ ପୂର୍ବରୁ ନିର୍ବାଚନ ହେବାକୁ ଥିବାରୁ ସରକାରୀ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ସହ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଧିକ ସଶକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ନିର୍ବାଚନ ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସମସ୍ତ ତଥ୍ୟ ମାଗିଛନ୍ତି । ସେହି ଅନୁସାରେ ରାଜସ୍ୱ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଜିଲ୍ଲାରେ କାର୍ଯ୍ୟରତ ଓଏଏସ୍‌, ଓଆରଏସ୍‌ ଏବଂ ଗ୍ରୁପ-ବି କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଚିଠି ଲେଖାଯାଇଛି । ଗୋଟିଏ ପଦବୀରେ ୩ ବର୍ଷ ଥିବା ଅଧିକାରୀ ଏବଂ ନିଜ ଜିଲ୍ଲାରେ କାର୍ଯ୍ୟରତ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ମେ ୨୯ ସୁଦ୍ଧା ଦାଖଲ କରିବାକୁ ରାଜସ୍ୱ ବିଭାଗ ନିର୍ଦ୍ଦେଶ ଦେଇଛି । ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ କରିବାକୁ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ନେଇ ନିର୍ବାଚନ କମିଶନ କିଛି କଟକଣା ରଖିଛନ୍ତି । ନିର୍ବାଚନ ପ୍ରକ୍ରିୟା ସହ ଜଡ଼ିତ କୌଣସି ଅଧିକାରୀ ନିଜ ଜିଲ୍ଲାରେ ରହିପାରିବେ ନାହିଁ । କୌଣସି ଅଧିକାରୀ ୩ ବର୍ଷରୁ ଅଧିକ ସମୟ ଗୋଟିଏ ପଦବୀରେ ରହିବେ ନାହିଁ । ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର୍‌, ପୁଲିସ ଇନ୍ସପେକ୍ଟର, ସବ-ଇନ୍ସପେକ୍ଟରମାନେ ୨୦୧୯ ସାଧାରଣ ନିର୍ବାଚନରେ ଯେଉଁଠି ଥିଲେ, ସେମାନେ ୨୦୨୪ରେ ସେହି ଜାଗାରେ ରହିପାରିବେ ନାହିଁ ।

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରି ବଦଳି କାମ ସାରିବାକୁ ଆଦର୍ଶ ଆଚରଣ ବିଧିରେ ଉଲ୍ଲେଖ ରହିଛି । ସେହିପରି ନିର୍ବାଚନ ପାଇଁ ମଡ଼େଲ କୋଡ଼ ଲାଗୁ ହେବା ପରେ କୌଣସି ମନ୍ତ୍ରୀ, ରାଜନେତା ସରକାରୀ ଅଧିକାରୀଙ୍କ ସହ ଭିଡ଼ିଓ କନଫରେନ୍ସିଂ କରିବାକୁ ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁମତି ନେବାକୁ ପଡ଼ିବ । ଏହି ମିଟିଂର ବିବରଣୀ ଗଣମାଧ୍ୟମକୁ ଦେବେ ନାହିଁ । ସେହିପରି କୌଣସି ଅଧିକାରୀଙ୍କ ସ୍ୱାମୀ କିମ୍ୱା ସ୍ତ୍ରୀ ରାଜନୈତିକ ଦଳ ସହ ଜଡ଼ିତ ଥିଲେ । ସେହି ଅଧିକାରୀଙ୍କ ଟୁର୍‌ ଓ ଛୁଟି ଉପରେ ମଧ୍ୟ କଟକଣା ରହିଛି ।

wp:embed {"url":"https://www.prameya.com/mission-2024-laxmipur-assembly-new-face-demand-next-election/","type":"wp-embed","providerNameSlug":"prameya"}
https://www.prameya.com/mission-2024-laxmipur-assembly-new-face-demand-next-election/
/wp:embed

Copyright © 2022 - Summa Real Media Private Limited. All Rights Reserved.