୨୦୨୪ ସୁଦ୍ଧା ସୁଧୁରିଯିବ ବିକଶିତ ରାଷ୍ଟ୍ରଙ୍କ ଅର୍ଥନୀତି, ବିକାଶଶୀଳ ଦେଶମାନଙ୍କ ଅର୍ଥନୀତି ୫ ପ୍ରତିଶତ ତଳେ ରହିବ

ନୂଆଦିଲ୍ଲୀ ୨୫/୫: ଅନ୍ତର୍ଜାତୀୟ ମୁଦ୍ରାକୋଷ(ଆଇଏମଏଫ୍)ର ପ୍ରଥମ ଉପ-ପ୍ରବନ୍ଧ ନିର୍ଦ୍ଦେଶକ ଗୀତା ଗୋପୀନାଥ ବୁଧବାର କହିଛନ୍ତି କି ବିକଶିତ ରାଷ୍ଟ୍ରଙ୍କ ଅର୍ଥବ୍ୟବସ୍ଥା ୨୦୨୪ ସୁଦ୍ଧା ସୁଧୁରିଯିବ । କିନ୍ତୁ ବିକାଶଶୀଳ ରାଷ୍ଟ୍ରର ଅର୍ଥବ୍ୟବସ୍ଥାକୁ ଯେଉଁ ସ୍ତରରେ ହେବା ଉଚିତ୍ ସେହି ସ୍ଥାନରୁ ପ୍ରାୟ ୫ ପ୍ରତିଶତ ତଳେ ରହିବ । ସାରା ବିଶ୍ୱର ଅର୍ଥବ୍ୟବସ୍ଥା କରୋନା ଭାଇରସ ମହାମାରୀ ଯୋଗୁଁ ଗଭୀର ଭାବେ ପ୍ରଭାବିତ ହୋଇଛି ଏବଂ ଏବେ ପୁନରୁଦ୍ଧାର ମାର୍ଗରେ ଧିରେ ଧିରେ ଫେରୁଛି । ବିଶ୍ୱ ଆର୍ଥିକ ମଞ୍ଚର ବାର୍ଷିକ ବୈଠକ ୨୦୨୨ରେ ‘ବୈଶିକ ବୃଦ୍ଧି ପାଇଁ ଆଗାମୀ ପଦକ୍ଷେପ’ ବିଷୟରେ ଆୟୋଜିତ ବିଶେଷ ସେସନରେ ଗୋପୀନାଥ କହିଛନ୍ତି କି ବୈଶିକ ପୁନରୁଦ୍ଧାରକୁ ୟୁକ୍ରେନରେ ଯୁଦ୍ଧ ଯୋଗୁଁ ଝଟକା ଲାଗିଛି । କରୋନା ମହାମାରୀ ପରେ ଏହା ଧିରେ ଧିରେ ସୁଧୁରୁଥିଲା କିନ୍ତୁ ପରେ ଋଷ୍-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଏହା ପୁଣି ପ୍ରଭାବିତ ହୋଇଛି ।
ସେ କହିଛନ୍ତି କି ‘ଆମକୁ ବୈଶିକ ବୃଦ୍ଧି ହାରରେ ଗମ୍ଭୀର ହ୍ରାସର ସାମ୍ନା କରିବାକୁ ପଡୁଛି ଏବଂ ବିଶ୍ୱକୁ ଲଗାତର ବିପରୀତ ପରିସ୍ଥିତିରେ ଲଢିବା ପାଇଁ ପଡୁଛି । ଇନ୍ଧନ ଏବଂ ଖାଦ୍ୟ ସମେତ ଅନେକ ସାମଗ୍ରୀର ଦାମ୍ ବଢୁଛି ।’ ସେ କହିଛନ୍ତି କି କେନ୍ଦ୍ରୀୟ ବ୍ୟାଙ୍କ ଉଚ୍ଚ ମୁଦ୍ରାସ୍ଫୀତିର ସମସ୍ୟାରୁ ସମାଧାନ ପାଇଁ ପ୍ରୟାସ କରୁଛି ଏବଂ ଏଥିପାଇଁ ସୁଧ ହାରରେ ବୃଦ୍ଧି କରିବାକୁ ପଡୁଛି । କିନ୍ତୁ ଏହାର ମଧ୍ୟ ବୈଶିକ ଅର୍ଥ ଏବଂ ବ୍ୟାପାର ଉପରେ ଖରାପ ପ୍ରଭାବ ପଡିବ ।
ଗୋପୀନାଥ କହିଛନ୍ତି କି ସାରା ବିଶ୍ୱରେ ପୁନରୁଦ୍ଧାର ମଧ୍ୟ ବିଭିନ୍ନ ପ୍ରକାର ରହିଛି । ସେ କହିଛନ୍ତି କି ‘ଆମ ଅନୁମାନ ଅନୁସାରେ ବିକଶିତ ରାଷ୍ଟ୍ରମାନଙ୍କ ଅର୍ଥବ୍ୟବସ୍ଥା ୨୦୨୪ରେ ସେଠାରେ ପହଞ୍ଚିଯିବ ଯେଉଁଠି ମହାମାରୀ ନଥିଲେ ସେ ପହଞ୍ଚିଥାନ୍ତା । କିନ୍ତୁ ସୁଧୁରୁଥିବା ଏବଂ ବିକାଶଶୀଳ ଦେଶର ଅର୍ଥବ୍ୟବସ୍ଥାକୁ ଯେଉଁ ସ୍ତରରେ ରହିବା ଉଚିତ୍ ସେଠାରୁ ପ୍ରାୟ ୫ ପ୍ରତିଶତ ତଳେ ରହିବ ।’
ଅର୍ଥାତ୍ ସାରା ବିଶ୍ୱରେ ଯେଉଁ ଦେଶମାନେ ବିକଶିତ ବା ଅତି ବିକଶିତ ସେମାନଙ୍କ ଅର୍ଥବ୍ୟବସ୍ଥା ୨୦୨୪ ସୁଦ୍ଧା ସୁଧୁରିଯିବ । ଦୁଃଖର ବିଷୟ ଏହି ଦେଶମାନଙ୍କ ତାଲିକାରେ ଭାରତ ନାହିଁ । ଭାରତ ଏକ ବିକାଶଶୀଳ ଦେଶ । ତେବେ ଆଇଏମଏଫର ରିପୋର୍ଟ ଅନୁସାରେ ୨୦୨୪ ସୁଦ୍ଧା ବିକାଶଶୀଳ ଦେଶମାନଙ୍କ ଅର୍ଥନୀତି ଯେଉଁ ସ୍ତରରେ ପହଞ୍ଚିବା ଉଚିତ୍ ସେହି ସ୍ତରରୁ ୫ ପ୍ରତିଶତ ନିମ୍ନରେ ରହିବ ।