​​​​​​​ବ୍ରହ୍ମପୁର,୬।୧୦ : ବ୍ରହ୍ମପୁରରେ ଚାଞ୍ଚଲ୍ୟବ୍ରହ୍ମପୁର ସହରର ବ୍ରହ୍ମାନଗର ଅଞ୍ଚଳରେ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିମାଡ଼। ।  ବାଇକରେ ଆସି  ଘର ସାମ୍ନାରେ ଗୁଳିମାଡ଼ କଲେ ୨ ଦୁର୍ବୃତ୍ତ।  ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର  ତାଙ୍କୁ ମୃତ ଘୋଷଣା କରିଛନ୍ତି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାର ତଦନ୍ତ କରୁଛି। ପୀତବାସ ପଣ୍ଡା ରାଜ୍ୟ ଆଇନ୍‌ଜୀବୀ ପରିଷଦର ଜଣେ ସକ୍ରିୟ ସଦସ୍ୟ ଥିଲେ।