ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ହୁତୁ ହୁତୁ ହୋଇ ଜଳିଗଲା ବସ୍, ୧୭ ଶିଶୁ ସମେତ ୫୦ରୁ ଅଧିକ ମୃତ

Published By : Ankita S | August 20, 2025 9:17 AM

ନୂଆଦିଲ୍ଲୀ,୨୦/୦୮: ଆଫଗାନିସ୍ତାନରେ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ହୋଇଛି । ହୁତୁ ହୁତୁ ହୋଇ ଜଳିଗଲା ବସ୍ । ଇନ୍ଧନ ବୋଝେଇ ଟ୍ରକ୍‌ ଓ ବାଇକ୍‌ ସହ ଧକ୍କା ହେବାରୁ ବସ୍‌ଟି ଜଳି ଯାଇଛି । ଦୁର୍ଘଟଣାରେ ୧୭ ଶିଶୁ ସମେତ ୫୦ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ପଶ୍ଚିମ ଆଫଗାନିସ୍ତାନରେ ଶରଣାର୍ଥୀଙ୍କୁ ନେଇ ଯାଉଥିଲା ବସ୍ ।

ହେରାତ ପ୍ରଦେଶ ପୁଲିସ୍‌ ସୂଚନା ଅନୁସାରେ, ପଶ୍ଚିମ ଆଫଗାନିସ୍ତାନରେ ଶରଣାର୍ଥୀଙ୍କୁ ନେଇ ବସ୍‌ଟି ଯାଉଥିଲା । ଇରାନରୁ କାବୁଲ୍ ଯାଉଥିଲା ବସ୍‌ । ଦ୍ରୁତ ଗତି ଓ ବେପରୁଆ ଚଳାନା ପାଇଁ ଦୁର୍ଘଟଣା ଘଟିଛି । ଏହି ସମୟରେ ଏକ ଇନ୍ଧନ ବୋଝେଇ ଟ୍ରକ ଓ ବାଇକ୍‌ ସହ ବସ୍‌ଟି ଧକ୍କା ହୋଇଥିଲା । ଏଥିରେ ୧୭ ଶିଶୁଙ୍କ ସମେତ ୫୦ ଜଣଙ୍କର ମୃତ୍ୟୁ ହୋଇଛି । ଟ୍ରକ୍ ଓ ବାଇକ୍ ଚାଳକଙ୍କର ବି ମୃତ୍ୟୁ ହୋଇଛି ।

ଗତବର୍ଷ ଅର୍ଥାତ ୨୦୨୪ରେ, କେନ୍ଦ୍ରୀୟ ଆଫଗାନିସ୍ତାନ ରାଜପଥ ଦେଇ ଯାଉଥିବା ଇନ୍ଧନ ଟ୍ୟାଙ୍କର ଏବଂ ଏକ ଟ୍ରକ ସହିତ ଦୁଇଟି ବସ୍ ଦୁର୍ଘଟଣା ଘଟି ପ୍ରାୟ ୫୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଫଗାନିସ୍ତାନରେ ସଡ଼କ ଦୁର୍ଘଟଣା ସାଧାରଣ ହୋଇଗଲାଣି । ଦଶନ୍ଧିରୁ ଚାଲିଥିବା ସଂଘର୍ଷ ପରେ ଖରାପ ରାସ୍ତା ଏବଂ ବିପଦପୂର୍ଣ୍ଣ ଗାଡି ଚାଳନା ଏବଂ ନିୟମ ନମାନିବା ଦୁର୍ଘଟଣାର କାରଣ ହୋଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.