ନୂଆଦିଲ୍ଲୀ,୨୦/୦୮: ଆଫଗାନିସ୍ତାନରେ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ହୋଇଛି । ହୁତୁ ହୁତୁ ହୋଇ ଜଳିଗଲା ବସ୍ । ଇନ୍ଧନ ବୋଝେଇ ଟ୍ରକ୍‌ ଓ ବାଇକ୍‌ ସହ ଧକ୍କା ହେବାରୁ ବସ୍‌ଟି ଜଳି ଯାଇଛି । ଦୁର୍ଘଟଣାରେ ୧୭ ଶିଶୁ ସମେତ ୫୦ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ପଶ୍ଚିମ ଆଫଗାନିସ୍ତାନରେ ଶରଣାର୍ଥୀଙ୍କୁ ନେଇ ଯାଉଥିଲା ବସ୍ ।

ହେରାତ ପ୍ରଦେଶ ପୁଲିସ୍‌ ସୂଚନା ଅନୁସାରେ, ପଶ୍ଚିମ ଆଫଗାନିସ୍ତାନରେ ଶରଣାର୍ଥୀଙ୍କୁ ନେଇ ବସ୍‌ଟି ଯାଉଥିଲା । ଇରାନରୁ କାବୁଲ୍ ଯାଉଥିଲା ବସ୍‌ । ଦ୍ରୁତ ଗତି ଓ ବେପରୁଆ ଚଳାନା ପାଇଁ ଦୁର୍ଘଟଣା ଘଟିଛି । ଏହି ସମୟରେ ଏକ ଇନ୍ଧନ ବୋଝେଇ ଟ୍ରକ ଓ ବାଇକ୍‌ ସହ ବସ୍‌ଟି ଧକ୍କା ହୋଇଥିଲା । ଏଥିରେ ୧୭ ଶିଶୁଙ୍କ ସମେତ ୫୦ ଜଣଙ୍କର ମୃତ୍ୟୁ ହୋଇଛି । ଟ୍ରକ୍ ଓ ବାଇକ୍ ଚାଳକଙ୍କର ବି ମୃତ୍ୟୁ ହୋଇଛି ।

ଗତବର୍ଷ ଅର୍ଥାତ ୨୦୨୪ରେ, କେନ୍ଦ୍ରୀୟ ଆଫଗାନିସ୍ତାନ ରାଜପଥ ଦେଇ ଯାଉଥିବା ଇନ୍ଧନ ଟ୍ୟାଙ୍କର ଏବଂ ଏକ ଟ୍ରକ ସହିତ ଦୁଇଟି ବସ୍ ଦୁର୍ଘଟଣା ଘଟି ପ୍ରାୟ ୫୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଫଗାନିସ୍ତାନରେ ସଡ଼କ ଦୁର୍ଘଟଣା ସାଧାରଣ ହୋଇଗଲାଣି । ଦଶନ୍ଧିରୁ ଚାଲିଥିବା ସଂଘର୍ଷ ପରେ ଖରାପ ରାସ୍ତା ଏବଂ ବିପଦପୂର୍ଣ୍ଣ ଗାଡି ଚାଳନା ଏବଂ ନିୟମ ନମାନିବା ଦୁର୍ଘଟଣାର କାରଣ ହୋଇଛି ।