PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

’ଆଇସିସି ଟି-୨୦ ରାଙ୍କିଙ୍ଗ: ରଶିଦ ଖାନ୍ ନମ୍ବର ୧ ବୋଲର , ବ୍ୟାଟିଂରେ ସପ୍ତମ ସ୍ଥାନକୁ ଉଠିଲେ କୋହଲି

ନୂଆଦିଲ୍ଲୀ,୨୯।୩:  ଆଇସିସି ଟି-୨୦ ଇଣ୍ଟରନ୍ୟାସନାଲ ରାଙ୍କିଙ୍ଗ (icc t20i ranking) ରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାଉଥ୍ ଆଫ୍ରିକା ବନାମ ଓ୍ବେଷ୍ଟଇଣ୍ଡିଜ ଟି-୨୦ ସିରିଜ୍ ପରେ ଆଇସିସିସି ଟି-୨୦ ରାଙ୍କିଙ୍ଗ ଜାରି କରିଛି।  ନମ୍ବର ୧ ବୋଲର ସ୍ଥାନରେ ଥିବା ଶ୍ରୀଲଙ୍କାର ସ୍ପିନର ଓ୍ବାନିନ୍ଦୁ ହସରଙ୍ଗା ଲିଷ୍ଟର ତଳକୁ ଖସି ଯାଇଛନ୍ତି। ଆଫଗାନିସ୍ତାନର ସ୍ପିନର ରଶିଦ ଖାନ୍‌ ଏବେ ଦୁନିଆର ନମ୍ବର ୧ ଟି-୨୦ ବୋଲର ହୋଇଛନ୍ତି, ଯିଏକି ପାକିସ୍ତାନ ବିପକ୍ଷ ତିନୋଟି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିଲେ।

ଟି-୨୦ ରାଙ୍କିଙ୍ଗ କଥା ଯଦି ହେବା ତେବେ ରଶିଦ ଖାନ୍ ୭୧୦ ପଏଣ୍ଟ ସହିତ ଶୀର୍ଷ ସ୍ଥାନରେ ଅଛନ୍ତି। ସେଭଳି ଓ୍ବାନିନ୍ଦୁ ହସରଙ୍ଗାଙ୍କ ଖାତାରେଂ ୬୯୫ ପଏଣ୍ଟ ରହିଛି। ବ୍ୟାଟିଂରେ ଟପ୍‌ ୧୦ ରେ କେବଳ ଗୋଟିଏ ପରିବର୍ତ୍ତନ ହୋଇଥିବାର ଦେଖିବାକୁ ମିଳିଛି। ସାଉଥ୍ ଆଫ୍ରିକାର ରାଇଲି ରୋସି ତିନି ନମ୍ବରରୁ ଖସି ଆସି ଷଷ୍ଠ ସ୍ଥାନରେ ପହଞ୍ଚି ଯାଇଛନ୍ତି, ସେଭଳି ମହମ୍ମଦ ଓ୍ବାସିମ୍, ଡେଭିଡ୍ ମଲାନ୍ ଓ ଏରୋନ୍ ଫିଞ୍ଚ ଗୋଟିଏ ଗୋଟିଏ ରାଙ୍କ ତଳକୁ ଖସିଛନ୍ତି।

ଓ୍ବାନଡେ ରାଙ୍କିଙ୍ଗରେ ଭାରତ ପକ୍ଷରୁ ବ୍ୟାଟର ଭାବରେ ବିରାଟ କୋହଲି ଉପରକୁ ଉଠିଛନ୍ତି। କୋହଲି ଅଷ୍ଟେ୍ରଲିଆ ବିପକ୍ଷ ତୃତୀୟ ଓ୍ବାନଡେ ମ୍ୟାଚ୍‌ରେ ଅର୍ଦ୍ଧଶତକ କରିଥିଲେ। ଏହା ସହିତ ସେ ଷ୍ଟିଭ୍‌ ସ୍ମିଥ୍‌କୁ ପଛରେ ପକାଇ ଦେଇଛନ୍ତି। ସେ ନମ୍ବର ୭ ରେ ପହଞ୍ଚିଯାଇଛନ୍ତି।  ଷ୍ଟିଭ୍‌ ସ୍ମିଥ୍‌ ନବମ ସ୍ଥାନକୁ ଖସି ଯାଇଥିବା ବେଳେ ରୋହିତ ଶର୍ମା ନବମ ସ୍ଥାନରୁ ଅଷ୍ଟମ ସ୍ଥାନକୁ ଆସିଯାଇଛନ୍ତି। ରୋହିତ ଶେଷ ଓ୍ବାନଡେ ମ୍ୟାଚ୍‌ରେ ଶେଷ ଇନିଂସ ଖେଳିଥିଲେ, କିନ୍ତୁ ସେ ଅର୍ଦ୍ଧଶତକ କରିପାରିନଥିଲେ।