PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଟିଏମରେ ଟଙ୍କା ଭରିବା ନେଇ ଗାଡିରେ ଯାଉଥିବା ବେଳେ ୫୭ ଲକ୍ଷ ଟଙ୍କା ଧରି ଡ୍ରାଇଭର ଫେରାର
  • ||
  • ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ଘଟଣାରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିଲମ୍ବିତ
  • ||
  • କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ମୁକ୍ତାର ଆବ୍ବାସ ନକଭି
  • ||
  • ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ରାଜଧାନୀ ମିଡ଼ିଆ ହାଉସ୍ ସିଇଓ ଥାନାରେ କଲେ ଅଭିଯୋଗ , ଯାତ୍ରା ରାଜିନାମା ଅଗ୍ରୀମ ଟଙ୍କା ଫେରସ୍ତ ନକରିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ରୁଜୁ ହୋଇଛି ମାମଲା, ପାର୍ବତୀ ଗଣନାଟ୍ୟ ଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ ଅଗ୍ରୀମ
  • ||
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

କଡ଼ ଲେଉଟାଇଲା କଟକ ରାଜନୀତି; ୪୦ ବର୍ଷ ପରେ କଂଗ୍ରେସ

କଟକ,୨୩ା୫(ବ୍ୟୁରୋ): ପାଖାପାଖି ୪୦ ବର୍ଷ ହେଲାଣି ଅଣକଂଗ୍ରେସର ଗଡ଼ ଥିଲା କଟକ ସହର । ପୂର୍ବରୁ କଟକ ସହର ଓ ଏବେ ବାରବାଟୀ-କଟକ ବିଧାନସଭା କ୍ଷେତ୍ର ଭାବେ ପରିଚିତ କଟକରେ ତମାମ ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ କଂଗ୍ରେସକୁ ବିଜୟୀ କରାଇବା ଭଳି ଏକ ଅସମ୍ଭବ କାମ କରିଦେଖାଇଛନ୍ତି ଇଂ. ମହମ୍ମଦ ମୋକିମ୍‌ । ଯେଉଁଠି ସାରା ରାଜ୍ୟ ନୁହେଁ, ବରଂ ସାରା ଦେଶରେ କଂଗ୍ରେସ ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି³ ଯେଉଁଠି ସାରା ଦେଶରେ ମୋଦି-ସୁନାମୀ ଓ ସାରା ରାଜ୍ୟରେ ନବୀନ-ଲହରୀ ଖେଳୁଛି³ ସେଠି ଏକପ୍ରକାର ଚମତ୍କାର କରିଛନ୍ତି ମୋକିମ୍‌ । କଟକର ରାଜନୈତିକ ଇତିହାସରେ ୧୯୮୦ ମସିହା ପରେ ପ୍ରଥମ ଥର ପାଇଁ କଂଗ୍ରେସ ଦଖଲ କରିଛି କଟକ । କେବଳ ସେତିକି ନୁହେଁ, କଟକ ଜିଲ୍ଲାର ଏକମାତ୍ର କଂଗ୍ରେସ ବିଧାୟକ ଭାବେ ମୋକିମ୍‌ ନିଜର ଦଳର ବି ସମ୍ମାନ ରଖିଦେଇଛନ୍ତି । ୧୯୮୦ ମସିହାରେ ଶେଷ ଥର ପାଇଁ କଂଗ୍ରେସ ଜିତିଥିଲା କଟକ ସହରରେ । କଂଗ୍ରେସ(ଆଇ) ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ ଶ୍ରୀକାନ୍ତ ପଣ୍ଡା । ଏହା ପରଠାରୁ ଯେତେ ନିର୍ବାଚନ ହୋଇ ଆସିଛି ସବୁଥର କଂଗ୍ରେସକୁ ପରାଜୟର ମୁହଁ ଦେଖିବାକୁ ପଡିଛି । ଏହା ପରବର୍ତ୍ତୀ ଦୁଇଟିଯାକ ନିର୍ବାଚନ ଯଥାକ୍ରମେ ୧୯୮୫ ଓ ୧୯୯୦ରେ ଜନତା ପାର୍ଟି ଓ ଜନତା ଦଳ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ ମୁସ୍ତାଫିଜ୍‌ ଅହମ୍ମଦ । ସେହିପରି ବିଜେପି ପ୍ରାର୍ଥୀ ସମୀର ଦେ’ ପରବର୍ତ୍ତୀ ତିନିଟି ନିର୍ବାଚନ ୧୯୯୫, ୨୦୦୦ ଓ ୨୦୦୪ରେ ବିଜୟୀ ହୋଇଥିଲେ । ଅପରପକ୍ଷେ ୨୦୦୯ ଓ ୨୦୧୪ରେ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ବାଜିମାତ କରିଥିଲେ । କିନ୍ତୁ ଲମ୍ବା ପ୍ରତୀକ୍ଷାର ଅବସାନ ଘଟାଇ କଂଗ୍ରେସକୁ ପୁଣି ବିଜୟ ପଥକୁ ଫେରାଇ ଆଣିଛନ୍ତି ମୋକିମ୍‌ ।

୨୦୦୯ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଯଦିଓ ସକ୍ରିୟ ରାଜନୀତିକୁ ଓହ୍ଲାଇଥିଲେ ମୋକିମ୍‌ ସେଥର କିନ୍ତୁ ନିର୍ବାଚନ ଲଢିବାର ସୁଯୋଗ ଜୁଟିନଥିଲା ତାଙ୍କୁ । ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ ମୋକିମ୍‌ । ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କଠାରୁ ୧୪ ହଜାର ୨୮୯ ଭୋଟରେ ପରାସ୍ତ ହୋଇଥିଲେ । ଏଥର କିନ୍ତୁ ଦ୍ୱିତୀୟ ବାର ଲଢ଼େଇରେ ଦେବାଶିଷଙ୍କୁ ପରାସ୍ତ କରିଛନ୍ତି ସେ । ଏହା ପଛରେ ରହିଛି ତାଙ୍କ ସୁଚିନ୍ତିତ ରଣନୀତି ଓ ନିଷ୍ଠାପର ଉଦ୍ୟମ । ମୋକିମ୍‌ ହାରିବା ପରଠୁ ନିଜ ଲଢ଼େଇ ଛାଡି ନଥିଲେ । ଫଳରେ ଗଲା ପାଞ୍ଚ ବର୍ଷ ଧରି କଟକ ସହ ରହିଥିବା ମୋକିମ୍‌ଙ୍କୁ ପୁରସ୍କୃତ କରିଛନ୍ତି ସହରବାସୀ ।

ଏଇ ଭୋଟ୍‌ ଯେତିକି ମୋକିମ୍‌ଙ୍କ ସପକ୍ଷରେ ଥିଲା ତା’ଠୁ ଅଧିକ ଥିଲା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ବିରୋଧରେ । ନିର୍ବାଚନର ଯଥେଷ୍ଟ ପୂର୍ବରୁ ହିଁ ଦେବାଶିଷ ବିରୋଧୀ ଜନଅସନ୍ତୋଷ ଏକରକମ ଜନଆକ୍ରୋଶର ରୂପ ନେଇସାରିଥିଲା । ଏହାର ଆଭାସ ନିଜେ ଦେବାଶିଷ ମଧ୍ୟ ପାଇସାରିଥିଲେ । ସେହି କାରଣରୁ ବାରବାଟୀ-କଟକରୁ ନିର୍ବାଚନ ନଲଢ଼ିବା ପାଇଁ ଏକରକମ ସ୍ଥିର କରିନେଇଥିଲେ ସେ । ତାଙ୍କ ଦୁର୍ଭାଗ୍ୟ, ରାଜନୈତିକ ବାଧ୍ୟବାଧକତାରେ ତାଙ୍କୁ ପୁଣି ଫେରିବାକୁ ପଡିଲା ପାରାଦୀପରୁ କଟକକୁ, ଅନିଚ୍ଛା ସତ୍ତେ୍ୱ ପୁଣି ଲଢିବାକୁ ପଡିଲା ମୋକିମ୍‌ଙ୍କ ବିରୋଧରେ । ନିର୍ବାଚନ ବେଳେ ଯେଉଁ ପ୍ରକାର ଜନ ଅସନ୍ତୋଷ ଥିଲା ଭୋଟରେ ତାହା ସେତେବେଶୀ ପ୍ରତିଫଳିତ ହେଲା ନାହିଁ । ଆଶା କରାଯାଉଥିଲା ମୋକିମ୍‌ ଭଲ ଭୋଟ୍‌ ବ୍ୟବଧାନରେ ବିଜୟୀ ହେବେ । ହେଲେ ଲଢ଼େଇ କାଣ୍ଟେ କା ଟକ୍କରର ହେଲା । ଏଥିପାଇଁ ଦୁଇଟି ବଡ଼ କାରଣ ରହିଲା । ଗୋଟିଏ ବିଜେପି ପ୍ରାର୍ଥୀ ସମୀର ଦେ’ଙ୍କ ଅଭ୍ୟୁଦୟ ଓ ଅନ୍ୟଟି ଶେଷ ମୁହୂର୍ତ୍ତରେ ଦେବାଶିଷଙ୍କ ଗଡ଼ ସଜଡ଼ା ଅଭିଯାନ । ଉଭୟ କାରଣରୁ ମୋକିମ୍‌ଙ୍କ ବିଜୟ ବ୍ୟବଧାନ ୩ ହଜାର ୮୭୪କୁ ଖସି ଆସିଲା । ହୁଏତ ସମୀର ଦେ’ ଆଉ କିଛି ଅଧିକ ଭୋଟ୍‌ ପାଇଥିଲେ ଅବା ଦେବାଶିଷ ଆଉ ଟିକେ ପୂର୍ବରୁ ନିଜର ଘର ସଜଡ଼ା ଅଭିଯାନ ଆରମ୍ଭ କରିଥିଲେ ମୋକିମ୍‌ଙ୍କ ପାଇଁ ବିଜୟ କଷ୍ଟକର ହୋଇପଡିଥାନ୍ତା । ଆକଳନ ଯାହା ବି ହେଉ, ଶେଷ ମୁହୂର୍ତ୍ତରେ ମୋକିମ୍‌ ନିଜର ବିଜୟକୁ ସୁନିଶ୍ଚିତ କରିପାରିଛନ୍ତି । ଯେଉଁଠି ସାରା ରାଜ୍ୟରେ ବିଜେଡି ଅଭୂତପୂର୍ବ ସଫଳତା ଅର୍ଜନ କରିଛି ସେଠି କଟକ ଜିଲ୍ଲାର ଏକମାତ୍ର ବିଜେଡି ପ୍ରାର୍ଥୀ ଭାବେ ଦେବାଶିଷଙ୍କ ପରାଜୟ ଦଳ ପାଇଁ ଏକ ବଡ଼ ଝଟ୍‌କା । ଆଗକୁ ଆସୁଥିବା ସିଏମ୍‌ସି ନିର୍ବାଚନରେ ବି ଏହାର ପ୍ରଭାବକୁ ଅସ୍ୱୀକାର କରିହେବ ନାହିଁ ।